୩ ଦିନ ଛୁଟିରେ ନିୟମିତ ଆସିବେ ଶିକ୍ଷକ : ଘୋଷଣା କଲେ ରାଜ୍ୟ ସରକାର

Above Post Content

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ୩ ଦିନ ଯାଏଁ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୧୮ରୁ ୨୦ ତାରିଖ ଯାଏ ସବୁ ସ୍କୁଲ ବନ୍ଦ ରହିବ । ହେଲେ ନିୟମିତ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ । ଏହି ସମୟରେ ସ୍କୁଲ ଖୋଲା ରହିବା ସହ ଛାତ୍ରଛାତ୍ରୀଙ୍କ ନାମ ଲେଖା ସଂପର୍କିତ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କିଛି ସ୍କୁଲ ଏହି ତିନି ଦିନ କାଳ ଅନଲାଇନ କ୍ଲାସ କରିବେ ବୋଲି ସୂଚନା ମିଳିଛି ।

Middle post content

ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ

After 2nd paragraph post ads

ବର୍ତ୍ତମାନ ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛିି । ସୋମବାର ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ କରାଯାଇଥିଲା । ସେହିପରି ମଙ୍ଗଳବାର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି । ତେବେ ବୁଧବାର ବି ପାରଦ ବଢିଛି । ଆଜି ସକାଳୁ ସକାଳୁ ପ୍ରବଳ ତାତି ଅନୁଭୂତ ହେଉଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତା’ସହିତ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ଉଷ୍ମ-ଆଦ୍ର ପାଣିପାଗ ସ୍ଥିତି ରହିବାର ସମ୍ଭାବନା ଥିବାରୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖାସ୍ କରି ୧୮ ଓ ୧୯ ତାରିଖରେ ଖରା ପିକ୍‌ରେ ରହିବ । କିଛି ଜିଲ୍ଲାରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ରେକର୍ଡ କରାଯିବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami