ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

Above Post Content

ଚୋଟିଲା : ମନ୍ଦିର ଅଛି.. ସେଠି ଦେବୀ ଦେବତା ବି ପୂଜା ପାଉଛନ୍ତି । କିନ୍ତୁ କୌଣସି ପାରମ୍ପରିକ ଦେବୀ ଦେବତା ନୁହେଁ, ସେଠାରେ ପୂଜା ପାଉଛନ୍ତି ବୁଲେଟ ଦେବତା । ମନ୍ଦିରର ଦେବତାଙ୍କ ଆସ୍ଥାନରେ ରଖାଯାଇଛି ଏକ ବୁଲେଟ । ଉତ୍ତର ଭାରତର ରାଜସ୍ଥାନରେ ଏପରି ଏକ ମନ୍ଦିର ଅଛି, ଯେଉଁଠି ବର୍ଷ ବର୍ଷ ଧରି ବୁଲେଟ ପୂଜା ପାଉଛନ୍ତି । ମନ୍ଦିରର ନାଁ ରହିଛି ବୁଲେଟ ବାବା ମନ୍ଦିର ।

ପ୍ରତି ରାତିରେ ଗାଏବ ହୋଇଯାଉଥିଲା ବାଇକ୍‌

After 2nd paragraph post ads
Middle post content

ବୁଲେଟ ବାବା ମନ୍ଦିର ସହ ମନ୍ଦିରଟି ଓମ ବନ୍ନା ତୀର୍ଥ ନାମରେ ମଧ୍ୟ ପରିଚିତ । ରାଜସ୍ଥାନର ଯୋଧପୁର ଠାରୁ ୫୦କିମି ଦୂରରେ ରହିଛି ଏହି ମନ୍ଦିର । ଯୋଧପୁର-ପାଲି ହାଇୱେ ନିକଟରେ ଥିବା ଚୋଟିଲା ନାମକ ଏକ ଗାଁରେ ଏହି ବୁଲେଟ ବାବା ଓମ ବନ୍ନା ଦେବୀ ଦତ୍ତା ପୂଜା ପାଉଛନ୍ତି । ଲୋକଙ୍କ କହିବା ଅନୁଯାୟୀ, ପ୍ରାୟ ୩୦ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ସ୍ଥାନୀୟ ନେତା ଯୋଗ ସିଂ ରାଠୋରଙ୍କ ପୁଅ ଓମ ସିଂ ରାଠୋରଙ୍କର । ତାଙ୍କର ନାମରେ ଚୋଟିଲା ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ଘଟଣା ହେଉଛି, ଓମ ସିଂ ନାମକ ଯୁବକଙ୍କ ଏହି ସ୍ଥାନରେ ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଓମଙ୍କ ବୁଲେଟ ଜବତ କରି ପୋଲିସ ଥାନାରେ ଆଣି ରଖିଥିଲା । କିନ୍ତୁ ରାତିରେ ହଠାତ୍ ବାଇକଟି ଥାନାରୁ ଗାଏବ ହୋଇଯାଇଥିଲା । ପୋଲିସ ଖୋଜିବା ପରେ ଘଟଣାସ୍ଥଳରେ ବାଇକ ପଡିଥିବା ଦେଖିବାକୁ ପାଇଥିଲା । କେବଳ ଥରେ ନୁହେଁ ପ୍ରତିଦିନ ରାତିରେ ଏହି ଘଟଣା ବାରବାର ଘଟିବାରୁ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ମନ୍ଦିରରେ ରହୁଛି ଆତ୍ମା

ଶେଷରେ ପୋଲିସ ବାଇକକୁ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିଲା । ପରେ ଓମଙ୍କ ବାପା ଓମଙ୍କ ମୃତ୍ୟୁସ୍ଥଳୀରେ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଯାହା ବୁଲେଟ ବାବା ମନ୍ଦିର ଭାବେ ପରିଚିତ । ବିଶ୍ୱାସ ଅଛି କି, ଓମ ବନ୍ନାଙ୍କର ଆତ୍ମା ସେହି ମନ୍ଦିରରେ ରହୁଛି । ସେହି ମନ୍ଦିର ଦେଇ ଯାତ୍ରୀ ଅତିକ୍ରମ କଲେ ସେଠାରେ ଅଟକି ପୂଜା ନିଶ୍ଚୟ କରିଥାନ୍ତି । ଓମ୍ ବାନ୍ନା ବା ବୁଲେଟ ବାବା ସେମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami