ଅନ୍ତସତ୍ତ୍ୱା ଥାଇ ମଧ୍ୟ ସ୍ୱାମୀଙ୍କ ସହ ଧମାଲ କଲେ ଦୀପିକା

Above Post Content

ମୁମ୍ବାଇ: ଦେଶର ସବୁଠାରୁ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ବାଜିବାକୁ ଯାଉଛି ସାହାନାଇ । କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ରାଜକୀୟ ଶୈଳୀରେ ସାତଫେରା ନେବେ । ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ ଗୁଜୁରାଟର ଜାମନଗରରେ ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଗୁଜୁରାଟର ଜାମନଗରରେ ଅମ୍ବାନୀ ପରିବାର ମଧ୍ୟରେ ଉତ୍ସାହର ବାତାବରଣ ଦେଖାଦେଇଛି । ଏହି ଗ୍ରାଣ୍ଡ ପ୍ରି-ୱେଡିଂ କାର୍ଯ୍ୟକ୍ରମ ପାଇଁ ବଲିଉଡର ତାରକାଙ୍କ ଠାରୁ ନେଇ ବ୍ୟବସାୟୀ, ଖେଳାଳିଙ୍କ ସମେତ ଦୁନିଆର କୋଣଅନୁକୋଣରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।

Middle post content

ପାଦରେ ପାଦ ମିଶାଇ ନାଚିଥିଲେ ଦୀପିକା-ରଣବୀର

After 2nd paragraph post ads

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ସ୍ୱାମୀ ରଣବୀର ସିଂହ । ଏଥିରେ ଉଭୟ ଉଭୟଙ୍କ ସହିତ ପାଦରେ ପାଦ ମିଳାଇ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଦୀପିକା ଅନ୍ତସତ୍ତ୍ୱା ଥିବା ସତ୍ତ୍ୱେ ଅମ୍ବାନିଙ୍କ ଖୁସିରେ ସାମିଲ ହୋଇ ଝୁମିଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତାଙ୍କ ନୃତ୍ୟକୁ ଅତିଥି ବି ବେଶ୍ ପସନ୍ଦ କରିଥିଲେ । କେବଳ ଏତିକି ନୁହେଁ ଅମ୍ବାନୀ ପରିବାରର ଏହି ଖୁସିର ମୁହୂର୍ତ୍ତରେ ବଲିଉଡର ତିନି ଖାନ ଶାହରୁଖ ଖାନ, ସଲମାନ ଖାନ ଓ ଅମୀର ଖାନଙ୍କୁ ବି ଏକାଠି ଝୁମି ଥିବା ଦେଖିବାକୁ ମିଳିଛି । ତିନିଖାନଙ୍କୁ ଏକାଠି ନାଚୁଥିବାର ଦେଖି ଦର୍ଶକ ବି ଖୁବ ଖୁସି ହୋଇଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami