ବୌଦ୍ଧରେ ପାଣ୍ଡିଆନଙ୍କ ପ୍ରଚାର

Above Post Content

ବୌଦ୍ଧ: ବୌଦ୍ଧରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । ସରକାରଙ୍କ ବିଭିନ୍ନ ଯୋଜନା ନେଇ ଭୋଟରଙ୍କୁ ପ୍ରଶ୍ନ ପଚାରିଲେ ପାଣ୍ଡିଆନ । ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ । ଆଉ ନିର୍ବାଚନ ପରେ ସେମାନଙ୍କୁ ପାଇବେ ନାହିଁ । ପୁଣି ୫ ବର୍ଷ ପରେ ସେମାନେ ଆସିବେ । କିନ୍ତୁ ବିଜେଡି ସବୁବେଳେ ଆପଣଙ୍କ ସୁଖଦୁଃଖରେ ଠିଆ ହେବ । ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଆପଣ ମାନେ ଆମ ପ୍ରାର୍ଥୀଙ୍କୁ ଜିତାଇବେ କି ? ଆପଣମାନେ ୯୫ ପ୍ରତିଶତ ଭୋଟିଂ କରନ୍ତୁ । ଭୋଟିଂ ବଢିଲେ ମାନ୍ୟବର ବିଧାୟକ ଓ ସାଂସଦ ପ୍ରାର୍ଥୀ ଅଧିକ ଭଲ କାମ କରିବେ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

Middle post content

ପ୍ରାର୍ଥୀଙ୍କ ପ୍ରଶଂସା କଲେ ପାଣ୍ଡିଆନ

After 2nd paragraph post ads

ପାଣ୍ଡିଆନ ଆହୁରୀ ମଧ୍ୟ କହିଛନ୍ତି ଯେ, ଅଚ୍ୟୁତ ବାବୁଙ୍କର ରାଜନୀତିକୁ ଆସିବାର କୌଣସି କାରଣ ନ ଥିଲା । କିନ୍ତୁ ନବୀନଙ୍କ ସହ ମିଶି ଜନତାଙ୍କ ସେବା କରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ସେଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରିଲେ । ପ୍ରଦୀପ ବାବୁଙ୍କ ବାବଦରେ ବେଶି କିଛି କହିବାର ନାହିଁ । କାରଣ ସେ ବୌଦ୍ଧରେ ବହୁତ ସେତୁ କରିଛନ୍ତି । ମୁଁ ଥରେ ତାଙ୍କୁ କହିଥିଲି, ଆପଣ ସବୁ ସେତୁ ଯଦି ବୌଦ୍ଧକୁ ନେଇଯିବେ ତେବେ ବାକି ବିଧାୟକ କ’ଣ ନେବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami