ଫିଲ୍ମରୁ ୬ ମାସର ବିରତି ନେବେ ରଣବୀର

Above Post Content

ମୁମ୍ବାଇ: ଫିଲ୍ମ ଦୁନିଆରୁ ୬ ମାସର ବିରତି ନେବେ ବଲିଉଡ଼ ଅଭିନେତା ରଣବୀର କପୁର । ଏପରି ନିଷ୍ପତ୍ତି ନେଇଛନ୍ତି ନିଜେ ରଣବୀର । ସେ ୬ମାସ ଧରି କୌଣସି ଫିଲ୍ମ ଓ ବିଜ୍ଞାପନ କରିବେ ନାହିଁ । ଏମିତି କି କୌଣସି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବେ ନାହିଁ ସ୍ପଷ୍ଟ ମନା କରି ଦେଇଛନ୍ତି । ଏବେ ସେ ୬ ମାସ ଧରି ପରିବାରକୁ ପୁରା ସମୟ ଦେବେ । ଖାସ୍‌କରି ତାଙ୍କ କୁନିଝିଅ ରାହାକୁ ସମୟ ଦେବା ପାଇଁ ହିଁ ଏହି ବିରତି ନେଇଥିବା କହିଛନ୍ତି ରଣବୀର ।

Middle post content

ଝିଅକୁ ଦେବି ପୁରା ସମୟ

After 2nd paragraph post ads

ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ଆନିମଲକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ରଣବୀର ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକାଂଶ ସମୟ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଫିଲ୍ମରୁ ୬ ମାସ ଧରି ବିରତି ନେବାକୁ ନିଷ୍ପତ୍ତି ନେଇଛନ୍ତି । ରଣବୀର ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ମୋ ଝିଅ ରାହାଙ୍କ ପାଇଁ ଏହି ବିରତି ନେବାକୁ ଯାଉଛିି । ଫଳରେ ମୁଁ ମୋ ଝିଅ ରାହାଙ୍କ ସହିତ ଅଧିକ ସମୟ ବିତାଇ ପାରିବି । ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବହୁତ ଉପଭୋଗ କରେ । ରାହାଙ୍କ ଜନ୍ମ ପରେ ସମୟ ବିତାଇ ପାରିନାହିିଁ । ସବୁବେଳେ ସୁଟିଂରେ ବ୍ୟସ୍ତ ରହିଥାଏ । ଏବେ ରାହାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇ ପାରିବି ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami