ପୁଣି ଛୋଟ ପରଦାରେ ପ୍ରସାରଣ ହେବ ‘ରାମାୟଣ’

Above Post Content

ନୂଆଦିଲ୍ଲୀ: ପୁଣି ପରଦାକୁ ଫେରିବ ରାମାୟଣ । ଏହାର ପ୍ରସାରଣ ଦୁରଦର୍ଶନର ନ୍ୟାସନାଲ ଚ୍ୟାନେଲରେ ହେବ । ଏହି ଖବର ପାଇବା ପରେ ଦର୍ଶକଙ୍କ ମଧ୍ୟରେ ଖୁସି ଦେଖାଦେଇଛି । ଦିନ ଥିଲା ଛୋଟ ପରଦାର ସବୁଠୁ ଲୋକପ୍ରିୟ ଧାରାବାହିକ ଥିଲା ରାମାନନ୍ଦ ସାଗରଙ୍କ ରାମାୟଣ । ହିନ୍ଦୁମାନଙ୍କ ଆରାଧ୍ୟା ଦେବତା ଶ୍ରୀରାମଙ୍କ ଉପରେ ଆଧାରିତ ଏହି ରାମାୟଣ ଧାରାବାହିକର ଲୋକପ୍ରିୟତା ଖୁବ ରହିଛି । ‘ରାମାୟଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦିଅନ୍ତି ଯେତିକି ୮୦ ଦଶକରେ ଦେଉଥିଲେ ।

Middle post content

୭୮ଟି ଅଧ୍ୟାୟ ବିଶିଷ୍ଟ ଥିଲା ରାମାୟଣ

After 2nd paragraph post ads

୭୮ଟି ଅଧ୍ୟାୟ ବିଶିଷ୍ଟ ରାମାୟଣ ୧୯୮୭ରୁ ୧୯୮୮ ପର୍ଯ୍ୟନ୍ତ ପ୍ରଥମ ଥର ଟିଭିରେ ପ୍ରସାରିତ ହୋଇଥିଲା । ଏହି ଲୋକପ୍ରିୟ ଧାରାବାହିକକୁ ପୁଣିଥରେ ଦର୍ଶକ ଛୋଟପରଦାରେ ଦେଖିବାକୁ ପାଇବେ । ଏହା ଦୁରଦର୍ଶନର ନ୍ୟାସନାଲ ଚ୍ୟାନେଲରେ ପ୍ରସାରିତ ହେବ । କିନ୍ତୁ ଏହା କେବେ ପ୍ରସାରଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଏହାପୂର୍ବରୁ କରୋନା ସମୟରେ ବି ‘ରାମାୟଣ’କୁ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା । ନିକଟରେ ଦୂରଦର୍ଶନ ନ୍ୟାସନାଲ ନିଜର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ‘ରାମାୟଣ’ର ଝଲକ ଦେଖିବାକୁ ମିଳୁଛି ।ଏହାର କ୍ୟାପସନରେ ଲେଖାହୋଇଛି, ‘ଆସି ଯାଇଛନ୍ତି ପ୍ରଭୁ ଶ୍ରୀରାମ । ପୁଣିଥରେ ଆସିଯାଇଛି ଭାରତର ଲୋକପ୍ରିୟ ଧାରାବାହିକ ସୋ’ ‘ରାମାୟଣ’ । ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପୁଣିଥରେ ଦୁରଦର୍ଶନ ନାସନାଲରେ ଖୁବଶୀଘ୍ର ଦେଖିବାକୁ ମିଳିବ ।’

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami