ରେଷ୍ଟୁରାଣ୍ଟରେ କାମ କଲେ ଉର୍ଫି

Above Post Content

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାବେଦ । ସବୁବେଳେ ବୋଲ୍ଡ ଓ ହଟ୍ ଲୁକ୍‌ରେ ନଜର ଆସିଥାନ୍ତି ସେ । ତାଙ୍କର ଅଜବଗଜବ ଡ୍ରେସିଂ ଷ୍ଟାଇଲ ଯୋଗୁ ସେ ଆପେଆପେ ବିବାଦ ଘେରକୁ ମଧ୍ୟ ଚାଲି ଆସନ୍ତି । ନିକଟରେ ଉର୍ଫିଙ୍କର ଏକ ଭିଡିଓ ଭାଇରାଲ ହୋଇଛି,ଯେଉଁଥିରେ ଉର୍ଫି ୱେଟର ଭାବେ ରେଷ୍ଟୁରାଣ୍ଟରେ କାମ କରୁଛନ୍ତି ।

Middle post content

ରୋଜଗାର ଟଙ୍କାକୁ କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବେ ଉର୍ଫି

After 2nd paragraph post ads

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଉର୍ଫି ୱେଟର ହୋଇଛନ୍ତି । ୱେଟର ଡ୍ରେସ ପିନ୍ଧି ରେଷ୍ଟୁରାଣ୍ଟରେ ଥିବା ସବୁ ଗ୍ରାହକଙ୍କଠାରୁ ଅର୍ଡର ରିସିଭ କରୁଛନ୍ତି । ତେବେ ଏହି ଭିଡିଓ ଫେକ୍ ଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହା ସମ୍ପୂର୍ଣ୍ଣ ସତ ଭିଡିଓ ବୋଲି ଜଣାପଡିଛି । ଉର୍ଫିଙ୍କର ଏହି ଅବତାର ଫ୍ୟାନ୍ସ ଓ ନେଟିଜନଙ୍କ ଭିତରେ ଉତ୍ସୁକତା ଆହୁରି ବଢାଇ ଦେଇଛି । ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରି ଉର୍ଫି କହିଛନ୍ତି, କୌଣସି କାମ ବଡ କି ଛୋଟ ନୁହେଁ । କିନ୍ତୁ ନଜରିଆ ଅଲଗା ହେବା ଉଚିତ୍ । କିଛି ସମୟ ପାଇଁ ମୁଁ ୱେଟର ହୋଇଥିଲି । ସେଇଥିରୁ ଆୟ କରିଥିବା ଟଙ୍କାକୁ ମୁଁ କ୍ୟାନସର ପୀଡିତଙ୍କୁ ସାହାଯ୍ୟ କରିବି । ଆଗକୁ ଏହିପରି କାମ କରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବି ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami