ଲେବାନନରେ ଯୁଦ୍ଧର ଘନଘଟା ଭିତରେ ୮ ହଜାର ଭାରତୀୟ ସୈନିକ ! କ’ଣ ସେମାନଙ୍କ କାମ ?

Above Post Content

ଇସ୍ରାଏଲୀ ଉପରକୁ ଲେବାନନ ପଟୁ ହୋଇଥିବା ରକେଟ୍ ମାଡ ଉତ୍ତର ଇସ୍ରାଏଲୀ ସେନା ଦେଉଛି । ରବିବାର ସନ୍ଧ୍ୟାରେ ଇସ୍ରାଏଲ ଉପରକୁ ଲେବାନନର ହେବବୁଲ୍ଲାହ ଆତଙ୍କବାଦୀ ସଂଗଠନ ୯ଟି ରକେଟ୍ ମାଡ଼ କରିଥିଲା । ଯାହାମଧ୍ୟରୁ ୫ଟିକୁ ଆଇରନ୍ ଡୋମ୍ ନିଷ୍କ୍ରୀୟ କରିଦେଇଥିଲା । ବର୍ତ୍ତମାନ ଇସ୍ରାଏଲୀ ସେନା ସେହିସବୁ ଲଂଚ୍ ପ୍ୟାଡକୁ ଖୋଜି ନଷ୍ଟ କରିବାକୁ ଉଦ୍ୟମ କରୁଛି ଯେଉଁଠାରୁ ଇସ୍ରାଏଲ ଭିତରକୁ ରକେଟ୍ ମାଡ଼ ହେଉଛି । ଏହା ମଧ୍ୟରେ ଏଭଳି ଖବର ଆସିଛି ଯେ, ଇସ୍ରାଏଲ ଓ ଲେବାନନ୍ ସୀମାରେ ଭାରତୀୟ ସୈନିକଙ୍କୁ ଜାତିସଂଘ ମୁତୟନ କରିଛି । ଦୁଇ ପକ୍ଷ ମଧ୍ୟରେ ବଫର ଜୋନ୍ ଭାବେ ଭାରତୀୟ ଶାନ୍ତି ସୈନିକ କାର୍ଯ୍ୟ କରୁଛନ୍ତି । ସୂଚନାଯୋଗ୍‌ଯ ଯେ,ଜାତିସଂଘର ଶାନ୍ତିସେନାରେ ଭାରତର ୮ ହଜାର ସୈନିକ ସାମିଲ ଅଛନ୍ତି । ଏମାନଙ୍କ କାମ ଲେବାନନ-ଇସ୍ରାଏଲ ସୀମାରେ ଶାନ୍ତି କାଏମ ରଖିବା ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଭାରତୀୟ ଶାନ୍ତି ସୈନିକଙ୍କୁ ଇସ୍ରାଏଲ ଓ ଲେବାନନ ସୀମାରେ ଦେଖିବାକୁ ମିଳିଛି । ତେବେ ପ୍ରୋଟୋକଲ କାରଣରୁ ଭାରତୀୟ ସେନା ନିଜ ମିଶନ ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ପାଲେଷ୍ଟାଇନା ଆତଙ୍କବାଦୀ ସଂଗଠନ ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଭିତରେ ଲେବାନନର ଆତଙ୍କବାଦୀ ଗୋଷ୍ଠୀ ହେଜବୁଲ୍ଲାହ ମଧ୍ୟ ଯୋଗ ଦେଇଛି । ହେଜବୁଲ୍ଲାହ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଧମକ ଦେବା ସହିତ ରକେଟ୍ ମାଡ଼ କରୁଛି ।ରବିବାର ସକାଳେ ଉତ୍ତର ଇସ୍ରାଏଲରେ ହୋଇଥିବା ଆକ୍ରମଣର ଉତ୍ତରଦାୟୀତ୍ୱ ହେଜବୁଲ୍ଲାହ ନେଇଛି । ଯେଉଁଥିରେ ଜଣେ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ଲେବାନନରେ ମୁତ୍ତୟନ ଅଛନ୍ତି ଭାରତୀୟ ସୈନିକ

After 2nd paragraph post ads
Middle post content

ଲେବାନନର ମୁତ୍ତୟନ ଥିବା ଭାରତୀୟ ସୈନିକ ଜାତିସଂଘ ଅଧିନରେ ସେଠାରେ କାର୍ଯ୍ୟ କରୁଛନ୍ତି । ସେମାନେ ୟୁଏନ୍‌ଏଫଆଇଏଲ ଅନ୍ତର୍ଗତରେ ସେଠାରେ ମୁତ୍ତୟନ ଅଛନ୍ତି । ୧୯୭୮ ମସିହାରେ ୟୁଏନଏଫଆଇଏଲ ବା ୟୁନାଇଟେଡ୍ ନେସନ୍ ଇଣ୍ଟେରିମ୍ ଫୋର୍ସ ଇନ୍ ଲେବାନନର ଗଠନ ହୋଇଥିଲା । ଲେବାନନରେ ଶାନ୍ତି ପ୍ରତିଷ୍ଠା ଏହାର ଲକ୍ଷ୍ୟ ।୨୦୦୬ରେ ଜାତିସଂଘ ଦ୍ୱିତୀୟ ଥର ପାଇଁ ୟୁଏନଏଫାଆଇଏଲକୁ ଲେବାନନରେ ସରକାରଙ୍କୁ ସାହାଯ୍ୟ କରିବାକୁ ଦାୟିତ୍ୱ ଦେଇଥିଲା । ଯେଉଁଥିରେ ବିଭିନ୍ନ ଦେଶର ସେନା ସାମିଲ ଅଛନ୍ତି । ଏହି ବହୁରାଷ୍ଟ୍ରୀୟ ସେନାରେ ଭାରତୀୟ ସୈନିକ ମଧ୍ୟ ସାମିଲ ଅଛନ୍ତି ।

UNIFIL କୁ କେଉଁ ସବୁ କ୍ଷମତା ମିଳିଛି ?

UNIFIL ଲେବାନନ୍ ସେନାର ସାହାଯ୍ୟରେ ଦେଶ ଭିତରେ ସାମରିକ ଅଭିଯାନ ଚଳାଇ ପାରିବ ।ଏହା ଲେବାନନୀ ସରକାରଙ୍କ ସହ ମିଶି ଦେଶର ବାକି ବିଦ୍ରୋହୀଙ୍କୁ ନିରସ୍ତ୍ର କରୁଛି । ଏହାସହିତ ଲେବାନନ ସରକାରଙ୍କ ଅନୁରୋଧରେ ଲେବାନନ ସେନା ସହିତ ମିଶି ଏହା ଲେବାନନର ସୀମାର ସୁରକ୍ଷା ମଧ୍ୟ କରିପାରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami