ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ

Above Post Content

ମୁମ୍ବାଇ: ଗତ ୨୨ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିଲା ରାମ ମନ୍ଦିର । ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଉତ୍ସାହିତ ହୋଇପଡ଼ିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ପ୍ରତିଷ୍ଠା ଉତ୍ସବର ୫ ଦିନ ପୂର୍ବରୁ ନବେ ଦଶକର ସବୁଠାରୁ ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ, ସୀତା ଏବଂ ଲକ୍ଷ୍ମଣ ଅଯୋଧ୍ୟାରେ ପହଞ୍ଚିଥିଲେ । ହେଲେ ଦୁଃଖର ବିଷୟ, ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଏତେ ଦିନ ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିଥିଲେ ବି ରାମଲଲାଙ୍କୁ ଦର୍ଶନ କରି ନ ପାରି ନିରାଶ ହୋଇ ଫେରିଛନ୍ତି । ସେ ପୁଣି ଥରେ ଅଯୋଧ୍ୟା ଯାଇ ଶାନ୍ତିରେ ରାମଲଲାଙ୍କୁ ମନଭରି ଦେଖିବେ ବୋଲି କହିଛନ୍ତି ।

୫ ଦିନ ପୂର୍ବରୁ ପହଞ୍ଚିଥିଲେ ଅଯୋଧ୍ୟାରେ

After 2nd paragraph post ads
Middle post content

ନବେ ଦଶକର ଏହି ଧାରାବାହିକ ‘ରାମାୟଣ’ କୁ ଆଜି ବି ଲୋକଙ୍କ ମନରେ ତାଜା ହୋଇ ରହିଛି । ଏଥିରେ ରାମ, ସୀତା ଓ ଲକ୍ଷ୍ମଣ ଭୂମିକା ନିଭାଇଥିବା ଅରୁଣ ଗୋଭିଲ, ଦୀପିକା ଚିଖଲିଆ ଏବଂ ସୁନୀଲ ଲାହିରଙ୍କୁ ଲୋକେ ଏବେ ବି ଭଗବାନ ବୋଲି ସମ୍ବୋଧନ କରିଥାନ୍ତି । ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ଏହି ତିନି ଜଣଙ୍କୁ ଏକାଠି ଦେଖିବା ପରେ ଲୋକଙ୍କ ମନରେ ପୁଣି ଥରେ ଭକ୍ତିର ଭାବନା ଜାଗି ଉଠିଥିଲା । ସେମାନଙ୍କର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା , ଯେଉଁଥିରେ ସେମାନେ ପାରମ୍ପାରିକ ହଳଦିଆ ଏବଂ ନାଲି ରଙ୍ଗର ପୋଷାକ ପରିଧାନ କରି ଅଯୋଧ୍ୟା ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଦୀପିକା ଏକ ସୁନ୍ଦର ଲାଲ୍ ରଂଗର ଶାଢ଼ି ପିନ୍ଧିଥିବା ବେଳେ ଅରୁଣ ଏବଂ ସୁନୀଲଙ୍କୁ ପାରମ୍ପାରିକ ହଳଦିଆ କୁର୍ତ୍ତାରେ ନଜର ଆସିଥିଲେ, ଯେଉଁଥିରେ ସେମାନେ ବହୁତ ସୁନ୍ଦର ଦେଖାଯାଉଥିଲେ । ଅଯୋଧ୍ୟାରେ ଅରୁଣ ଗୋବିଲଙ୍କୁ ଦେଖି ଲୋକମାନେ ତାଙ୍କର ଭବ୍ୟ ସ୍ୱାଗତ କରିଥିଲେ । କିନ୍ତୁ ଅରୁଣଙ୍କୁ ଅଯୋଧ୍ୟାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା । କାରଣ ସେ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ ବି ରାମଲଲାଙ୍କୁ ଦର୍ଶନ କରି ପାରିଲେ ନାହିଁ ।

ପୁଣି ଅଯୋଧ୍ୟା ଯାଇ ଶାନ୍ତିରେ ରାମଲଲାଙ୍କ ଦର୍ଶନ କରିବେ

ଅରୁଣ କହିଛନ୍ତି ଯେ, ସ୍ୱପ୍ନ ତ ପୂରା ହୋଇଗଲା । କିନ୍ତୁ ଅନେକ ଦିନରୁ ଅପେକ୍ଷା କରି ରହିଥିବା ରାମଲଲାଙ୍କ ଦର୍ଶନ ମୋତେ ମିଳିଲା ନାହିଁ । ଏ ସମୟରେ ମୁଁ କିଛି କହି ପାରିବି ନାହିଁ । ପୁଣିଥରେ ଅଯୋଧ୍ୟା ଯିବି ଶାନ୍ତିର ସହ ରାମଲଲାଙ୍କ ଦର୍ଶନ କରିବି । ଅରୁଣଙ୍କ ପୂର୍ବରୁ ସୁନୀଲ ଲହରୀ ଅଯୋଧ୍ୟାରେ ସମ୍ମୁଖୀନ ହୋଇଥିବା ଅସୁବିଧାର ପ୍ରତିକ୍ରିୟା ଦେଇଥିଲେ । ଅଭିନେତା ପ୍ରକାଶ କରି କହିଥିଲେ, ସେ ଅଯୋଧ୍ୟାରେ ରହିବାକୁ ସ୍ଥାନ ପାଇ ନ ଥିଲେ । କାରଣ ସମସ୍ତ ହୋଟେଲ ରୁମ୍‌ଗୁଡ଼ିକ ପ୍ରାୟ ଫୁଲ୍ ହୋଇଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami