ମୋଦିଙ୍କ ଭାଷଣ ସମୟରେ ଶୋଇପଡିଲେ ଆଲିଆ

Above Post Content

ମୁମ୍ବାଇ:ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରରେ ୧୪୧ ତମ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ବହୁ ରାଜନେତା, ଖେଳାଳିଙ୍କ ବ୍ୟତୀତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ନଜର ଆସିଥିଲେଶାହାରୁଖ ଖାନ, ଦୀପିକା ପାଦୁକୋନ, ଆଲିଆ ଏବଂ ରଣବୀରଙ୍କ ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଏହି ସମୟରେ ଆଲିଆଙ୍କ ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଆଇଓସି ଇଭେଣ୍ଟରେ ବି-ଟାଉନ୍ ତାରକାମାନଙ୍କ ଅନେକ ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦୀପିକା ଏବଂ ଶାହାରୁଖ ଏକାଠି ବସିଥିବାର ନଜର ଆସିଥିଲେ । ତାଙ୍କ ପଛରେ ଆଲିଆ ଏବଂ ରଣବୀର ବସିଛନ୍ତି । ସେହି ସମୟରେ ଆଲିଆ ଆଖି ବନ୍ଦ କରିଥିବାବେଳେ ରଣବୀର ତଳକୁ ଅନାଇ ବ୍ୟସ୍ତ ଅଛନ୍ତି । ପ୍ରଶଂସକମାନେ ସନ୍ଦେହ କରୁଛନ୍ତି ଯେ ସେ ତାଙ୍କ ଫୋନକୁ ଦେଖୁଛନ୍ତି ।

Middle post content

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଶୋଇବା ଭିଡିଓ

After 2nd paragraph post ads

ଏହି ଫଟୋ ଭାଇରାଲ ହେବା ମାତ୍ରେ ଅଭିନେତ୍ରୀ ଖୁବ୍ ଟ୍ରୋଲର ସମ୍ମୁଖୀନ ହୋଇଥିଲେ । ସୋସିଆଲ ମିଡିଆ ୟୁଜର୍ସମାନେ କହିଛନ୍ତି ଯେ ଅଭିନେତ୍ରୀ ବିରକ୍ତ ହୋଇ ଶୋଇପଡିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ‘ଆଲିଆ ଘରକୁ ଯିବା ଉଚିତ୍ । ଏହା ବ୍ୟତୀତ ଲୋକମାନେ ରଣବୀର କପୁରଙ୍କୁ ଟ୍ରୋଲ କରୁଛନ୍ତି । ସେପଟେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ କିସିଂ ସିନ୍‌କୁ ନେଇ ମଧ୍ୟ ଆଲିଆ ଓ ରଣବୀରଙ୍କୁ ଟ୍ରୋଲ କରାଯାଇଥିଲା । ରଣବୀର ଓ ରଶ୍ମିକାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ର ପ୍ରଥମ ଗୀତ ରିଲିଜ୍ ହେବା ଦିନଠାରୁ ହିଁ ଚର୍ଚ୍ଚାରେ ରହିଛି ଏହି ଗୀତ । କାରଣ ହେଉଛି ରଣବୀର-ରଶ୍ମିକାଙ୍କର କେମେଷ୍ଟ୍ରି ଏବଂ ଗୀତରେ ଥିବା କିସିଙ୍ଗ୍ ସିନ୍ ଏପରିକି ଗୀତର ଅନେକ ଅନ୍ତରଙ୍ଗ ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଥିଲା । ଯାହା ଦେଖିବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଗୀତ ଦେଖିବା ପରେ ଲୋକେ ରଣବୀର କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଥିଲେ । ସୋସିଆଲ ମିଡିଆରେ ରଣବୀରଙ୍କ ସମେତ ଆଲିଆଙ୍କୁ ମଧ୍ୟ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା । ଯାହା ପରେ ଆଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ରଣବୀରଙ୍କୁ ସପୋର୍ଟ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami