ଜ୍ୱାଇଁ ରାହୁଲଙ୍କୁ ଟ୍ରୋଲ କରାଗଲେ ମୋତେ କଷ୍ଟ ଲାଗେ : ଏମିତି କିଛି କହିଲେ ସୁନୀଲ

Above Post Content

ମୁମ୍ବାଇ: ଜ୍ୱାଇଁ ରାହୁଲଙ୍କୁ ଟ୍ରୋଲ କରାଗଲେ ମୋତେ କଷ୍ଟ ଲାଗେ  । ଏମିତି କିଛି କହିଛନ୍ତି ବଲିଉଡ଼ ଅଭିନେତା ସୁନୀଲ ସେଟ୍ଟୀ । ଗତ ଜାନୁଆରି ୨୩ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବଲିଉଡ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ଓ କ୍ରିକେଟର କେ.ଏଲ୍ ରାହୁଲ । ଦୀର୍ଘ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଶେଷରେ ସୁନୀଲଙ୍କ ଖଣ୍ଡାଲାସ୍ଥିତ ଫାର୍ମହାଉସ୍‌ରେ ଝିଅ ଆଥିଆଙ୍କର କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ବିବାହ ହୋଇଥିଲା । ବିବାହ ପରେ ଅନେକ ଥର ଜ୍ୱାଇଁଙ୍କ ପ୍ରଶଂସା କରିଥିବା ବେଳେ ଏବେ କେହି ତାଙ୍କ ଜ୍ୱାଇଁଙ୍କୁ ଟ୍ରୋଲ କଲେ ତାଙ୍କୁ କଷ୍ଟ ଲାଗେ ବୋଲି କହିଛନ୍ତି ସୁନୀଲ ସେଟ୍ଟୀ ।

Middle post content

ବିମାନବନ୍ଦରରେ ରାହୁଲଙ୍କୁ ପ୍ରଥମେ ଭେଟିଥିଲି

After 2nd paragraph post ads

ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି ଯେ, ରାହୁଲ ଏବଂ ଆଥିଆଙ୍କ ଅପେକ୍ଷା ମୁଁ ଅଧିକ ଯନ୍ତ୍ରଣା ଅନୁଭବ କରେ । ଯେତେବେଳେ କେହି ରାହୁଲଙ୍କୁ ଟ୍ରୋଲ କରନ୍ତି କିମ୍ବା ଖରାପ କୁହନ୍ତି । କିନ୍ତୁ ରାହୁଲ ମୋତେ ସବୁବେଳେ ବୁଝାନ୍ତି ଏବଂ କୁହନ୍ତି ଯେ ବାପା, ଏହି ସବୁ କଥାକୁ ଧ୍ୟାନ ଦିଅ ନାହିଁ । ମୋର ବ୍ୟାଟ୍ ଏମାନଙ୍କୁ ଜବାବ ଦେବ । କିଛି ଦିନ ତଳେ ସୁନୀଲ ଜ୍ୱାଇଁ ରାହୁଲଙ୍କୁ କେଉଁଠି ପ୍ରଥମେ ଦେଖିଥିଲେ ତାହା ଜଣାଇଥିଲେ । କିଛି ଦିନ ତଳେ ସୁନୀଲ ସେଟ୍ଟୀ କପିଲ ଶର୍ମା ସୋ’କୁ ଯାଇଥିବା ବେଳେ ସେଠାରେ ଜ୍ୱାଇଁଙ୍କ ସହ ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ । ସେ କହିଥିଲେ ଯେ, ବିମାନବନ୍ଦରରେ କେ.ଏଲ୍ ରାହୁଲଙ୍କ ସହ ମୋର ପ୍ରଥମ ସାକ୍ଷାତ ହୋଇଥିଲା । ମୁଁ ଜାଣି ବହୁତ ଖୁସି ହୋଇଥିଲି ଯେ ସେ ମୋ ଗାଁ ଅର୍ଥାତ୍ ମାଙ୍ଗାଲୋରରୁ ଆସିଛନ୍ତି । ମୁଁ ତାଙ୍କର ପ୍ରଶଂସକ ଥିଲି ଏବଂ ସେ ବହୁତ ଭଲ ଖେଳୁଥିବା ଜାଣି ମୁଁ ବହୁତ ଖୁସି ହେଲି । ଯେତେବେଳେ ମୁଁ ଘରକୁ ଆସି ମୋ ପତ୍ନୀ ମାନା ଏବଂ ଆଥିଆଙ୍କୁ ଏହା ବିଷୟରେ କହିଲି, ଦୁହେଁ କିଛି ନକହି କେବଳ ପରସ୍ପରକୁ ଚାହିଁଲେ । ପରେ ମାନା ମୋତେ କହିଥିଲେ ଯେ ଆଥିଆ ଏବଂ ରାହୁଲ କିଛି ଦିନ ହେଲାଣି ପରସ୍ପର ସହ କଥା ହେଉଛନ୍ତି । ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ହେଲେ ପରେ ଆଥିଆ ଜଣେ ଦକ୍ଷିଣ ଭାରତୀୟ ଯୁବକଙ୍କୁ ପସନ୍ଦ କରୁଥିବା ଜାଣି ଖୁସି ହୋଇଥିଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami