ଟ୍ରୋଲର୍ସଙ୍କୁ ଜବାବ ଦେଲେ ଶିଳ୍ପା: କହିଲେ ରାଜ ଜଣେ ଭଲ ବ୍ୟକ୍ତି

Above Post Content

ମୁମ୍ବାଇ: ନିଜର ଫିଟନେସ୍ ଓ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ତାଙ୍କ ଅଭିନୟକୁ ବି ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି । ବଲିଉଡ୍‌ର ଲୋକପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶିଳ୍ପା ଏବଂ ତାଙ୍କ ସ୍ୱାମୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି । ଇତିମଧ୍ୟରେ ଉଭୟଙ୍କ ବିବାହକୁ ପ୍ରାୟ ୧୫ ବର୍ଷ ବିତିସାରିଲାଣି । ବର୍ତ୍ତମାନ ଏହି ଦମ୍ପତିଙ୍କର ୨ ସନ୍ତାନ ମଧ୍ୟ ଅଛନ୍ତି । ତେବେ କିଛି ଲୋକ ସୋସିଆଲ ମିଡ଼ିଆରେ ସବୁବେଳେ ଶିଳ୍ପାଙ୍କୁ ତାଙ୍କ ବିବାହକୁ ନେଇ ଟ୍ରୋଲ କରି ଆସୁଛନ୍ତି । ଯାହାର ଜବାବ ନିକଟରେ ଏକ ସାକ୍ଷାତ୍‌କାରରେ ରଖିଛନ୍ତି ଶିଳ୍ପା ।

Middle post content

ରାଜ ମୋର ଭଲ ବନ୍ଧୁ

After 2nd paragraph post ads

ଏହି ସାକ୍ଷାତ୍‌କାରରେ ତାଙ୍କ ବିରୋଧରେ ହେଉଥିବା ଟ୍ରୋଲକୁ ନିନ୍ଦା କରିଛନ୍ତି ଶିଳ୍ପା । ରାଜ ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ନେଇ ହେଉଥିବା ଟ୍ରୋଲ୍‌କୁ ସିଧାସଳଖ ଖଣ୍ଡନ କରିଛନ୍ତି । ତାଙ୍କ ସ୍ୱାମୀ ଧନୀ ହୋଇଥିଲେ ଏଥିରେ ଭୁଲ କ’ଣ ରହିଛି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି । ଯେଉଁମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି, ସେମାନେ ଭାବିବା ଉଚିତ ଯେ ବିବାହ ସମୟରେ ସେ ମଧ୍ୟ ରାଜ୍‌ଙ୍କ ଭଳି ଖୁବ୍ ଧନୀ ଥିଲେ । ଏବେ ମଧ୍ୟ ସେ ଖୁବ୍ ଧନୀ ରହିଛନ୍ତି ବୋଲି କହିଛନ୍ତି । ରାଜ୍ ଜଣେ ଭଲ ବ୍ୟକ୍ତି ହୋଇଥିବାରୁ ସେ ତାଙ୍କୁ ବିବାହ କରିଥିବା ଶିଳ୍ପା ସ୍ପଷ୍ଟ କରିଛନ୍ତି । ଯଦି ରାଜ ଧନୀ ହୋଇଥିଲେ ମଧ୍ୟ ଭଲ ବ୍ୟକ୍ତି ହୋଇ ନ ଥାନ୍ତେ, ତେବେ ସେ ତାଙ୍କୁ କଦାପି ବିବାହ କରି ନଥାନ୍ତେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ସ୍ୱାମୀ ରାଜ୍‌ଙ୍କୁ ନିଜର ଜଣେ ଭଲ ବନ୍ଧୁ ଭାବେ ଦର୍ଶାଇଛନ୍ତି । ନିକଟରେ ମୁକ୍ତିଲାଭ କରିଥିବା ‘ଭାରତୀୟ ପୋଲିସ ଫୋର୍ସ’ ସିରିଜରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ ବିବେକ ଓବରୋଇ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିଛନ୍ତି ଶିଳ୍ପା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami