ବିଜୁ ବାବୁଙ୍କ ୨୭ତମ ଶ୍ରାଦ୍ଧବାର୍ଷିକୀ : ବିନ୍ଦୁସାଗରରେ ତିଳତର୍ପଣ

Above Post Content

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି । ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ । ଇତିହାସ ଯେତିକି ପଢ଼ିଥିଲେ, ତାହାଠାରୁ ଅଧିକ ଇତିହାସ ରଚିଥିଲେ ପ୍ରବାଦ ପୁରୁଷ ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ । ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କର ସ୍ମୃତିଚାରଣ ।

Middle post content

ସ୍ୱାଭିମାନୀ ଓଡିଶା ଗଠନ କରିବା ପାଇଁ ନେଇଥିଲେ ଶପଥ

After 2nd paragraph post ads

ସେପଟେ ତିରୋଧାନ ଦିବସକୁ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିରାଡମ୍ବର ଭାବେ ପାଳନ କରିଛି ବିଜେଡ଼ି । ଏହି ଅବସରରେ ବିନ୍ଦୁସାଗର କୂଳରେ ବିଜୁ ବାବୁଙ୍କୁ ବିଜୁ ଜନତା ଦଳ ପକ୍ଷରୁ ତିଳ ତର୍ପଣ ପ୍ରଦାନ କରାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସହ ଦଳର କର୍ମୀ ମାନେ ସାମିଲ ହୋଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସକାଳୁ ସକାଳୁ ବିଜେଡି ପକ୍ଷରୁ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନେତା ଓ କର୍ମୀମାନେ ସଂକଳ୍ପ ନେଇଥିଲେ । ଆଗାମୀ ଦିନରେ ଦଳରେ ଶୃଙ୍ଖଳିତ ହୋଇ ନିସ୍ୱାର୍ଥପର ଭାବରେ ବିକଶିତ ଏବଂ ସ୍ୱାଭିମାନୀ ଓଡିଶା ଗଠନ କରିବା ପାଇଁ ସମସ୍ତେ ଶପଥ ନେଇଛନ୍ତି । ଏହାଛଡ଼ା ବିଭିନ୍ନ ସ୍ଥାନରେ ସ୍ମୃତିସଭା, ରକ୍ତଦାନ ଶିବିର, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami