୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

Above Post Content

ନୂଆଦିଲ୍ଲୀ: ୬୦ ବର୍ଷ ବୟସରେ ବିବାହ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥେ୍ଥାନୀ ଆଲବାନିଜ । ଏଭଳି ପରିଣତ ବୟସରେ ଆନ୍ଥେ୍ଥାନୀ ତାଙ୍କଠାରୁ ବୟସରେ ୧୫ବର୍ଷ ସାନ ମହିଳାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି ।

Middle post content

ଭାଲେଣ୍ଟାଇନ୍ ଡ଼େରେ ଶେଷ ହୋଇଛି ନିର୍ବନ୍ଧ

After 2nd paragraph post ads

ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍ ଡ଼େରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥେ୍ଥାନୀଙ୍କ ନିର୍ବନ୍ଧ ଶେଷ ହୋଇଛି । ଏହି ଖୁସିଖବରକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ନିଜେ ଟୁଇଟ କରି ସମସ୍ତଙ୍କୁ ଜଣାଇଥିଲେ । ଯେଉଁ ମହିଳାଙ୍କ ସହିତ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଛି ଆନ୍ଥେ୍ଥାନୀ ତାଙ୍କୁ ଗତ ୪ବର୍ଷ ଧରି ଡେଟ କରୁଥିବା ଜଣାପଡ଼ିଛି । ୬୦ବର୍ଷୀୟ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ୪୫ବର୍ଷୀୟ ତାଙ୍କ ଭାବି ସ୍ତ୍ରୀ ହେଡନଙ୍କ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, ‘ସେ ହଁ କହି ଦେଲା, ଖୁବଶୀଘ୍ର ମୁଁ ବିବାହ କରିବାକୁ ଯାଉଛି’ । ବିଶେଷ କଥା ହେଉଛି ନିର୍ବନ୍ଧରେ ଆନ୍ଥେ୍ଥାନୀ ଆଲବାନିଜ ତାଙ୍କ ସାଥୀ ହେଡନଙ୍କୁ ଯେଉଁ ମୁଦି ପିନ୍ଧାଇଥିଲେ ତାହାକୁ ସେ ନିଜେ ଡିଜାଇନ କରିଥିଲେ । ଆନ୍ଥେ୍ଥାନୀଙ୍କ ଏହା ଦ୍ୱିତୀୟ ବିବାହ । ପ୍ରଥମେ ସେ ନ୍ୟୁ ସାଉଥ ୱେଲ୍ସର ପୂର୍ବତନ ଡେପୁଟି ପ୍ରିମିୟର କାର୍ମେଲ ଡେବଟ୍ଟଙ୍କୁ ବିବାହ କରିଥିଲେ । ଏହି ବିବାହ ଦୀର୍ଘ ୧୯ବର୍ଷ ଧରି ଚାଲିବା ପରେ ୨୦୧୯ରେ ଆନ୍ଥେ୍ଥାନୀଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା । ଆଲବାନିଜଙ୍କ ଏକ ପୁତ୍ର ସନ୍ତାନ ଅଛନ୍ତି ଯାହାଙ୍କ ନାମ ନେଥନ ଆଲବାନିଜ ରହିଛି । ଯିଏକି ଏବେ ୧୯ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami