କରୋନା ଭ୍ୟାକ୍ସିନ୍ କାରଣରୁ ମହିଳାଙ୍କ ଋତୁସ୍ରାବ ପ୍ରଭାବିତ ! ବ୍ରିଟିଶ ଅଧ୍ୟୟନର ଦାବି

Above Post Content

କରୋନା ଭାଇରସ ଆକ୍ରମଣ ବିରୋଧରେ ଏବେ ଭ୍ୟାକ୍ସିନ ବଡ଼ ଭରସା । କିନ୍ତୁ ଭ୍ୟାକ୍ସିନର ପାର୍ଶ୍ୱପ୍ରତିକ୍ରିୟାର ଖବର ମଧ୍ୟ ଆସିବାରେ ଲାଗିଲାଣି । ଭ୍ୟାକ୍ସିନେଶନକୁ ନେଇ ହୋଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଏହା ଦ୍ୱାରା ମହିଳାଙ୍କ ପିରୟଡ୍ ବାଧିତ ହୋଇଛି । ବ୍ରିଟେନରେ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୩୫ ହଜାର ମହିଳା ଯୋଗ ଦେଇଥିଲେ । ଏହି ସବୁ ମହିଳାଙ୍କ ଦାବି ଯେ, ଟିକା ନେବା ପରେ ସେମାନଙ୍କ ପିରିୟଡ୍ ପ୍ରଭାବିତ ହୋଇଛି । ଅନେକ ମହିଳାଙ୍କ ଦାବି ଯେ, ଟିକା କାରଣରୁ ସେମାନଙ୍କୁ ଅନିୟନ୍ତ୍ରିତ ଓ ଯନ୍ତ୍ରଣାଦାୟକ ପିରିୟଡର ସମ୍ମୁଖୀନ ହେବାକୁ ପଡୁଛି । ଯେଉଁ ମହିଳା ଏଭଳି ଦାବି କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଫାଇଜର ଓ ମଡର୍ଣ୍ଣାର ଟିକା ନେଇଛନ୍ତି ।

ଟିକାକରଣର ପିରିୟଡ୍ ସହିତ କୌଣସି ସମ୍ପର୍କ ନାହିଁ

After 2nd paragraph post ads

ତେବେ ଇମ୍ପେରିୟାଲ କଲେଜ ଲଣ୍ଡନର ରିପ୍ରଡକ୍ଟିଭ ଇମ୍ୟୁନୋଲୋଜିର ପ୍ରାଧ୍ୟାପକ ଡକ୍ଟର ଭିକ୍ଟୋରିଆ ମାଲେଙ୍କ ଡାଟା ଅନୁସାରେ ଟିକା କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାରିଠାରେ ପ୍ରଜନନ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିନାହିଁ । ଏହି ଦାବିର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ଅଧ୍ୟୟନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ୟୁକେର ଡ୍ରଗ୍ ୱାଚଡଗ୍ ଦ ମେଡିସିନ୍ସ ଆଣ୍ଡ୍ ହେଲ୍ଥ କେୟାର ପ୍ରଡକ୍ଟସ ରେଗୁଲେଟାରି ଏଜେନ୍ସି(MHRA) ମଧ୍ୟ ଏପର୍ଯ୍ୟନ୍ତ କୋଭିଡ୍ ଭ୍ୟାକ୍ସିନ୍ ଓ ମାସିକ ଧର୍ମ ମଧ୍ୟରେ କୌଣସି ସମ୍ପର୍କକୁ ସ୍ୱୀକାର କରିନାହିଁ ।

ଏହି କାରଣରୁ ପ୍ରଭାବିତ ହୋଇପାରେ ପିରିୟଡ୍ସ

Middle post content

MHRA ଅନୁସାରେ ସେମାନଙ୍କ ଅଧ୍ୟୟନରୁ କୋଭିଡ୍ ଟିକା ଓ ପିରିୟଡ ମଧ୍ୟରେ କୌଣସି ସମ୍ପର୍କ ଥିବା ଜଣା ପଡିନାହିଁ । ଡ.ମାଲେଙ୍କ ଅନୁସାରେ ଟିକା ଡୋଜ୍ ଶରିରର ପ୍ରତିରକ୍ଷା ପ୍ରତିକ୍ରିୟା ମାସିକ ଧର୍ମ ଚକ୍ରରେ ପରିବର୍ତ୍ତନକୁ ଟ୍ରିଗାର କରିପାରେ । ପୁରୁଣା ଅଧ୍ୟୟନର ଉଦାହରଣ ଦେଇ ସେ କହିଛନ୍ତି ଯେ, ଏଚପିଭି ଟିକାକରଣର ଆରମ୍ଭ କାଳରେ ମହିଳାଙ୍କ ଋତୁଚକ୍ର କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ।

ବିଶେଷଜ୍ଞ ଅଧ୍ୟୟନକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି

କିନ୍ତୁ ଅନ୍ୟ ବିଶେଷଜ୍ଞ ମଧ୍ୟ ଡ. ମାଲେଙ୍କ ସିଦ୍ଧାନ୍ତକୁ ଖାରଜ କରିଦେଇଛନ୍ତି । ସେମାନଙ୍କ କହିବା ହେଉଛି ଟିକା ନେବା ପରେ ସମସ୍ୟା ସାମାନ୍ୟ । ଅଧିକ ମହିଳାଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳୁନାହିଁ ।

ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ମାମଲା

ଡ.ମାଲେଙ୍କ ଅନୁସାରେ ପ୍ରାଇମେରି କେୟାର ଚିକିତ୍ସକ ଓ ରିପ୍ରଡକ୍ଟିଭ ହେଲ୍ଥ ସେକ୍ଟରରେ କାମ କରୁଥିବା ଲୋକ ସେହି ମହିଳାଙ୍କ ସହିତ ସମ୍ପର୍କରେ ଅଛନ୍ତି ଯେଉଁମାନେ ଟିକାକରଣ ପରେ ଏଭଳି ଅନୁଭବ କରିଥିଲେ । ୩୦ ହଜାର ମହିଳା ଟିକା ନେବା ପରେ ଋତୁସ୍ରାବ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ଦାବି କରିଛନ୍ତି । ତେବେ ସେମାନେ କହିଛନ୍ତି ଯେ, ଗୋଟିଏ ପିରିୟଡ ସାଇକଲ ପରେ ପରବର୍ତ୍ତି ପିରିୟଡ ସାମାନ୍ୟ ଥିଲା

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami