ରାମ ଭୂମିକା ପାଇଁ ଆମିଷ ଖାଉନାହାନ୍ତି ରଣବୀର , ନେଉଛନ୍ତି ସ୍ପେଶାଲ ଟ୍ରେନିଂ

Above Post Content

ମୁମ୍ବାଇ: ଆଗାମୀ ଫିଲ୍ମ ରାମାୟଣଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ ଅଭିନେତା ରଣବୀର କପୁର । ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ । ଏହି ଭୂମିକା ପାଇଁ ସେ ସ୍ପେଶାଲ ଟ୍ରେନିଂ ନେବା ସହ ଆମିଷ ଓ ମଦ ଖାଉ ନ ଥିବା ଜଣାଯାଇଛି । ଏବେ ବି ନୀତୀଶ ତିୱାରୀଙ୍କ ଫିଲ୍ମ ରାମାୟଣର ଷ୍ଟାର କାଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ମାତା ସୀତାଙ୍କ ଠାରୁ ହନୁମାନ ପର୍ଯ୍ୟନ୍ତ ଷ୍ଟାର କାଷ୍ଟର ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Middle post content

ରଣବୀରଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନର ନିଯୁକ୍ତ

After 2nd paragraph post ads

ରଣବୀର ତାଙ୍କ ଚରିତ୍ରକୁ ନେଇ କଠିନ ପରିଶ୍ରମ କରୁଛନ୍ତି । ଚରିତ୍ରକୁ କିପରି ଭଲ ଭାବରେ ନିଭାଇପାରିବେ ସେଥିପାଇଁ ସେ ପୁରା ଦମ୍ ଲଗାଇଦେଇଛନ୍ତି । ସୁଟିଂସେଟ୍‌କୁ ଯିବା ପୂର୍ବରୁ ରଣବୀର ନିଜକୁ ସବୁ ପ୍ରକାରରେ ପ୍ରସ୍ତୁତ କରୁଛନ୍ତି । ଏହାରି ଭିତରେ ଜଣାପଡିଛି କି, ରଣବୀର ରାମାୟଣ ପାଇଁ ଭଏସ ଓ ଡିକ୍ଟେଶନର ସ୍ୱତନ୍ତ୍ର ତାଲିମ ନେଉଛନ୍ତି । ନୀତୀଶ ତିୱାରୀ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଡ଼ିକ୍ସେଶନ ଟ୍ରେନର ନିଯୁକ୍ତ କରିଛନ୍ତି । ଫିଲ୍ମ ପାଇଁ ପୁରା କର୍ତ୍ତବ୍ୟନିଷ୍ଠ ଭାବେ ମଦ ଓ ଆମିଷ ଛାଡିଦେଇଛନ୍ତି । ଏଥିସହ ସେ ଫିଲ୍ମ ସ୍କ୍ରିପ୍ଟକୁ ଘଣ୍ଟା ଘଣ୍ଟା ପଢି ଭିଡିଓ ପ୍ରସ୍ତୁତ କରି ନୀତୀଶଙ୍କୁ ପଠାଉଛନ୍ତି । ରାମଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀରଙ୍କ ପୋଷାକକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami