ଦୁର୍ଗା ମଣ୍ଡପରେ ନାଚିଲେ ସୁସ୍ମିତା, ଭିଡିଓ ଭାଇରାଲ

Above Post Content

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଗତ କିଛି ଦିନ ହେବ ‘ଆର୍ଯ୍ୟ -୩’ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏବେ ଦୁର୍ଗା ପେଣ୍ଡାଲରୁ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନାଚୁଥିବାର ନଜର ଆସିଛନ୍ତି । ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Middle post content

ମଣ୍ଡପରେ ସେଲିବ୍ରିଟିଙ୍କ ଭିଡ଼

After 2nd paragraph post ads

ସୁସ୍ମିତା ସେନ ଏହି ଭିଡିଓକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଉତ୍ସବରେ ସେ ତାଙ୍କ ପରିବାର ସହିତ ଦେଖାଦେଇଥିଲେ । ସୁସ୍ମିତା ସେନ କେବଳ ପୂଜା କରିନାହାଁନ୍ତି ବରଂ ଝିଅ ରେନେଙ୍କ ସହ ଖୁବ ଡ୍ୟାନ୍ସ କରିଥିଲେ । ମା ଏବଂ ଝିଅଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦର୍ଶକେ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଏହି ସମୟରେ ସୁସ୍ମିତା ଏକ ଗୋଲାପୀ ରଙ୍ଗର ଶାଢି ପିନ୍ଧିଛନ୍ତି, ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ପୂର୍ବରୁ ନବରାତ୍ରୀ ଅବସରରେ ଏହି ପେଣ୍ଡାଲରେ କାଜୋଲ, ରାଣୀ ମୁଖାର୍ଜୀ ଏବଂ ସୁମୋନା ଚକ୍ରବର୍ତ୍ତୀଙ୍କ ଭଳି ତାରକା ନଜର ଆସିଥିଲେ । ପେଣ୍ଡାଲରେ ପହଞ୍ଚିିବା ପରେ, ବଲିଉଡ ତାରକାମାନଙ୍କୁ ପାରମ୍ପାରିକ ଶାଢି ଲୁକରେ ଦେଖିବାକୁ ମିଳିଥିଲେ । ବଲିଉଡ ଷ୍ଟାରମାନେ ଦୁର୍ଗା ପୂଜାକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ସାଧାରଣ ଲୋକଙ୍କ ସହ ତାରକାମାନେ ମଧ୍ୟ ମା ଦୁର୍ଗାଙ୍କ ଭକ୍ତିରେ ବୁଡିଯାଇଥିବା ଦେଖାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami