‘ଯବାନ୍‌’ର ସଫଳତା ପରେ ହତ୍ୟା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Above Post Content

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହାରୁଖ୍ ଖାନ୍‌ଙ୍କୁ ‘ୱାଇପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା । ଫିଲ୍ମ ‘ଯବାନ’ର ସଫଳତା ପରେ ତାଙ୍କୁ ହତ୍ୟା ଧମକ ମିଳିଛି । ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର ।

ସୁରକ୍ଷା ସେବା ପାଇଁ ଶାହାରୁଖ କରିବେ ଖର୍ଚ୍ଚ ବହନ

After 2nd paragraph post ads
Middle post content

ନିକଟରେ ରିଲିଜ୍ ହୋଇଥିଲା ଶାହାରୁଖଙ୍କ ଅଭିନୀତ ଫିଲ୍ମ ‘ଯବାନ୍‌’ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିବା ସହ ବକ୍ସ ଅଫିସରେ ବ୍ୟବସାୟରେ ବି ରେକର୍ଡ଼ ଭାଙ୍ଗିଛି । ଏହା ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧୧୦୩.୨୭ କୋଟି ଟଙ୍କା ଉପାର୍ଜନ କରିପାରିଛି । ଏହି ଫିଲ୍ମର ସଫଳତା ଯୋଗୁଁ ତାଙ୍କୁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ‘ଭିଆଇପି ସିକ୍ୟୁରିଟି’ର ‘ଆଇଜି’ ଶାହାରୁଖ ଖାନ୍‌ଙ୍କ ସୁରକ୍ଷା ଉନ୍ନୀତ କରିଛନ୍ତି । ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହାରୁଖ ସମସ୍ତ ଖର୍ଚ୍ଚ ବହନ କରିବେ । ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହାରୁଖ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ ।

ବାସଭବନରେ ୫ ସଶସ୍ତ୍ର ପ୍ରହରୀ ରହିବେ ମୁତୟନ

ହତ୍ୟା ଭଳି ଗୁରୁତର ଧମକ ପାଇଥିବା ଲୋକମାନଙ୍କୁ ‘ୱାଇପ୍ଲସ୍‌’ ସୁରକ୍ଷା ମଞ୍ଜୁର କରାଯାଇଥାଏ । ଏହି ବ୍ୟବସ୍ଥାରେ ୬ଜଣ ‘ପର୍ସନାଲ୍ ସିକ୍ୟୁରିଟି ଅଫିର୍ସରଙ୍କୁ ମୁତୟନ କରାଯାଇଥାଏ । ସେମାନେ ୩ଟି ସିଫ୍ଟ୍‌ରେ ଦିନରାତି କାର୍ଯ୍ୟ କରନ୍ତି । ଏହାଛଡ଼ା, ଏହି ସୁରକ୍ଷା ବ୍ୟବସ୍ଥା ମିଳିଥିବା ବ୍ୟକ୍ତିଙ୍କ ବାସଭବନରେ ୫ଜଣ ସଶସ୍ତ୍ର ପ୍ରହରୀଙ୍କୁ ମୁତୟନ କରାଯାଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami