ସଜେଇ ହୋଇ ବାଇକ୍‌ରେ ମଣ୍ଡପ ଆସିଲେ କନ୍ୟା

Above Post Content

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଯାଇ କନ୍ୟା ବେଶରେ ସଜ୍ଜେଇ ହୋଇ ନିଜେ ବାଇକ୍ ଚଢି ମଣ୍ଡପରେ ପହଞ୍ଚିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ରାଇଡର ଗର୍ଲ ଭାବେ ଜଣାଶୁଣା

After 2nd paragraph post ads
Middle post content

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଯୁବତୀ ଜଣକ ନାଲି ଶାଢ଼ି ପିନ୍ଧିବା ସହ ବହୁ ସୁନା ଅଳଙ୍କାର ପିନ୍ଧିଛନ୍ତି । ସେ କନ୍ୟା ବେଶରେ ସଜ୍ଜେଇ ହୋଇ କେଟିଏମ ବାଇକ୍ ଚଲାଇ ମଣ୍ଡପ ଯାଉଛନ୍ତି । ସେ ଯେଉଁ ରାସ୍ତାରେ ଯାଉଛନ୍ତି ଲୋକମାନେ ତାଙ୍କୁ ବୁଲିବୁଲି ଚାହୁଁଛନ୍ତି । କେବଳ ଏତିକି ନୁହେଁ, କିଛି ଲୋକ ଭିଡିଓ ତିଆରି କରିବାରେ ମଧ୍ୟ ବ୍ୟସ୍ତ । ଏହି କନ୍ୟାଙ୍କ ନାମ ହେଉଛି କାଜଲ ଦତ୍ତ । ଯିଏକି ରାଇଡର ଗର୍ଲ ଭାବରେ ଜଣାଶୁଣା । କାଜଲ ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଅପଲୋଡ୍ କରିଛନ୍ତି । କାଜଲ ନିଜକୁ ବଙ୍ଗୀୟ ସିଂହୀ ବୋଲି କହିଛନ୍ତି ।

ବିନା ହେଲମେଟରେ ବାଇକ ଚଳାଇଲେ କଟିବ ଚାଲାଣ

କାଜଲଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହା ଏପର୍ଯ୍ୟନ୍ତ ୬୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି । କେବଳ ଏତିକି ନୁହେଁ, ଏହି ଭିଡିଓକୁ ୪ ଲକ୍ଷ ୪୦ ହଜାର ଲୋକ ପସନ୍ଦ କରିଛନ୍ତି ଏବଂ ପ୍ରାୟ ୩ ହଜାର ମନ୍ତବ୍ୟ ଆସିଛି । କେହି କେହି କହୁଛନ୍ତି, ବଙ୍ଗାଳୀ ଝିଅମାନେ ଦୂରରୁ ଜଣାପଡ଼ନ୍ତି । ଆଉ କେତେକ ତାଙ୍କୁ ସଉକବାଲି କନ୍ୟା ବୋଲି କହିଛନ୍ତି । ଜଣେ ୟୁଜର କହିଛନ୍ତି, ଆଞ୍ଜେଲ । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ବିନା ହେଲମେଟରେ ବାଇକ ଚଳାଇଲେ ଚାଲାଣ କଟିବା ଦରକାର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami