ରାଜନୀତି କରିବେ ସୁପରଷ୍ଟାର ଥଲାପଥୀ ବିଜୟ

Above Post Content

ହାଇଦ୍ରାବାଦ : ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରମାନେ ରାଜନୀତି କରିବା କିଛି ନୂଆ କଥା ନୁହେଁ । ଅନେକ ସାଉଥ୍ ସୁପରଷ୍ଟାର ଫିଲ୍ମ ବ୍ୟତିତ ରାଜନୀତିରେ ପ୍ରବେଶ କରିଛନ୍ତି । ଏମିତି କି ରାଜନୀତିରେ ସକ୍ରିୟ ବି ଅଛନ୍ତି । ଏବେ ଆଉ ଜଣେ ସାଉଥ ସୁପରଷ୍ଟାର ରାଜନୀତିରେ ପ୍ରବେଶ କରିବେ । ସେ ହେଲେ ଥଲାପଥୀ ବିଜୟ । ଏହି ଯୁବ ଅଭିନେତା ନିଜେ ରାଜନୀତିକୁ ଆସିବାର ସଙ୍କେତ ବି ଦେଇଛନ୍ତି । ଖୁବ୍‌ଶୀଘ୍ର ନିଜ ଦଳ ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାଯାଇଛି ।

Middle post content

ସମାଜସେବା କାମ କରନ୍ତି ବିଜୟ

After 2nd paragraph post ads

ଖୁବ୍‌ଶୀଘ୍ର ବିଜୟ କମଲ ହାସନ ଏବଂ ରଜନୀକାନ୍ତଙ୍କ ଆଦି କଳାକାରଙ୍କ ଭଳି ରାଜନୀତିରେ ପାଦ ରଖିପାରନ୍ତି । ତାଙ୍କ ଫ୍ୟାନ୍ କ୍ଲବ ଜେନେରାଲ କାଉନସିଲ୍ ବିଜୟ ମକ୍କାଲ୍ ଇୟାକ୍କମ୍ ଏନେଇ ସ୍ପଷ୍ଟ କରିଛନ୍ତି । ଲୋକ ସଭା ନିର୍ବାଚନ ପୂର୍ବରୁ ସୁପରଷ୍ଟାର ଏନେଇ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନେଇ ଗୁରୁବାର ଏକ ବୈଠକ ବସିଥିଲା । ଏହାପରେ ଅଭିନେତାଙ୍କୁ ନିଜର ଦଳ ପଞ୍ଜିକୃତ କରିବାର ସ୍ୱୀକୃତି ମିଳିଛି । ଦକ୍ଷିଣ ଭାରତରେ ବିଜୟଙ୍କ ପ୍ରଶଂସକ ସଂଖ୍ୟା ଢ଼େର ଅଧିକ । ଏଥିସହ ସେ ସମାଜସେବା କାମ ମଧ୍ୟ କରିଆସୁଛନ୍ତି । ଏଣୁ ତାଙ୍କୁ ନେଇ ଲୋକଙ୍କ ମନରେ ଭଲପାଇବା ରହିଛି । ରାଜନୀତିକୁ ସେ ଆସିବା ପରେ ଏହାର ଲାଭ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ୨୦୧୮ରେ ଥୁଥୁକ୍କୁଡ଼ି ପୋଲିସ ଫାୟାରିଂ ପରେ ରାଜନୀତିରେ ତାଙ୍କର ଯୋଗଦାନ ବଢ଼ିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami