ସୋନପୁରରେ ନିର୍ବାଚନୀ ସଭାରେ ହେବେ ସାମିଲ

Above Post Content

ଭୁବନେଶ୍ୱର: ପ୍ରଚାର ପାଇଁ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର ଚଳଚଞ୍ଚଳ ହୋଇ ଉଠିଛି । ଅମିତ ଶାହା ଅପରାହ୍ନ ୩ଟାରେ ଝାରସୁଗୁଡାରେ ପହଞ୍ଚିବେ । ସେଠାରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୋନପୁର ଯିବେ ।

Middle post content

ନିର୍ବାଚନୀ ସଭାରେ ମାଗିବେ ଭୋଟ

After 2nd paragraph post ads

ରାମେଶ୍ୱର ପଡିଆରେ ଆୟୋଜିତ ସଭାରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରି ଭୋଟ ମାଗିବେ । ପ୍ରଚାର ସଭାରେ ୫୦ ହଜାରରୁ ଅଧିକ ଲୋକ ସାମିଲ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୋନପୁର ସହର ସାରା ଦଳୀୟ ପୋଷ୍ଟର ବ୍ୟାନର ଲଗାଯାଇଛି । ସୋନପୁରରେ ଜନସଭା ଶେଷ ହେବା ପରେ ଭୁବନେଶ୍ୱର ଆସିବେ ଶାହା । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସନ୍ଧ୍ୟା ୭ଟାରୁ ପର୍ଯ୍ୟାୟକ୍ରମେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିବେ । ବୈଠକରେ ଓଡିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିବେ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami