ଜଣେ ଦୁଇ ଜଣ ନୁହେଁ ୬ ଜଣ ହିରୋଇନଙ୍କ ପଛରେ ସୁକେଶ ଉଡ଼ାଉଥିଲା ଟଙ୍କା !

Above Post Content

ମହାଠକ ସୁକେଶ କେମିତି ନିଜ ଠକେଇ ଜାଲରେ ପକାଇ ବଡ଼ବଡ଼ ଶିଳ୍ପପତିଙ୍କୁ ଠକୁଥିଲା ସେ କଥା ଆଉ ନୁଆ ନୁହେଁ । ଏହା ମଧ୍ୟ ନୁଆ ନୁହେଁ ଯେ, ବଲିଉଡର ନାମକରା ହିରୋଇନ୍ ଗିଫ୍ଟ ଲୋଭରେ ତା’ ସହିତ ସମ୍ପର୍କ ବଢାଇଥିଲେଜ୍ୟାକଲିନଙ୍କୁ ସୁକେଶ ସହିତ ସମ୍ପର୍କ ମହଙ୍ଗା ପଡ଼ିଥିବା ବେଳେ ନୋରା ଏବେ ଜେରା ପରେ ଜେରାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ଏହାଭିତରେ ଇଡି ଆଉଏକ ବଡ଼ ଖୁଲାସା କରିଛି । ଇଡି ଅନୁସାରେ କେବଳ ଏହି ଦୁଇ ଜଣ ହିରୋଇନ୍ ସୁକେଶ ସମ୍ପର୍କରେ ନଥିଲେ । ଏମାନଙ୍କ ଛଡା ଆହୁରି ୪ ଜଣ ହିରୋଇନ ବି ସୁକେଶ ଜାଲରେ ଧରା ଦେଇଥିଲେ । ଏହି ହିରୋଇନ ମାନଙ୍କୁ ବି ସୁକେଶ ଦିଲଖୋଲି ଗିଫ୍ଟ ଦେଉଥିଲା । ଆଉ ସବୁଠୁ ବଡ଼ କଥା ହେଉଛି ଏହି ହିରୋଇନ୍ ମାନେ ସୁକେଶକୁ କୌଣସି ଫାଇଭଷ୍ଟାର ହୋଟେଲ କିମ୍ବା ରେସ୍ତୋରାଁରେ ଭେଟୁନଥିଲେ । ସେମାନେ ସୁକେଶକୁ ଜେଲରେ ଭେଟୁଥିଲେ ଠିକ୍ ପଢିଛନ୍ତି ଏହି ୪ ହିରୋଇନ୍ ତିହାର ଜେଲ ଯାଇ ମହାଠକ ସୁକେଶର ଦର୍ଶନ କରିଥିଲେ ।

ବଡ଼ପରଦାରୁ ଛୋଟ ପରଦା, ସବୁ ହିରୋଇନ୍ ସୁକେଶର ପସନ୍ଦ

After 2nd paragraph post ads

ଅଭିନେତ୍ରୀ ତେଣିକି ବଡ଼ ପରଦାର ହୁଅନ୍ତୁ କି ଛୋଟ ପରଦାର । ସୁକେଶର କିଛି ଫରକ ନଥିଲା । ସେ ସମସ୍ତଙ୍କୁ ଗିଫ୍ଟ ଦେଉଥିଲା । ସମସ୍ତଙ୍କୁ ଟଙ୍କା ଦେଉଥିଲା । ଯେଉଁ ୪ ଜଣ ହିରୋଇନ ତିହାର ଜେଲରେ ସୁକେଶକୁ ଭେଟିଥିଲେ ସେମାନେ ହେଉଛନ୍ତି. ନିକିତା ତାମ୍ବୋଲି, ଚାହାତ ଖାନ୍ନା, ସୋଫିଆ ସିଂ ଓ ଅରୁଶା ପାଟିଲ । ସୁକେଶଙ୍କ ସହକର୍ମୀ ପିଙ୍କି ଇରାନୀଙ୍କ ସହାୟତାରେ ଏହି ଚାରି ଅଭିନେତ୍ରୀ ତାଙ୍କୁ ଭେଟିବା ପାଇଁ ତିହାର ଜେଲରେ ପହଞ୍ଚିଥିଲେ । ଏହା ବଦଳରେ ଏହି ଚାରି ଅଭିନେତ୍ରୀ ପାଇଥିଲେ ମହଙ୍ଗା ଉପହାର । ଏହି ୪ ଅଭିନେତ୍ରୀଙ୍କ ମଧ୍ୟରୁ ଅରୁଶା ସ୍ୱୀକାର କରିଛନ୍ତି ଯେ ସେ ପିଙ୍କିଙ୍କ ମାଧ୍ୟମରେ ସୁକେଶଙ୍କୁ ଭେଟିଥିଲେ । କିନ୍ତୁ ତିହାର ଜେଲରେ ଭେଟିବା କଥାକୁ ଅସ୍ୱୀକାର କରିଥିଲେ ଅରୁଶା ପାଟିଲ । ତେବେ ଠକ ସୁକେଶ ଅରୁଶାଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିଛି ଟଙ୍କା ପଠାଇଥିବାର ଇଡି ତା’ର ଚାର୍ଜସିଟରେ ଦର୍ଶାଇଛି ।

ଇଡି ଦାଖଲ କରିଥିବା ଚାର୍ଜସିଟରେ ଆହୁରି କହିଛି କି ନିକିତା ତାମ୍ବୋଲି ଦୁଇ ଥର ତିହାର ଜେଲରେ ସୁକେଶକୁ ଭେଟିଥିଲେ । ଏହି ମାମଲାରେ ନିକିତା କହିଛନ୍ତି କି ତାଙ୍କୁ ପିଙ୍କି ଇରାନୀ ସୁକେଶ ଚନ୍ଦ୍ରଶେଖରକୁ ଶେଖର କହି ତାଙ୍କ ସହ ଭେଟ କରାଇଥିଲେ । ଏହା ସହ ସୁକେଶ ପିଙ୍କିଙ୍କ ସାଙ୍ଗ ଓ ସେ ସାଉଥ ଇଣ୍ଡିଆନ ପ୍ରଡ୍ୟୁସର ବୋଲି କହିଥିଲେ । ଇଡି ଦାଖଲ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି କି ପିଙ୍କି ୨୦୧୮ରେ ସୁକେଶଙ୍କୁ ଭେଟିବାକୁ ନିକିତାଙ୍କୁ କହିଥିଲେ । ଏହା ପରେ ନିକିତା ପିଙ୍କିଙ୍କ ସହ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ଏକ BMW କାରରେ ତିହାର ଜେଲରେ ପହଞ୍ଚିଥିଲେ ନିକିତା । ଚାର୍ଜସିଟରେ କୁହାଯାଇଛି କି ତିହାର ଜେଲରେ ନିକିତାଙ୍କର କୌଣସି ସିକ୍ୟୁରିଟି ଚେକ୍ ହୋଇନଥିଲା କି କୌଣସି ଆଇଡି କାର୍ଡ ବିଷୟରେ ମଧ୍ୟ ନିକିତାଙ୍କୁ କିଛି ପଚରାଯାଇନଥିଲା । ତେବେ ଏହି ଦେଖାରେ ସୁକେଶ ନିକିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ପ୍ରଥମ ଥର ଦେଖା ହେବାର ଦୁଇ ତିନି ସପ୍ତାହ ପରେ ପୁଣି ଥରେ ଉଭୟଙ୍କ ମଧ୍ୟରେ ତିହାର ଜେଲରେ ଭେଟ ହୋଇଥିଲା । ଦ୍ୱିତୀୟ ଦେଖାରେ ସୁକେଶ ତାଙ୍କୁ ୨ ଲକ୍ଷ ଟଙ୍କା ସହ ଏକ ଦାମୀ ବ୍ୟାଗ ଗିଫ୍ଟ ଦେଇଥିଲେ ।

Middle post content

ସେହିପରି ଅଭିନେତ୍ରୀ ଚାହାତ ଖାନ୍ନା ଇଡିକୁ କହିଛନ୍ତି କି ତାଙ୍କୁ ସୁକେଶକୁ ଶେଖର ରେଡ୍ଡୀ କହି ଭେଟ କରାଇଥିଲେ ପିଙ୍କି । ପିଙ୍କି ତାଙ୍କୁ ଶେଖର ସାଉଥ ଇଣ୍ଡିଆନ ଏକ ଚ୍ୟାନେଲର ମାଲିକ ବୋଲି କହିଥିବା ଚାହତ କହିଛନ୍ତି। ତେବେ ଇଡି ତାଙ୍କ ଚାର୍ଜସିଟରେ କହିଛନ୍ତି କି ୨୦୧୮ରେ ଚାହାତ ଖାନ୍ନା ତିହାର ଜେଲରେ ସୁକେଶଙ୍କୁ ଭେଟିଥିଲେ । ଜେଲକୁ ଅଫିସ କରି ରଖିଥିଲେ ସୁକେଶ । ସୁକେଶଙ୍କ ସହ ଭେଟିବା ପରେ ଚାହାତ ଖାନ୍ନାକୁ ପିଙ୍କି ଇରାନୀ ୨ ଲକ୍ଷ ଟଙ୍କା ଦେଇଥିଲେ ।

ଠକ ସୁକେଶର ଜାଲରେ ମଧ୍ୟ ପଡ଼ିଥିଲେ ଅଭିନେତ୍ରୀ ସୋଫିଆ ସିଂସୋଫିଆ ଇଡି ଅଧିକାରୀଙ୍କୁ କହିଥିଲେ କି ସୁକେଶ ତାଙ୍କ ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ବୋଲି ପିଙ୍କି ସୋଫିଆଙ୍କୁ କହିଥିଲେ । ସୋଫିଆ ମଧ୍ୟ ତିହାର ଜେଲରେ ସୁକେଶଙ୍କୁ ଦୁଇ ଥର ଭେଟିଥିଲେ । ପ୍ରଥମ ଦେଖା ୨୦୧୮ରେ ହୋଇଥିଲା । ପ୍ରଥମ ଥର ସୁକେଶଙ୍କୁ ଭେଟିବା ପରେ ସେ ସୋଫିଆଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ । ପ୍ରଥମ ଦେଖାର ୧୫ ଦିନ ପରେ ସୋଫିଆ ପୁଣି ଥରେ ସୁକେଶଙ୍କୁ ଭେଟିବାକୁ ତିହାର ଜେଲରେ ପହଞ୍ଚିଥିଲେ । ଦ୍ୱିତୀୟ ଥର ଭେଟିବା ପରେ ମଧ୍ୟ ସୁକେଶ ତାଙ୍କୁ ଏକ ଦାମୀ ବ୍ୟାଗ ଓ ଦେଢ଼ ଲକ୍ଷ ଟଙ୍କା ଗିଫ୍ଟ ଦେଇଥିଲେ ।

ସୋଫିଆ ସିଂଙ୍କ ପରେ ଠକ ସୁକେଶ ଜାଲରେ ପଡ଼ିଥିଲେ ଅଭିନେତ୍ରୀ ଅରୁଶା ପାଟିଲ । ଅରୁଶା ପାଟିଲ କହିଛନ୍ତି କି ସେ କେବେ ସୁକେଶଙ୍କୁ ଭେଟି ନାହାନ୍ତି କିନ୍ତୁ ତାଙ୍କ ସହ ସେ ହ୍ୱାଟ୍ସ ଆପରେ କଥା ହୋଇଛନ୍ତି । ଇଡି ଚାର୍ଜସିଟରେ ଦର୍ଶାଇଛି କି ଅରୁଶା ପାଟିଲ ପ୍ରଥମେ ପିଙ୍କି ଇରାନୀଙ୍କ ସମ୍ପର୍କରେ ଆସିଥିଲେ । ତେବେ ସୁକେଶ ଅରୁଶା ପାଟିଲଙ୍କ ଫଟୋ ଦେଖି ତାଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ପିଙ୍କି କହିଥିଲେ । ସୁକେଶ ମଧ୍ୟ ଅନେକ ଥର ଅରୁଶାଙ୍କ ହ୍ୱାଟ୍ସ ଆପରେ କଲ କରିଥିଲେଉଭୟ ପ୍ରାୟ ୨୦-୨୫ ଦିନ ପର୍ଯ୍ୟନ୍ତ କଥା ହୋଇଥିଲେ । ଏହା ସହ ସୁକେଶ ଅରୁଶାଙ୍କୁ ୫ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଦେଇଥିଲେ । ଯେଉଁଥିରୁ ୧ ଲକ୍ଷ ଟଙ୍କା ଅରୁଶା ପିଙ୍କିଙ୍କୁ ଦେଇଥିଲେ ବୋଲି ଇଡି ତା’ର ଚାର୍ଜସିଟରେ ଦର୍ଶାଇଛନ୍ତି

ନୋରା ଦେଖାଇଲେ ହ୍ୱାଟସଆପ୍ ସ୍କ୍ରିନ୍ ସଟ୍

ଏଣେ ଅଭିନେତ୍ରୀ ନୋରା ଫତେହ ଇଡିକୁ କୁଆଡେ ସୁକେଶ ସହିତ ତାଙ୍କ ହ୍ୱାଟସଆପ୍ ଚାଟର ସ୍କ୍ରିନ୍ ସଟ୍ ଦେଖାଇଛନ୍ତି । ସ୍କ୍ରିନ୍ ସଟ୍ ଦେଖାଇ ସେ କହିଛନ୍ତି ଯେ, ସୁକେଶ ତାଙ୍କୁ ଗୋଟିଏ ବିଏମଡବ୍ଲୁ କାର ଗିଫଟରେ ଦେବାକୁ ଚାହୁଁଥିଲା କିନ୍ତୁ ସେ ମନା କରିଦେଇଥିଲେ । ନୋରାଙ୍କ ଅନୁସାରେ ଏକ ଷ୍ଟେଜ୍ ପ୍ରୋଗ୍ରାମ କାଳରେ ସୁକେଶର ପତ୍ନୀ ତାଙ୍କୁ ସାକ୍ଷାତ କରିଥିଲେ । ସେ ନୋରାଙ୍କୁ ଗୋଟିଏ ଆଇଫୋନ୍ ଓ ଗୁସିର ଗିଫ୍ଟ ହାମ୍ପର ଦେଇଥିଲେ । ଆଉ କହିଥିଲେ ଯେ, ତାଙ୍କ ସ୍ୱାମୀ ତାଙ୍କର ବଡ଼ ଫ୍ୟାନ୍ । ଏହାପରେ ସୁକେଶର ପତ୍ନୀ ଫୋନ୍ ସ୍ପିକର ଅନ୍ କରି ନୋରାଙ୍କ ସହିତ ସୁକେଶର କଥାବାର୍ତ୍ତା କରାଇଥିଲା । ଏହି ସମୟରେ ସୁକେଶ ତାଙ୍କୁ ଗୋଟିଏ ବିଏମଡବ୍ଲୁ କାର ଗିଫଟରେ ଦେବାକୁ କହିଥିଲା । ତେବେ ନୋରା କୁଆଡେ ତାଙ୍କ ଭିଣୋଇଙ୍କ ନମ୍ବର ଦେଇ ତାଙ୍କ ସହିତ କଥା ହେବାକୁ ସୁକେଶକୁ କହିଥିଲେ । ସୁକେଶ ପରବର୍ତ୍ତି ସମୟରେ ନୋରାଙ୍କ ଭିଣୋଇ ସହିତ କଥା ହୋଇଥିଲା । ଏହି ସମୟରେ ନୋରାଙ୍କ କହିବା ମୁତାବକ ଭିଣୋଇ ସୁକେଶଙ୍କୁ କହିଥିଲେ ଯେ, ନୋରାଙ୍କ ପାଖରେ ବିଏମଡବ୍ଲୁ କାର ଅଛି ତେଣୁ ସେ ଏହି ଗିଫ୍ଟକୁ ଗ୍ରହଣ କରିପାରିବେ ନାହିଁ । ଯବାବରେ ସୁକେଶ ସେହି କାରକୁ ତାଙ୍କ ଭିଣୋଇକୁ ଅଫର କରିଥିଲେ । ଭିଣୋଇ କାର ଗ୍ରହଣ କରିବାକୁ ରାଜି ହୋଇଥିଲେ । ପରେ କାରର କାଗଜପତ୍ର ପ୍ରସ୍ତୁତ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami