୧୬୬ କୋଟିର ସ୍ୱପ୍ନର ଘର ଛାଡ଼ିଲେ ପ୍ରିୟଙ୍କା

Above Post Content

ମୁମ୍ବାଇ: ନିଜ ସ୍ୱପ୍ନର ଘରକୁ ଖାଲି କରିଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନସ୍ । ସେମାନଙ୍କୁ ତାଙ୍କ ଘରେ ବିଭିନ୍ନ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା । ଏହି କାରଣରୁ ଘର କିଣିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ପ୍ରିୟଙ୍କା ।

Middle post content

ଘର ମରାମତିରେ ଖର୍ଚ୍ଚ କରିଛନ୍ତି ୨୦ କୋଟି

After 2nd paragraph post ads

ବିବାହ ପରେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ନିକ୍‌ଙ୍କ ସହ ଆମେରିକାର ଲସ ଏଞ୍ଜେଲସରେ ରହୁୁଛନ୍ତି । ପ୍ରିୟଙ୍କା ଓ ନିକ ୨୦୧୯ ମସିହାରେ ୧୬୬କୋଟି ଦେଇ ସ୍ୱପ୍ନର ଘରକୁ କିଣିଥିଲେ । ଏହି ଘରେ ପାଣିର ସମସ୍ୟା ହେତୁ ଦମ୍ପତିଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଘର କାନ୍ଥରୁ ପାଣି ଝରିବା ସହିତ ଉଇ ଲାଗିବା ସମସ୍ୟା ବି ଦେଖା ଦେଇଛି । ଏସବୁ ସମସ୍ୟାର ସାମ୍ନା କରିବା ପରେ ପ୍ରିୟଙ୍କା ଓ ନିକ ଉକ୍ତ ଘରକୁ ଛାଡ଼ି ଦେଇଛନ୍ତି । ଏହି ଘରକୁ ଯେଉଁ ପ୍ରପଟି ଡିଲରଙ୍କ ଠାରୁ କିଣିଥିଲେ ତାଙ୍କ ବିରୋଧରେ ମାମଲା ରୁଜୁ ବି କରିଛନ୍ତି । ପ୍ରିୟଙ୍କା ଓ ନିକ ଅଭିଯୋଗ କରିଛନ୍ତି ଯେ, ଉକ୍ତ ବ୍ୟକ୍ତି ଜଣକ ଭଲ ଘର କହି ଆମକୁ ଠକି ଦେଇଛନ୍ତି । ଘରର କାନ୍ଥରୁ ପାଣି ଝରୁଛି । ଯେଉଁ କାରଣରୁ ଊଇ ବି ଲାଗୁଛି । ଏଭଳି ଘରେ ରହିଲେ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ଆମେ ଉକ୍ତ କାନ୍ଥର ମରାମତି ବି କରାଇଛୁ । କିନ୍ତୁ କିଛିଦିନ ଗଲା ପରେ ଯେଉଁ ଅସୁବିଧାକୁ ସେଇ ଅସୁବିଧା ହୋଇଥାଏ । ତେଣୁ ଏଥିପାଇଁ ଆମେ ଖର୍ଚ୍ଚ କରିଥିବା ଅର୍ଥ ସହିତ ଆମେ ଯେଉଁଯେଉଁ ଅସୁବିଧାର ସାମ୍ନା କରିଛୁ ତାହାର କ୍ଷତିପୂରଣ ଦିଆଯାଉ । ଘରକୁ ମରାମତି କରିବାରେ ପ୍ରାୟ ୧୩ରୁ ୨୦କୋଟି ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami