ବହୁତ ଭଲପାଇବା ମିଳିବାରୁ ଖୁସିରେ କାନ୍ଦି ପକାଇଲେ ଅମିତାଭ

Above Post Content

ମୁମ୍ବାଇ: ଏବର୍ଷ ୮୧ତମ ଜନ୍ମଦିନ ପାଳନ କରିବେ ବିଗ୍ ବି ଅମିତାଭ ବଚ୍ଚନ । ‘କୌନ ବନେଗା କରୋଡ଼ପତି’ ସେଟ୍‌ରେ ବିଗ୍ ବିଙ୍କ ଜନ୍ମଦିନ ପାଳନ ବେଳେ ସେ ଖୁସିରେ କାନ୍ଦି ପକାଇଛନ୍ତି । ଆସନ୍ତାକାଲି ଅର୍ଥାତ ୧୧ ଅକ୍ଟୋବରରେ ସେ ୮୧ ବର୍ଷର ହୋଇଯିବେ । ପ୍ରତିବର୍ଷ ପରି ଏବର୍ଷ ବି ‘କେବିସି’ ମଞ୍ଚରେ ବିଗ୍ ବିଙ୍କ ଜନ୍ମଦିନ ବଡ଼ ଧୁମ୍‌ଧାମ୍‌ରେ ମନାଯାଇଛି । ଭାରତୀୟ ସିନେ ଇଣ୍ଡଷ୍ଟ୍ରିର ନାମୀଦାମୀ ତାରକାମାନେ ମେଗାଷ୍ଟାରଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ମଞ୍ଚରେ ଦର୍ଶକ ଓ ସିନେ ତାରକାଙ୍କ ଭଲପାଇବା ଦେଖି ନିଜ ଲୁହକୁ ରୋକି ପାରିଲେନି ଅମିତାଭ । ମଞ୍ଚ ଉପରେ ହିଁ ଖୁସିରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ । ନିଜେ କାନ୍ଦିବା ସହ ‘ଆଉ କେତେ କନ୍ଦାଇବ ତୁମେ ?’ ବୋଲି କହି ସମସ୍ତଙ୍କୁ ଚୁପ୍ କରାଉଛନ୍ତି ବିଗ୍ ବି ।

କେବିସି ମଞ୍ଚରେ ଜନ୍ମଦିନ ପାଳନ ପ୍ରଥା ଅତିଉତ୍ତମ

After 2nd paragraph post ads

ଅମିତାଭ  ଆହୁରି ବି କହିଛନ୍ତି, ‘‘ମୁଁ ସମସ୍ତଙ୍କୁ ଟିସ୍ୟୁ ଦେଇଥାଏ । ଆଜି ମୋ ପାଳି ଆସିଛି । ଏହି ମଞ୍ଚରେ ମୋ ଜନ୍ମଦିନ ପାଳନ ପ୍ରଥା ଅତିଉତ୍ତମ ।’’ ଗତବର୍ଷ ବିଗ୍ ବିଙ୍କ ୮୦ ତମ ଜନ୍ମଦିନ ପାଳନ ବେଳେ ପତ୍ନୀ ଜୟା ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ ବି ମଞ୍ଚରେ ଉପସ୍ଥିତ ଥିଲେ । ସେ ସମୟରେ ମଧ୍ୟ ବିଗ୍ ବି ଖୁବ୍ ଭାବୁକ ହୋଇ ପଡ଼ିଥିଲେ ।

Middle post content

ଏବେ ବି ଦର୍ଶକ ପାଗଳ

ସେପଟେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ୭୦ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମ ୧୦ ଅକ୍ଟୋବର ୧୯୫୪ରେ ଚେନ୍ନାଇରେ ହୋଇଥିଲା । ୬୯ ବର୍ଷ ବୟସରେ ମଧ୍ୟ ତାଙ୍କର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ତାଙ୍କର ଏହି ସୁନ୍ଦରତା ପାଇଁ ଆଜି ମଧ୍ୟ ଅନେକ ଅଭିନେତା ତାଙ୍କୁ ପସନ୍ଦ କରନ୍ତି । ରେଖା ବଲିଉଡର ସବୁ ଇଭେଣ୍ଟ ଏବଂ ପାର୍ଟିରେ ଯୋଗଦାନ କରନ୍ତି । ସେ ଯେତେବେଳେ କ୍ୟାମେରା ସାମ୍ନାକୁ ଆସନ୍ତି ଲୋକମାନଙ୍କ ନଜର ତାଙ୍କ ଉପରୁ ଉଠେନାହିଁ । ଦର୍ଶକ ମଧ୍ୟ ତାଙ୍କ ପାଇଁ ପାଗଳ । ରେଖା ତାଙ୍କ ଜୀବନରେ ଅନେକ ଉତ୍‌ଥାନ ପତନ ଦେଖି ଛନ୍ତି । କିନ୍ତୁ ସେ ଏହାର ପ୍ରଭାବ ତାଙ୍କ ସୁନ୍ଦରତା ଉପରେ ପଡିବାକୁ ଦେଇ ନ ଥିଲେ ।

ପ୍ରେମରେ ମିଳିଛି କେବଳ ଧୋକ୍କା

୧୬ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ରେଖା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କ ପରସନାଲ ଲାଇଫ ଯେଉଁ ପରିମାଣର ସଫଳ ସେହି ପରିମାଣର ଦୁଃଖ ମଧ୍ୟ । ରେଖାଙ୍କୁ ଅନେକ ଥର ପ୍ରେମ ହୋଇଥିଲା । କିନ୍ତୁ ଶେଷରେ ତାଙ୍କୁ ଧୋକା ମିଳିଥିଲା ଯାହା ପରେ ଆଜି ସେ ଏକ ହୋଇ ରହିଛନ୍ତି । ତାଙ୍କ ନା ମଧ୍ୟ ଅନେକ କଳାକାରଙ୍କ ସହିତ ଜୋଡି ହୋଇଛି । ଏହା ପରେ ସେ ବିବାହ କରି ସେଟେଲ ହେବାକୁ ଚାହିଁଥିଲେ । ୧୯୯୦ରେ ସେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ କରିଥିଲେ । ବିବାହର ୩ ମାସ ପରେ ରେଖା ଜାଣିବାକୁ ପାଇଲେ ମୁକେଶ ମାନସିକ ରୋଗୀ ଯାହା ଫଳରେ ରେଖା ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହା ପରେ ମୁକେଶ ଫାଶି ଲାଇ ଆତ୍ମ ହତ୍ୟା କରିଥିଲେ । ଏହା ପରେ ମୁକେଶଙ୍କ ପରିବାର ଲୋକ ରେଖାଙ୍କୁ ଦେଷୀ ବୋଲି କହିଥିଲେ । ଏହା ପରେ ରେଖା ଭାଙ୍ଗି ପଡି ନଥିଲେ ସେ ନିଜ କାମରେ ନିଜକୁ ବ୍ୟସ୍ତ ରଖିଥିଲେ । ରେଖା ଏବେ ଫିଲ୍ମରେ ଦେଖିବାକୁ ମିଳୁ ନାହାନ୍ତି କିନ୍ତୁ ତାଙ୍କ ଲୁକ ପାଇଁ ସେ ସବୁବେଳେ ଚର୍ଚ୍ଚାକୁ ଆସନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami