ଆସନ୍ତା ୨୯ ପ୍ରତିଷ୍ଠା ଦିବସରେ ନୂଆ ଅତିଥିକୁ ଦେଖିପାରିବେ ପର୍ଯ୍ୟଟକ

Above Post Content

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୪ ବିରଳ ନୂଆ ଅତିଥି । ଦୁଇଟି ୱାଲାବି ଏବଂ ଦୁଇଟି ଲିଭିଂ ଷ୍ଟୋନ୍ ଟୁରାକୋ ପକ୍ଷୀ ଆସିଛନ୍ତି । ପ୍ରଥମ ଥର ପାଇଁ ଲିଭିଂ ଷ୍ଟୋନ୍ ଟୁରାକୋ ନନ୍ଦନକାନନକୁ ଆସିଛି । ଦୀର୍ଘ ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି । ୱ ।ଲାବି କଙ୍ଗାରୁଠାରୁ ଆକାରରେ ଛୋଟ । ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଏମାନଙ୍କୁ ଅଣାଯାଇଛି । ନନ୍ଦନକାନନରେ ନୂଆ ପ୍ରଜାତି ଜୀବ ଭାବେ ୱ ।ଲାବି ଅଣାଯାଇଥିବାରୁ ବର୍ତ୍ତମାନ ଏମାନଙ୍କୁ ନୂଆ ଖୁଆଡ ନିର୍ମାଣ କରାଯାଇ ରଖାଯାଇଛି । ଗତ ବିଳମ୍ବିତ ରାତିରେ ଅଣାଯିବା ପରେ ଏହି ଜୀବମାନଙ୍କୁ ସ୍ୱାସ୍ଥ୍ୟ ନିରୀକ୍ଷଣ ଲାଗି କ୍ୱାରେଣ୍ଟାଇନରେ ରଖାଯାଇଛି ।

Middle post content

ଏହି ଜୀବ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ

After 2nd paragraph post ads

ଡିସେମ୍ବର ୨୯ ତାରିଖରେ ନନ୍ଦନକାନନର ପ୍ରତିଷ୍ଠା ଦିବସ ରହିଛି । ଏହିଦିନ ପର୍ଯ୍ୟଟକମାନେ ୪ ନୂଆ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ । ଗତ ସେପ୍ଟେମ୍ବର ମାସରେ ଆଇଜଲ ଜୁଲୋଜିକାଲ ଚିଡିଆଖାନାରୁ ୩ ପ୍ରଜାତିର ୫ ଜୀବଜନ୍ତୁ ଆସିଥିଲେ । ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami