ଅଜଗର ସହ ଖେଳୁଥିଲେ,ଯୁବକ ପାଇଲେ ପାନେ

Above Post Content

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ଗୋଟେ ଅଜଗର ସାପକୁ ଧରି ଗେଲ ହେବା ମହଙ୍ଗା ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଭିଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅଜଗର ସହ ମସ୍ତି କରିବାରୁ ଦେଲା କାମୁଡ଼ି

After 2nd paragraph post ads
Middle post content

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଏକ ଅଜଗର ସହ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ଯୁବକଜଣକ ବିଶାଳକାୟ ଅଜଗରର ବେକକୁ ଧରି ନିଜ ମୁହଁ ପାଖକୁ ନେଇ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିଲେ । ହଠାତ୍ ଅଜଗରଟି ଯୁବକଙ୍କୁ ଜୋରରେ କାମୁଡ଼ି ଦେଇଥିଲା । ଫଳରେ ଯୁବକଜଣକ ଜୋରରେ ଚିତ୍କାର କରିବା ସହ ବହୁ କଷ୍ଟରେ ଅଜଗରକୁ ନିଜଠୁ ଦୂରେଇ ଥିଲେ । ଏହା ପରେ ବି ସାହସ ଛାଡ଼ି ନ ଥିବା ଯୁବକଜଣକ ଅଜଗର ପାଟିରେ ହାତ ପଶାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏବେ ସମ୍ପୃକ୍ତ ଯୁବକଙ୍କ ଅବସ୍ଥା କିପରି ଅଛି ଓ ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ପାରିନି ।

ବିଷଧର ଜୀବଙ୍କଠୁ ଦୂରେଇ ରହିବା ଉଚିତ

ମାତ୍ର ୩୨ ସେକେଣ୍ଡର ଏହି ଭିଡିଓକୁ ‘ଦି ରିଅଲ ଟାର୍ଜନ’ ନାମକ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହାକୁ ଦେଖି ୟୁଜର୍ସଙ୍କ ଲୋମ ଟାଙ୍କୁରି ଉଠୁଛି । ଏପରିକି ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବିଷଧର ଜୀବଙ୍କଠୁ ସବୁବେଳେ ଦୂରତା ବଜାୟ ରଖିବା ଉଚିତ । ସେମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ଉସକାଇବାକୁ ଚେଷ୍ଟା କଲେ ଏହାର ସାଂଘାତିକ ପରିଣାମ ଭୋଗିବାକୁ ପଡ଼ିପାରେ । ଏପରି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami