ମଝି ରାସ୍ତାରେ ଚଳନ୍ତା ସ୍କୁଟିରେ ରୋମାନ୍ସ

Above Post Content

ମୁମ୍ବାଇ: ଚଳନ୍ତା ସ୍କୁଟିରେ ପ୍ରେମୀଯୁଗଳଙ୍କ ରୋମାନ୍ସ । ମଝି ରାସ୍ତାରେ ସ୍କୁଟି ଚଳାଇବା ସହ ତାହା ଉପରେ ବସି ଖୁଲମ୍‌ଖୁଲା ରୋମାନ୍ସ କରିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛିି । ଏହାକୁ ଦେଖିଲେ ଲାଗୁଛି ଯେମିତି ଦୁନିଆର କାହାକୁ ସେମାନଙ୍କର ଖାତିର ନାହିଁ । ବିନ୍ଧାସ ଓ ବେପରୁଆ ଭାବେ ନିଜ ଦୁନିଆରେ ସେମାନେ ମସଗୁଲ୍ । ସତେ ଅବା ସେମାନଙ୍କ ପ୍ରତି କାହାର ବି ନଜର ନାହିଁ । ଅଥବା କେହି ସେମାନଙ୍କୁ ଦେଖୁନାହାନ୍ତି ।

ରାସ୍ତାରେ କରୁଥିଲେ ଏପରି ହରକତ

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ , ମୁମ୍ବାଇର ଏହି ଜୋଡି ଦ୍ରୁତ ଗତିରେ ସ୍କୁଟି ଚଳାଇ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଯୁବକ ଜଣକ ସ୍କୁଟି ଚଲାଉଛନ୍ତି । ଯୁବତୀ ଜଣଙ୍କ ଯୁବକଙ୍କ ପଟକୁ ସାମ୍ନା କରି ତାଙ୍କ କୋଳରେ ବସିଛନ୍ତି । ଦୁହେଁ ପରସ୍ପରକୁ ଜୋରରେ ଯାବୁଡି ଧରିବା ସହ ଏକ ସଲ ଘୋଡି ହୋଇଛନ୍ତି । ରାଜରାସ୍ତା ଉପରେ ସେମାନେ ଏପରି ହରକତ କରୁଥିଲେ । ତେବେ ସେମାନଙ୍କ ଅଜାଣତରେ କେହି ଜଣେ ଏହି ଭିଡ଼ିଓ ରେକର୍ଡ଼ କରିବା ସହ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସବୁଠୁ ଆଶ୍ଚର୍ଯ୍ୟର କଥା, ବ୍ୟସ୍ତବହୁଳ ରାସ୍ତାରେ ବିନା ହେଲମେଟ୍‌ରେ ଦ୍ରୁତଗତିରେ ସ୍କୁଟି ଚଲାଉଥିବା ଦେଖିବାକୁ ମିଳିଛି ।

ପ୍ରେମୀଯୁଗଳଙ୍କୁ ପୋଲିସ ଜିମା ଦେବା ଦରକାର ବୋଲି କହିଲେ ଲୋକେ

ଏହି ଭିଡିଓଟି ମୁମ୍ବାଇରୁ ଆସିଛି । ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କେହି କେହି ଏହା ସମାଜକୁ କଳୁଷିତ କରୁଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ସେମାନଙ୍କୁ ଧରି ପୋଲିସ ଜିମା ଦେବା ଦରକାର ବୋଲି ମତପ୍ରକାଶ ପାଇଛି । ଅନେକ ଲୋକ ଦାୟିତ୍ୱହୀନ ଏବଂ ଅଶ୍ଳୀଳ ଆଚରଣ ପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି । ମୁମ୍ବାଇ ଟ୍ରାଫିକ ପୋଲିସ ଏଥିପ୍ରତି ଧ୍ୟାନ ଦେବା ସହ ସେମାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami