ନଗଡ଼ାକୁ ନେଇ ଫିଲ୍ମ କରିବେ ନୈନା ଦାଶ

Above Post Content

ଭୁବନେଶ୍ୱର : ସାଧାରଣତଃ ଲୋକଙ୍କ ମନରେ ଏବେ ବି ନଗଡ଼ା ଚିତ୍ର ତାଜା ହୋଇ ରହିଛି । ନଗଡ଼ା କଥା ପଡ଼ିଲେ ସମସ୍ତ ମନକୁ ପୃଷ୍ଟିହୀନତା ଶୀକାରର କଥା ଆସିଥାଏ । ଏହି ନଗଡ଼ାକୁ ନେଇ ତିଆରି ହେବ ଓଡ଼ିଆ ଫିଲ୍ମ । ଏିହି ଫିଲ୍ମକୁ ନିର୍ମାଣ କରିବେ ଅଭିନେତ୍ରୀ ନୈନା ଦାଶ । ସେ ପ୍ରଯୋଜକ ଭିଣୋଇ ଡ. ଅଭୟ ପତି, ୨ ଭଉଣୀ ଅସ୍ମିତା ପତି ଓ ଅଂଶୁ ତ୍ରିପାଠୀଙ୍କ ସହ ନଗଡ଼ା ଗସ୍ତରେ ଆସି ଏହାର ସ୍ଥିତି ଓ ଭିତ୍ତିଭୂମି ପରଖିଛନ୍ତି ।

Middle post content

ଘରକୁ ଘର ବୁଲି ସ୍ଥିତି ପରଖିଲେ ନୈନା

After 2nd paragraph post ads

ଉପର ନଗଡ଼ା, ମଝି ନଗଡ଼ା ଓ ତଳ ନଗଡ଼ାର ଘର ଘର ବୁଲି ସାଧାରଣ ଜୁଆଙ୍ଗ ଜନଜାତିର ପ୍ରଥା, ପରମ୍ପରା, ଚାଙ୍ଗୁନୃତ୍ୟ, ସାମାଜିକ ବ୍ୟବସ୍ଥା ଓ ସେମାନଙ୍କ ଜୀବନଚର୍ଯ୍ୟା ପରଖିଛନ୍ତି । ନଗଡ଼ାର ନବ ଦମ୍ପତିଙ୍କ ବହୁବିଧ ସମସ୍ୟା ପଚାରି ବୁଝିଥିଲେ । କିଛି ରୁଗ୍‌ଣ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିôଲେ । ବିଶେଷକରି ଏହି ଫିଲ୍ମ ନଗଡ଼ାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଜୁଆଙ୍ଗ ଜନଜାତିର ସାମାଜିକ ସଂସ୍କୃତି ଓ ଚଳଣି ଉପରେ ପର୍ଯ୍ୟବେସିତ ହେବ ବୋଲି ନୈନା କହିଛନ୍ତି । ସେହିପରି ନଗଡ଼ା ଘଟଣାବଳୀକୁ ନେଇ ଖୁବଶୀଘ୍ର ଏକ ବୃତ୍ତଚିତ୍ର ନିର୍ମାଣ କରାଯିବ ବୋଲି ଶ୍ରୀପତି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami