ମଦ, ଗୁଟ୍‌ଖା ବିଜ୍ଞାପନ କରିବାକୁ ମନା କଲେ ଅଲ୍ଲୁ ଅର୍ଜୁନ, ମିଳୁଥିଲା କୋଟି କୋଟି ଟଙ୍କାର ଅଫର

Above Post Content

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଏବେ ସେ ମଦ ଓ ଗୁଟ୍‌ଖା ବିଜ୍ଞାପନ ନ କରିବାକୁ ରୋକଠୋକ୍ ମନା କରିଦେଇଛନ୍ତି । ଏହି ବିଜ୍ଞାପନ ପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ବି ଅଫର କରାଯାଇଥିଲା । ହେଲେ ସେସବୁ ସେ ପ୍ରତ୍ୟାଖାନ କରିଦେଇଛନ୍ତି । ତାଙ୍କର ଏପରି ନିଷ୍ପତ୍ତିକୁ ପ୍ରଂଶସକମାନେ ବେଶ୍ ପସନ୍ଦ କରିଛନ୍ତି ।

Middle post content

ପୂର୍ବରୁ ବି ଏପରି ଅଫରକୁ ପ୍ରତ୍ୟାଖାନ କରିଥିଲେ ଅଲ୍ଲୁ

After 2nd paragraph post ads

ପୁଷ୍ପାରେ ଅଲ୍ଲୁଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ କିଣିଥିବାବେଳେ ରିଅଲ ଲାଇଫରେ ବି ଦର୍ଶକଙ୍କ ମନ ଜିତିଛନ୍ତି ଅଲୁ । ଏବେ ସେ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨ର ସୁଟିଂରେ ବ୍ୟସ୍ତ ଅଛନ୍ତି । ପୁଷ୍ପାର ସଫଳତା ପରେ ଏବେ ପୁଷ୍ପା ୨କୁ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଅଲ୍ଲୁଙ୍କୁ ଗୁଟ୍‌ଖା ଓ ମଦର ବିଜ୍ଞାପନ କରିବା ପାଇଁ ମୋଟା ଅଙ୍କର ଅଫର ମିଳିଥିଲା ଯାହାକୁ ସେ ମନା କରିଦେଇଥିଲେ । ଏକ ମଦ ଓ ଗୁଟ୍‌ଖା ବ୍ରାଣ୍ଡ ଚାହୁଁଥିଲେ ଯେ, ଅଲ୍ଲୁ ପୁଷ୍ପା ୨ରେ ସ୍ମୋକିଂ କିମ୍ବା ଗୁଟ୍‌ଖା ଜିନିଷ ଖାଉଥିବା ସମୟରେ ସେମାନଙ୍କ ବ୍ରାଣ୍ଡର ଲୋଗୋ ସ୍କ୍ରିନ ଉପରେ ଦେଖାଯାଉ । ଏଥିପାଇଁ ସେ ଅଲ୍ଲୁଙ୍କୁ ୧୦ କୋଟି ଅଫର କରିଥିଲେ । କିନ୍ତୁ ଅଲ୍ଲୁ ଏହି ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ । ତେବେ ଏହା କେବଳ ପ୍ରଥମ ଥର ନୁହେଁ , ଅଲ୍ଲୁ ତମ୍ବାକୁର ବିଜ୍ଞାପନ କରିବାକୁ ମଧ୍ୟ ମନା କରି ଦେଇଥିଲେ । ଯେଉଁଥିରେ ତାଙ୍କୁ ବଡ ରକମର ଟଙ୍କା ମିଳୁଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami