ପ୍ରାଣ ଛାଡ଼ିଲେ ବିଶ୍ୱର ଦ୍ୱିତୀୟ ବୟୋଜ୍ୟଷ୍ଠା ମହିଳା

Above Post Content

କାଶିୱାରା: ମଙ୍ଗଳବାର ବିଶ୍ୱରେ ଦ୍ୱିତୀୟ ତଥା ଜାପାନ୍‌ର ସବୁଠୁ ବୟୋଜ୍ୟଷ୍ଠା ମହିଳା ଫୁସା ତାତ୍‌ସୁମିଙ୍କର ୧୧୬ ବର୍ଷ ବୟସରେ ମୃତ୍ୟୁ ହୋଇଛି । ମନ ଲାଖି ଖାଦ୍ୟ ‘ବିନ୍‌-ପେଷ୍ଟ୍ ଜେଲି’ ଖାଇବା ପରେ କାଶିୱାରାସ୍ଥିତ ଏକ ନିର୍ସିଂହୋମ୍‌ରେ ତାଙ୍କର ମୃତ୍ୟୁ ହୋଇଛି ।

Middle post content

ଦୁଇଟି ବିଶ୍ୱଯୁଦ୍ଧ ଓ ଏକାଧିକ ମହାମାରୀ ଅଙ୍ଗେ ନିଭାଇଛନ୍ତି ଫୁସା

After 2nd paragraph post ads

ଦୁଇଟି ବିଶ୍ୱଯୁଦ୍ଧ ଓ ଏକାଧିକ ମହାମାରୀ ଅଙ୍ଗେ ନିଭାଇଥିବା ତାତ୍‌ସୁମିଙ୍କୁ ଜାପାନର ଦୀର୍ଘଜୀବୀ ମହିଳା ଭାବେ ଚିହ୍ନିତ କରାଯାଇଥିଲା । ତାଙ୍କ ପୂର୍ବରୁ ଗତବର୍ଷ ଜାପାନର ସବୁଠୁ ବୟୋଜ୍ୟଷ୍ଠ ବ୍ୟକ୍ତିଭାବେ ଚିହ୍ନିତ କାନେ ତାନାକାଙ୍କର ୧୧୯ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ସାତ୍‌ସୁମି ଥିଲେ ସମଗ୍ର ବିଶ୍ୱରେ ୧୧୬ ବର୍ଷରେ ପଦାର୍ପଣ କରିଥିବା ୨୭ତମ ଏବଂ ଜାପାନରେ ୭ମ ବ୍ୟକ୍ତିବିଶେଷ । ସମ୍ପ୍ରତି ତାଙ୍କର ଅଧିକାଂଶ ଦିନ ନର୍ସିଂହୋମ୍ ବେଡ୍‌ରେ କଟୁଥିଲା । ଶଯ୍ୟାଶାୟୀ ହୋଇ ମଧ୍ୟ ସେ ନର୍ସିଂହୋମ୍‌ର କର୍ମଚାରୀମାନଙ୍କୁ ନିୟମିତ ଅଭିନନ୍ଦନ ଜଣାଉଥିଲେ । ସଂଗୃହୀତ ସୂଚନା ଅନୁଯାୟୀ, ଫୁସା ତାତ୍‌ସୁମିଙ୍କର ଆଗରୁ କୌଣସି ଶାରୀରିକ ସମସ୍ୟା ନ ଥିଲା । ସେ କେବେ ଦୁଃସାଧ୍ୟ ରୋଗରେ ପଡ଼ି ନ ଥିଲେ କି, ଆହତ ହୋଇ ନ ଥିଲେ । କିନ୍ତୁ, ୭୦ ଦଶକରେ ପଡ଼ିଯିବାରୁ ତାଙ୍କ ଜଂଘ ହାଡ଼ ଭାଙ୍ଗିଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami