ଆଜି କିଙ୍ଗ ଖାନଙ୍କ ଜନ୍ମଦିନ, ମିଡନାଇଟରେ ବାଲକୋନିରୁ ଫ୍ୟାନଙ୍କୁ ଭେଟିଲେ

Above Post Content

ମୁମ୍ବାଇ: ଆଜି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଦେଇଛନ୍ତି ଶାହାରୁଖ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶଂସକମାନେ ରାତି ଅଧରେ ମନ୍ନତ ସାମ୍ନାରେ ଭିଡ଼ ଜମାଇଥିଲେ । ଫ୍ୟାନଙ୍କ ଭିଡ଼ ଦେଖି ମିଡନାଇଟରେ ବାଲକୋନିରୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ ଶାହାରୁଖ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ବି ରୋମାଣ୍ଟିକ ଷ୍ଟାର ଭାବେ ଶାହରୁଖ ଅଛନ୍ତି ଫ୍ୟାନଙ୍କ ହୃଦୟରେ । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଜନ୍ମଦିନରେ ରିଲିଜ୍ ହେଲା ଫିଲ୍ମ ‘ଡଙ୍କି’ର ଟିଜର

After 2nd paragraph post ads

ଆଜିର ଏହି ଖାସ ଦିନରେ ଶାହାରୁଖ ତାଙ୍କ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ଏକ ଉପହାର । ତାଙ୍କର ଆଗାମୀ ଫିଲ୍ମ ଡ଼ଙ୍କିର ଟିଜର ରିଲିଜ ହୋଇଯାଇଛି । ଏଥର ଶାହାରୁଖ ଏକ ଭିନ୍ନ ଧାରାରେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ଏବଂ ପରୀକ୍ଷଣ ମୋଡରେ ଅଛନ୍ତି । ଟ୍ରେଲର ବିଷୟରେ କହିବାକୁ ଗଲେ ଏଥିରେ ୫ଜଣଙ୍କ କାହାଣୀ ଦେଖାଯାଇଛି । ଟିଜର ଆରମ୍ଭରେ ଶାହାରୁଖ ଖାନଙ୍କ ଏଣ୍ଟ୍ରି ହୋଇଛି, ଯେଉଁଥିରେ ସେ ମରୁଭୂମିରେ ଦୌଡୁଥିବା ନଜର ଆସିଛନ୍ତି । ତାଙ୍କ ସହିତ ଅନ୍ୟ କିଛି ଲୋକ ମଧ୍ୟ ଅଛନ୍ତି । ୧ ମିନିଟ୍ ୪୮ ସେକେଣ୍ଡର ଦମଦାର ଟିଜରରେ ୫ଜଣ ମିଶି ବିଦେଶ ଯିବା ପାଇଁ କଣ ସବୁ ସାମ୍ନା କରୁଛନ୍ତି ତାହା ସବୁ ଦେଖାଯାଇଛି । ତେବେ ସମ୍ପୂର୍ଣ୍ଣ କାହାଣୀ କଣ ତାହା ଫିଲ୍ମଟି ରିଲିଜ ହେଲେ ଜଣା ପଡିବ । ଏହି ଫିଲ୍ମ ଦିପାବଳୀରେ ରିଲିଜ ହେବ ।

Middle post content

ଚଳିତବର୍ଷ ଶାହାରୁଖଙ୍କ ପାଇଁ ଶୁଭ

ବଲିଉଡର କିଙ୍ଗ୍‌ଖାନ ଶାହାରୁଖ ଖାନ୍‌ଙ୍କ ଆଜି ହେଉଛି ଜନ୍ମଦିନ । ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ସହିତ ଚଳିତ ବର୍ଷ ଆହୁରି ଶୁଭ ହେଉ ବୋଲି କହିଛନ୍ତି । କାରଣ ଏହି ବର୍ଷ ରିଲିଜ୍ ହୋଇଥିବା ପଠାନ ଓ ଯବାନ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏହି ଦୁଇଟି ଫିଲ୍ମ ଆଶା ବାହାରେ ବ୍ୟବସାୟ କରିଛି । ଏହାକୁ ନେଇ ଶାହାରୁଖ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଖୁସିରେ ଶାହାରୁଖ ସନ୍ଧ୍ୟାରେ ତାଙ୍କ ଜନ୍ମଦିନକୁ ଧୂମଧାମ ସହିତ ପାଳନ କରିବାକୁ ଯାଉଛନ୍ତି । ଏନେଇ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି । ଏହି ଗ୍ରାଣ୍ଡ ପାର୍ଟିରେ କରଣ ଜୋହର, ଆଲିଆ ଭଟ୍ଟ, କାଜୋଲ, ଦୀପିକା ପାଦୁକୋନ, ରାଜକୁମାର ହିରାନି, ଏଟଲି, ସିଦ୍ଧାର୍ଥ ଆନନ୍ଦ ପ୍ରମୁଖ ଅନେକ କଳାକାର ସାମିଲ ହେବେ ।

ଜନ୍ମଦିନରେ ବିଲେଇ ଫଟୋ ପଠାଇଲେ ପ୍ରଶଂସକ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍ ଖାନ୍ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । କିଙ୍ଗ୍‌ଖାନ୍ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଅନେକ ହିନ୍ଦୀ ଫିଲ୍ମରେ ହୃଦୟ ଜିତିଥିବା ତାଙ୍କ ଅଭିନୟ ପାଇଁ ସେ ‘କିଙ୍ଗ୍ ଅଫ୍ ରୋମାନ୍ସ’ ଭାବରେ ମଧ୍ୟ ଜଣାଶୁଣା । କିଙ୍ଗ୍‌ଖାନ୍ ବିଭିନ୍ନ ଭୂମିକାରେ ନଜର ଆସି ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସେ ୯୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ୧୪ଟି ଫିଲ୍ମଫେୟାର ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛନ୍ତି । ସେ ଜଣେ ସଫଳ ଫିଲ୍ମ ନିର୍ମାତା ଏବଂ ପ୍ରଯୋଜକ ମଧ୍ୟ । ଆଜିର ଏହି ଖାସ୍ ଦିନରେ ରୋହିତ ନାମକ ଜଣେ ପ୍ରଶଂସକ ତାଙ୍କୁ ଉପହାର ସ୍ୱରୂପ ଏକ ବିଲେଇର ଫଟୋ ପଠାଇଛନ୍ତି । ଏହା ଉପରେ ଶାହାରୁଖ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି, ପ୍ରଥମେ କୁହ ବିଲେଇ ଫଟୋ କାହିଁକି ପଠାଇଛ । ଏହି ପ୍ରତିକ୍ରିୟା ଏବେ ଖୁବ୍ ଭାଇରାଲ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami