ସାମଗ୍ରିକ ବିକାଶ ହେଉଛି ମୂଳ ଲକ୍ଷ୍ୟ

Above Post Content

ସମ୍ବଲପୁର: ସମ୍ବଲପୁର ରେ ପ୍ରଚାର କୁ ଜୋରଦାର କରିଛି ବିଜେଡି । ବିପୁଳ ଜନ ସମର୍ଥନ ର ସହ ଆଗେଇ ଚାଲିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସବୁ ବର୍ଗର ଲୋକଙ୍କୁ ଭେଟୁଛନ୍ତି , ବିକାଶ ସମ୍ପର୍କରେ ଆଲୋଚନା ବି କରୁଛନ୍ତି । ରାଜନୀତି ନୁହେଁ ସେବାକୁ ଅଧିକ ଗୁରୁତ୍ୱ ଦେଉଥିବା ବବି ସମ୍ବଲପୁର ର ସାମଗ୍ରିକ ବିକାଶ କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହାରି ଭିତରେ ସମ୍ବଲପୁରର ଅସ୍ମିତା, କଳା ଓ ସଂସ୍କୃତିର ସାମଗ୍ରିକ ବିକାଶ ନେଇ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।

Middle post content

ବିଭିନ୍ନ ସମସ୍ୟା ନେଇ ଆଲୋଚନା

After 2nd paragraph post ads

ଏହି ସମୟରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରି ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସମ୍ବଲପୁରର ବିଭିନ୍ନ ସମସ୍ୟା ଉପରେ ବରିଷ୍ଠ ନାଗରିକମାନେ ଆଲୋଚନା କରିଥିଲେ । ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ଏବଂ ବିଏସକେୱାଇ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ କୃତଜ୍ଞତା ପ୍ରଦାନ କରିଥିଲେ । ରହିଥିବା ସମସ୍ୟାର ସମାଧାନ ସହ ଲୋକଙ୍କ ଇଚ୍ଛାନୁସାରେ ସବୁ କାମ କରାଯିବ ବୋଲି ପ୍ରଣବ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଣବ କହିଛନ୍ତି, ସମ୍ବଲପୁରରେ ମୋତେ ପ୍ରାର୍ଥୀ କରିବା ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶା ପାଇଁ ଅନେକ ଯୋଜନା କରିଛନ୍ତି । ଆଗକୁ ଏହା ଜାରି ରହିବ ଓ ସବୁବେଳେ ସମ୍ବଲପୁରବାସୀଙ୍କ ପାଖରେ ରହିଛି ବୋଲି ପ୍ରଣବ ପ୍ରତିଶ୍ରୁତି ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami