ହାରିବା ଭୟରେ ମିଛ ଚାର୍ଜସିଟ ତିଆରି କରିଛି ବିଜେପି : ଲେଖାଶ୍ରୀ

Above Post Content

ଭୁବନେଶ୍ୱର: ଓଡ଼ିଶା ବିଜେପିର ଚାର୍ଜସିଟ୍‌ର ରାଜ ଖୋଲିଲେ ବିଜେଡିର ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର । ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଟାର୍ଗେଟ ସହ ନିର୍ବାଚନ ଆସିଲେ ଦଳ ଏମିତି ବିନା ପ୍ରମାଣ, ମନ୍ଦ ଉଦ୍ଦେଶ୍ୟ, ଭିତ୍ତିହୀନ ଚାର୍ଜସିଟ ତିଆରି କରେ ବୋଲି ଲେଖାଶ୍ରୀ କହିଛନ୍ତି । ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶରେ ବିଜେଡି ବିରୋଧରେ ମିଛ କହି ଅପପ୍ରଚାର କରିବା ବିଜେପିର ଫଣ୍ଡା । ମିଛକୁ ଆଧାର କରି ଚାର୍ଜସିଟ ତିଆରି କରୁଥିବା ଓଡ଼ିଶାର ବିଜେପି ନେତାଙ୍କ ବିରୋଧରେ ଚାର୍ଜସିଟ କଲେ ତାହା ଏକ ଗ୍ରନ୍ଥ ହେବ । ଲେଖାଶ୍ରୀ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଓଡ଼ିଶା ଏକମାତ୍ର ରାଜ୍ୟ ଯିଏ ଚାଷୀଙ୍କ ଆୟ ଦୁଇଗୁଣା କରିଛି । ଏଥିପାଇଁ କେନ୍ଦ୍ର ଓଡ଼ିଶାକୁ ସମ୍ମାନିତ କରିଛି । ହେଲେ କିଛି ନ ଜାଣି ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛି ।

ଓଡ଼ିଶାରେ ବେକାରୀ ହାର ସବୁଠୁ କମ

After 2nd paragraph post ads
Middle post content

ଓଡ଼ିଶାରେ ବେକାରୀ ହାର ସବୁଠୁ କମ୍ । କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ହିଁ ସାର୍ଟିଫିକେଟ ଦେଇଛି । ହେଲେ ଓଡ଼ିଶା ବିଜେପି କିନ୍ତୁ ଅଲଗା କଥା କହୁଛି । ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ବିଜେପି ଆଣିଥିବା ଅଭିଯୋଗ ଏକଦମ ଭିତ୍ତିହୀନ । ଓଡ଼ିଶା ବିଜେପିର ସଭାପତି ମନମୋହନ ସାମଲ ନିଜେ ମହିଳା ନିର୍ଯାତନା ମାମଲାରେ ଧରାପଡ଼ିଛନ୍ତି । ନୂଆଦିଲ୍ଲୀର ଓଡ଼ିଶା ନିବାସରେ ୨୦୦୮ ମସିହାରେ ଧରାପଡ଼ିଥିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାହାର କରାଯାଇଥିଲା । ଏଭଳି ବ୍ୟକ୍ତିଙ୍କୁ ଓଡ଼ିଶା ବିଜେପିର ରାଜ୍ୟ ସଭାପତି କରାଯାଇଛି । ଏହାହିଁ ସୂଚାଉଛି ବିଜେପିରେ ମହିଳାଙ୍କ ସ୍ଥିତି କଣ ।

ନିଜ ଗାଁରେ ସ୍ମାର୍ଟ ସ୍କୁଲଟିଏ କରିପାରିନାହାନ୍ତି କେନ୍ଦ୍ରମନ୍ତ୍ରୀ

ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହୋଇଥିଲେ ବି ନିଜ ଗାଁରେ ସ୍ମାର୍ଟ ସ୍କୁଲଟିଏ କରିପାରିନାହାନ୍ତି । ହେଲେ ରାଜ୍ୟ ସରକାର ୭ ହଜାରରୁ ଅଧିକ ସ୍କୁଲକୁ ରୂପାନ୍ତରିତ କରିଛନ୍ତି । ବିଜୁଳି କ୍ଷେତ୍ରରେ ମଧ୍ୟ ମିଛର ଆଶ୍ରୟ ନେଇଛନ୍ତି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବେଦନଶୀଳ ମାମଲାରେ ନିଜର ରାଜନୈତିକ ସ୍ୱାର୍ଥ ଦେଖନ୍ତି । ଏଣୁ ମହିଳା ଓ ଶିଶୁଙ୍କ ଉପରେ କହିବାକୁ ତାଙ୍କର ନୈତିକ ଅଧିକାର ବି ନାହିଁ । ଅନ୍ୟପଟେ ବିଜେପି ମୁଖପାତ୍ରଙ୍କୁ କିପରି ଚାପ ପକାଇ ବିଜେଡି ବିରୋଧରେ କୁହାଯାଏ ସେକଥା ବି କହିଛନ୍ତି ଲେଖାଶ୍ରୀ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ହାରିବା ଭୟରେ ମିଛର ଚାର୍ଜସିଟ ତିଆରି କରି ବିଜେପି ନାଟକ କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami