ଭୂମିରେ ନୁହେଁ, ଝୁଲିକି ରହିଛି ଫୁଟ୍‌ବଲ ଗ୍ରାଉଣ୍ଡ

Above Post Content

ଚୀନ: ବିଶ୍ୱରେ ଏପରି ଅନେକ ଦେଶ ରହିଛିି, ଯେଉଁମାନେ ନିଜ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସବୁବେଳେ କିଛି ନା କିଛି ନୂତନ ଏବଂ ବିଶେଷ ପ୍ରୟାସ କରିଥାନ୍ତି । ନିକଟରେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆଖିକୁ ବିଶ୍ୱାସ ମଧ୍ୟ ହେଉ ନାହିଁ । ଏହି ଭିଡିଓରେ ଏକ ବିସ୍ମୟକର ଫୁଟ୍‌ବଲ ଗ୍ରାଉଣ୍ଡ୍ ନିର୍ମାଣ ହୋଇଥିବା ନଜର ଆସିଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଏହି ଫୁଟବଲ ଗ୍ରାଉଣ୍ଡଟି ଭୂମିରେ ନୁହେଁ, ଝୁଲନ୍ତା ଅବସ୍ଥାରେ ରହିଛି ।

Middle post content

 ଦୁଇଟି ଉଚ୍ଚ ପର୍ବତ ମଝିରେ ଝୁଲି ରହିଛି ଗ୍ରାଉଣ୍ଡ

After 2nd paragraph post ads

ଭାଇରାଲ ହେବାରେ ଲାଗିଥିବା ଏହି ଅବିଶ୍ୱସନୀୟ ଭିଡିଓ ଚାଇନାର ଝେଜିଆଙ୍ଗ୍ ପ୍ରଦେଶର ୟୋଙ୍ଗ୍‌କାଙ୍ଗ୍ ସହରର ହୋଇଥିବା ଜଣାଯାଇଛି । ଭିଡିଓରେ ଏକ ଫୁଟ୍‌ବଲ ଗ୍ରାଉଣ୍ଡ ଦେଖିବାକୁ ମିଳୁଛି, ଯାହା ଭୂମିରେ ନୁହେଁ, ବରଂ ବହୁ ଉଚ୍ଚରେ ଆକାଶରେ ନିର୍ମିତ ହୋଇଛି । ଭିଡିଓରୁ ଭଲ ଭାବେ ଜଣାପଡୁଛି ଯେ, ଏହି ଫୁଟ୍‌ବଲ ଗ୍ରାଉଣ୍ଡ ଭୂମିଠାରୁ ଯଥେଷ୍ଟ ଉଚ୍ଚରେ ଦୁଇଟି ପର୍ବତ ମଧ୍ୟରେ ଥିବା ଅବଶିଷ୍ଟ ସ୍ଥାନରେ ଏକ ନେଟ୍ ସାହାଯ୍ୟରେ ନିର୍ମିତ ହୋଇଛି । ଏହି ଆଶ୍ଚର୍ଯ୍ୟକର ଫୁଟ୍‌ବଲ ଗ୍ରାଉଣ୍ଡ୍‌ରେ କିଛି ଲୋକ ଆନନ୍ଦରେ ଖେଳୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭିଡିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କିଛି ୟୁଜର୍ସ ଏଭଳି ଗ୍ରାଉଣ୍ଡରେ ଖେଳିବାକୁ ଭୟାବହ ଦର୍ଶାଇଛନ୍ତି । ଭୂମି ଠାରୁ ଅତ୍ୟଧିକ ଉଚ୍ଚାରେ ଥିବା ଏହି ଗ୍ରାଉଣ୍ଡରେ ଖେଳିବାକୁ ସାହସ ନ ଥିବା କହି ମଜାଳିଆ ଢଙ୍ଗରେ ଅନେକ ନିଜ ମତ ରଖିଛନ୍ତି । ସେହିପରି ନେଟ୍ ଦ୍ୱାରା ନିର୍ମିତ ଏହି ଗ୍ରାଉଣ୍ଡ ଖସି ପଡ଼ିବା ନେଇ କିଛି ୟୁଜର୍ସ ଆଶଙ୍କା ପ୍ରକାଶ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami