ଶୋଏବଙ୍କୁ ବିବାହ କରିବା ପରେ ସନାଙ୍କ ହାତରୁ ଚାଲିଯାଉଛି କାମ

Above Post Content

ନୂଆଦିଲ୍ଲୀ: ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ପୂର୍ବତନ ସ୍ୱାମୀ ତଥା କ୍ରିକେଟର ଶୋଏବଙ୍କୁ ବିବାହ କରିବା ଅଭିନେତ୍ରୀ ସନାଙ୍କୁ ପଡ଼ିଛି ମହଙ୍ଗା । ଶୋଏବଙ୍କୁ ବିବାହ କରିବା ପରେ ସନାଙ୍କ ହାତରୁ ଗୋଟେ ପରେ ଗୋଟେ କାମ ହାତରୁ ଚାଲିଯାଉଛି । ଏମିତି କି ନୂଆ କାମ ବି ମିଳୁନି । ଯାହାକୁ ନେଇ ସନା ଏବେ ଚିନ୍ତିତ ହୋଇପଡ଼ିଛନ୍ତି । ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ କିଛି ମାସ ତଳେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଶୋଏବଙ୍କ ଏହା ଥିଲା ତୃତୀୟ ବିବାହ । ଏଥିସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଥିଲେ । ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ । ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି ।

Middle post content

‘ଜିତୋ ପାକିସ୍ତାନ’ ଶୋରୁ ସନାଙ୍କୁ ହଟାଇ ଦିଆଗଲା

After 2nd paragraph post ads

ତେବେ ସନାଙ୍କୁ ବିବାହ କରିବା ପରଠାରୁ ଶୋଏବ ଓ ସନା ଉଭୟ ଟ୍ରୋଲ ହେବାରେ ଲାଗିଛନ୍ତି । ଏମିତି କି ସନା, ଶୋଏବଙ୍କୁ ବିବାହ କରିଥିବାରୁ ତାଙ୍କ ହାତରୁ କାମ ଚାଲିଯାଉଥିବା ଜଣାଯାଇଛି । ସନା ପାକିସ୍ତାନର ଲୋକପ୍ରିୟ ଗେମ୍ ସୋ’ ‘ଜିତୋ ପାକିସ୍ତାନ’ର ଉପସ୍ଥାପିକା ଭାବେ ନଜର ଆସୁଥିଲେ । ହେଲେ ଏବେ ନୂଆ ସିଜିନରୁ ତାଙ୍କୁ ହଟାଇ ଦିଆଯାଇଛି । ପାକିସ୍ତାନୀ ଚ୍ୟାନେଲ ଆରି ଡିଜିଟାଲ ଘୋଷଣା କରିିଛି ଯେ, ଏବେ ‘ଜିତୋ ପାକିସ୍ତାନ’ର ଆଗାମୀ ସିଜିନରେ ସନା ଜାଭେଦଙ୍କ ବଦଳରେ ଅଭିନେତ୍ରୀ କୁବ୍ରା ଖାନ୍ ନଜର ଆସିବେ । ଉଲ୍ଲେଖଯୋଗ୍ୟ, ଶୋଏବ ଗତ ତିନି ବର୍ଷ ଧରି ସାନିଆଙ୍କୁ ଧୋକା ଦେଉଥିଲେ । ତିନି ବର୍ଷ ତଳେ ସନା ଓ ଶୋଏବ ପ୍ରଥମ ଥର ପାଇଁ ଏକ ରିଆଲିଟି ସୋ’ରେ ପରସ୍ପରକୁ ଭେଟିଥିଲେ । ପ୍ରଥମ ଦେଖାରୁ ହିଁ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ସେବେଠାରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ବି ସାନିଆଙ୍କୁ ଏବିଷୟରେ ଜଣା ନ ଥିଲା । ଶେଷରେ ଉଭୟ ବିବାହ କରି ଚର୍ଚ୍ଚାକୁ ଆସିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami