ବାହାର ଦେଶର ମିଡ଼ିଆକୁ ଡରାଉଛି ଡ୍ରାଗନ, ଚୀନ୍ ରାଷ୍ଟ୍ରପତିଙ୍କୁ ହିରୋ କରିବାକୁ ଚାପ

Above Post Content

ଚୀନ୍ ରାଷ୍ଟ୍ରପତି ଭାବେ ସି ଜିନପିଙ୍ଗଙ୍କର ଅକ୍ଟୋବର ମାସରେ ତୃତୀୟଥର ପାଇଁ ରାଜ୍ୟାଭିଷେକ ହେବ । ଏଥିପାଇଁ କମ୍ୟୁନିଷ୍ଟ୍ ପାର୍ଟିର ବୈଠକ ଡକା ହୋଇଛି । ଏମିତିରେ ସି ଜିନପିଙ୍ଗ୍ ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ଶାସକ ଭାବେ ଉଭା ହୋଇଛନ୍ତି । ମାଓ ଓ ଚୀନର ପୁରୁଣା ଶକ୍ତିଶାଳୀ ସମ୍ରାଟ ମାନଙ୍କଠାରୁ ବି ଅଧିକ ଶକ୍ତିର ଅଧିକାରୀ ହେଉଛନ୍ତି ସି ଜିନ ପିଙ୍ଗ । ତେବେ ଜିନପିଙ୍ଗଙ୍କ ଇମେଜ ଉପରେ କରୋନା କାଳ,ମାନବାଧିକାର ଉଲ୍ଲଙ୍ଘନ ମାମାଲ ଓ ବିସ୍ତାରବାଦୀ ନୀତିରର ନକରାତ୍ମକ ପ୍ରଭାବ ପଡିଛି । ଜିନପିଙ୍ଗଙ୍କ ନକରାତ୍ମକ ଇମେଜକୁ ବଦଳାଇବା ପାଇଁ ଚୀନ୍ ଏବେ ଉଦ୍ୟମ କରୁଛି । ଚୀନରେ ମିଡିଆ ଉପରେ ସରକାରୀ କବଜା ରହିଛି । ଚୀନ୍ ଏବେ ସେଇ ଫର୍ମୁଲାକୁ ଦେଶ ବାହାରେ ମଧ୍ୟ ଲାଗୁ କରିବାକୁ ଚାହୁଁଛି । ଚୀନ୍ ନିଜ ସୀମା ବାହାରେ ବିଦେଶ ରାଷ୍ଟ୍ରର ସାମ୍ବାଦିକଙ୍କୁ ଧମକାଇବାରେ ଲାଗିଛି । ଅଭିଯୋଗ ହେଉଛି ଯେ, ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ଯେଉଁ ସାମ୍ବାଦିକ ଲେଖୁଛନ୍ତି ସେମାନଙ୍କୁ ଚୀନ୍ ଧମକ ଦେଉଛି ।

ଆମେରିକାର ଫ୍ରି ସ୍ପିଚ୍ ଥିଙ୍କ୍ ଟ୍ୟାଙ୍କ୍ ’ଫ୍ରିଡମ୍ ହାଉସ୍’ ରିପୋର୍ଟ ଅନୁସାରେ ୩୦ ଟି ଗଣତାନ୍ତ୍ରିକ ଦେଶ ମଧ୍ୟରୁ ୧୮ଟିର ମିଡିଆ ଉପରେ ଜିନପିଙ୍ଗଙ୍କ ଇମେଜକୁ ସକରାତ୍ମକ ଭାବେ ଦେଖାଇବାକୁ ଚାପ ପଡୁଛି । ଏହି ଦେଶଙ୍କ ମଧ୍ୟରୁ ଅଧିକାଂଶ ଆଫ୍ରିକା ମହାଦେଶର ।

After 2nd paragraph post ads

ଏହି ୧୮ ଦେଶର ମିଡିଆ,ସାମ୍ବାଦିକଙ୍କୁ ଚୀନ୍ ସପକ୍ଷରେ ଲେଖିବାକୁ ଓ ମାହୋଲ ବନେଇବାକୁ କୁହାଯାଉଛି । ରାଷ୍ଟ୍ରପତି ଜିନପିଙ୍ଗଙ୍କର ଏହି ମିଡିଆ ମ୍ୟାନେଜମେଣ୍ଟ ପାଇଁ ଚୀନ୍ ସରକାର ୭୫ ଲକ୍ଷ କୋଟି ଟଙ୍କାର ବିଶେଷ ପାଣ୍ଠି ମଧ୍ୟ ତିଆରି କରାଯାଇଛି । ଏହି ସ୍ପେଶାଳ ଫଣ୍ଡରୁ କିଛି ଦେଶରେ ନିବେଶର ଘୋଷଣା କରାଯାଇଥାଏ ।

ଆଫ୍ରିକାର ୭୦ ପ୍ରତିଶତ ୪ଜି ନେଟୱର୍କ ଚୀନର

Middle post content

ଆଫ୍ରିକାର ଅନେକ ଦେଶରେ ଚୀନ୍ ପ୍ରାୟ ୧୬୦ ହଜାର କୋଟି ଟଙ୍କା ନିବେଶ କରିଛି । ଯାହା ମଧ୍ୟରୁ ଅଧିକ ଟେକନିକ୍ କ୍ଷେତ୍ରରେ ହୋଇଛି । ଚୀନ୍ ଇଥିଓପିଆ ଓ ଉଗାଣ୍ଡାକୁ ୩ ଲକ୍ଷ କରୋନା ଭ୍ୟାକ୍ସିନ୍,ସୋମାଲିଆ ଓ କେନିଆକୁ ୨ ଲକ୍ଷ କରୋନା ଟିକା ମାଗଣାରେ ଦେଇଥିଲା । ଜିବୁଟି ଭଳି କ୍ଷୁଦ୍ର ଆଫ୍ରିକୀୟ ଦେଶରେ ଚୀନ୍ ପ୍ରାୟ ୧୪ ବଡ଼ ପ୍ରୋଜେକ୍ଟରେ ୨୫ ହଜାର କୋଟି ଟଙ୍କା ନିବେଶ କରିଛି ।

ପାକ-ଶ୍ରୀଲଙ୍କା ଉପରେ ମଧ୍ୟ ଚୀନର ଚାପ

ଶ୍ରୀଲଙ୍କାରେ ଚୀନ୍ ସମର୍ଥକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ସଙ୍କ ସଂଖ୍ୟା ୨୦୧୯ ପରଠାରୁ ଦ୍ରୁତଗତିରେ ବଢୁଛି । ରାଜପକ୍ଷେ ସରକାର ମଧ୍ୟ ଚୀନ ସମର୍ଥକ ଥିଲା । ଶ୍ରୀଲଙ୍କାର ଆର୍ଥିକ ହିତ ଚୀନ ସହିତ ଜଡିତ । ଜିନପିଙ୍ଗଙ୍କ ଇମେଜକୁ ଶ୍ରୀଲଙ୍କା ମିଡିଆରେ ବଢେଇ ଚଢେଇ ପେସ କରାଯାଉଛି । ଏଥିପାଇଁ ଡ୍ରାଗନ ଟଙ୍କା ଖର୍ଚ୍ଚ କରୁଛି ।

୨୦୧୯ ପରଠାରୁ ବିଶ୍ୱରେ ତଳକୁ ଖସିଛି ଚୀନ୍ ଭାବମୂର୍ତ୍ତି

୨୦୧୯ର କରୋନା ପରଠାରୁ ବିଶ୍ୱରେ ଚୀନର ଭାବମୂର୍ତ୍ତି ପ୍ରଭାବିତ ହୋଇଛି । ଏହା ସହିତ ଚୀନର ଲୋନ୍ ଦେଇ ଅଲଗା ଦେଶଙ୍କ ସମ୍ପତି ଉପରେ କବଜା କରିବା ମଧ୍ୟ ଏହାକୁ ନିନ୍ଦିତ କରାଉଛି । ତେଣୁ ଚୀନ୍ ନିଜ ଇମେଜ ସୁଧାରିବାକୁ ଚାହୁଁଛି । ଜିନ ପିଙ୍ଗ ସରକାର ବିରଧରେ ଲେଖୁତିବା ସାମ୍ବାଦିକଙ୍କୁ ଜୀବନରେ ମାରିବା ପାଇଁ ମଧ୍ୟ ଧମକ ମିଳୁଛି । ଅନେକ ସାମ୍ବାଦିକ ଓ ସଂସ୍ଥା ନିଜ ଖବରରେ ଫିଲଟର ଲଗାଇବା ଆରମ୍ଭ କରିଛନ୍ତି । ଚୀନ ଓ ଅଷ୍ଟ୍ରେଲିଆର କିଛି ସାମ୍ବାଦିକଙ୍କୁ ଜୀବନରେ ମାରିବାକୁ ଧମକ ଦିଆଯାଉଛି । ସାଇବର ଅପରାଧୀ ଏମିତି ଧମକ ଦେଉଛନ୍ତି । ଏହି ଚୀନର ଯେଉଁ ସାମ୍ବାଦିକ ବିଦେଶରୁ ସରକାର ବିରୋଧରେ ଲେଖୁଛନ୍ତି ସେମାନେ ହିଟଲିଷ୍ଟରେ ଅଛନ୍ତି । ସେମାନଙ୍କ ପରିବାରକୁ ମଧ୍ୟ ଟାର୍ଗେଟ୍ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami