ନିରାଡ଼ମ୍ବର ଢଙ୍ଗରେ ପ୍ରଚାର କରି ଲୋକଙ୍କ ହୃଦୟ ଜିତିଲେ ନବୀନ

Above Post Content

ନବରଙ୍ଗପୁର : ରାଜନୀତିରେ ନିଜର ସ୍ୱଚ୍ଛ ଓ ସରଳ ଚିନ୍ତାଧାରା ପାଇଁ ସାରା ଦେଶରେ ପ୍ରଶଂସିତ ନବୀନ ପଟ୍ଟନାୟକ ଆଜି କୋରାପୁଟ ପରେ ନବରଙ୍ଗପୁରରେ ମଧ୍ୟ ନିରାଡମ୍ବର ଢଙ୍ଗରେ ନିର୍ବାଚନ ପ୍ରଚାର କରି ଲୋକଙ୍କ ହୃଦୟ ଜିତିଛନ୍ତି । ନବରଙ୍ଗପୁରର ମାଝୀଗୁଡାଠାରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ପଚାରିଥିଲେ, ଆପଣମାନେ ଭଲ ଅଛନ୍ତି ତ? ଏହି ଗୋଟିଏ ପ୍ରଶ୍ନରେ ଉପସ୍ଥିତ ଜନତା ଭାବବିହ୍ୱଳ ହୋଇପଡିଥିଲେ । ସମସ୍ତଙ୍କ ହୃଦୟକୁ ଛୁଇଁଥିଲେ ନବୀନ ।

ମୁଖ୍ୟମନ୍ତ୍ରୀ ପଚାରିଥିଲେ ୧୧ ଟି ପ୍ରଶ୍ନ

After 2nd paragraph post ads
Middle post content

ଉପସ୍ଥିତ ବିଶାଳ ଜନସମୁଦ୍ରର ହର୍ଷ ଉଲ୍ଲାସ ଓ କରତାଳି ମଧ୍ୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ୧୧ ଟି ପ୍ରଶ୍ନ । ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଚାଲିଛି ? ମମତା ଯୋଜନା ଭଲ ଚାଲିଛି ? ମିଶନ ଶକ୍ତି, ନୂଆ-ଓ ସ୍କଲାରସିପ୍‌?, କାଳିଆ ଯୋଜନା, ପୁରୀ ପରିକ୍ରମା ପ୍ରକଳ୍ପ, ଟଙ୍କିକିଆ ଚାଉଳ, ଲକ୍ଷ୍ମୀ ବସ୍‌?, ୫-ଟି ସ୍କୁଲ ରୂପାନ୍ତର, ଆଦି ସବୁ କାମ ଭଲ ଚାଲିଛି ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରତି ପ୍ରଶ୍ନରେ ଜନତାଙ୍କ ଉତ୍ତର ହଁ ବହୁତ ଭଲ ଚାଲିଛିରେ ସଭାସ୍ଥଳୀ ପ୍ରତିଧ୍ୱନିତ ହୋଇଥିଲା । ସମସ୍ତେ ବହୁତ ଖୁସି ଓ ଉତ୍ସାହିତ ଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି ? ଏହାପରେ ଭାବବିହ୍ୱଳ ଜନତା ଏକ ସ୍ୱରରେ କହିଥିଲେ ‘ହଁ’ । ଦୀର୍ଘ ସମୟ ଧରି ଏହି ‘ହଁ’ ର ଗୁଞ୍ଜରଣ ସଭାସ୍ଥଳରେ ପ୍ରତିଧ୍ୱନିତ ହେଉଥିଲା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିରୋଧୀ ବିଜେପି ଦଳ ନେତା ମିଛ କଥା କହୁଛନ୍ତି, ଅପପ୍ରଚାର କରୁଛନ୍ତି । ଆପଣମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଜିତାନ୍ତୁ ।

ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ

ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଲୋକଙ୍କୁ କହିଥିଲେ ଯେ ଓଡିଶାର ରୂପାନ୍ତରକୁ ଆହୁରି ଆଗେଇ ନେବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ । ସେ ମଧ୍ୟ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ପ୍ରଶ୍ନ ପଚାରି ଲୋକଙ୍କ ମତାମତ ନେଇଥିଲେ । ନବରଙ୍ଗପୁର ନୂଆ ସରକାରୀ କଲେଜ କିଏ କରିଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ କିଏ କରିଛି । ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ, ଅଲେକ ମହିମା ପୀଠ ଆଦିର ରୂପାନ୍ତର କିଏ କରିଛି । ବଡ ବଡ ସେତୁ, ନୂଆ-ଓ ସ୍କଲାରସିପ, ମିଶନ ଶକ୍ତି, କାଳିଆ, ମମତା ଆଦି ଯୋଜନା କିଏ କରିଛି । ସବୁର ଉତ୍ତର ଆସିଥିଲା ନବୀନ ପଟ୍ଟନାୟକ । ଏହାପରେ ଶ୍ରୀ ପାଣ୍ଡିଆନ କହିଥିଲେ ନବୀନ ପଟ୍ଟନାୟକ ଆପଣଙ୍କ ପାଇଁ ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି, ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ, ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami