ପ୍ରକୃତିଙ୍କ ପ୍ରଥମ ବଲିଉଡ୍ ସିନେମା : ସାଇକଲୋଜିକାଲ୍ ଥ୍ରିଲର୍ ‘ପ୍ରଚଣ୍ଡ’

Above Post Content

ମୁମ୍ବାଇ : ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର । କୌଣସି ବିବାଦକୁ ନେଇ ସେ ଚର୍ଚ୍ଚାକୁ ଆସିନାହାନ୍ତି, ବରଂ ଆସିଛନ୍ତି ତାଙ୍କର ଆଗାମୀ ବଲିଉଡ଼ ସିନେମା ପ୍ରଚଣ୍ଡକୁ ନେଇ । ବଲିଉଡ଼ରେ ଅଭିନୟ କରିବା ତାଙ୍କର ସ୍ୱପ୍ନ । ସେଥିଲାଗି ସେ ଦୀର୍ଘ ଦିନ ଧରି ମୁମ୍ବାଇରେ ରହି ବଲିଉଡ଼ ବ୍ରେକକୁ ଅପେକ୍ଷା କରିଥିଲେ । ଏବେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି । ଏବେ ସେ ବଲିଉଡ଼ ଫିଲ୍ମ ‘ପ୍ରଚଣ୍ଡ’ରେ ନଜର ଆସିବେ । ନିକଟରେ ନିଜର ପ୍ରଥମ ବଲିଉଡ୍ ଫିଲ୍ମ ‘ପ୍ରଚଣ୍ଡ’ର ପ୍ରଥମ ପୋଷ୍ଟରକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତି ପ୍ରକୃତି

After 2nd paragraph post ads
Middle post content

ପ୍ରକୃତିଙ୍କ ସୂଚନା ଅନୁସାରେ, ନିର୍ମଲ ଜୟସ୍ୱାଲ ପ୍ରଡକ୍‌ସନ୍‌ସ ଓ ଡକ୍ଟର ବୁ ଅବଦୁଲ୍ଲା ଗ୍ରୁପ୍ ଅଫ୍ କମ୍ପାନିଜ୍‌ର ମିଳିତ ସହଯୋଗରେ ତିଆରି ହେଉଥିବା ‘ପ୍ରଚଣ୍ଡ’ର ନିର୍ଦ୍ଦେଶକ ଅଛନ୍ତି ସୁଶାନ୍ତ ପଣ୍ଡା । ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ଏହାର ସହପ୍ରଯୋଜକ ଅଛନ୍ତି ପୀତବାସ ଓ ଡ.ସୌମ୍ୟରଂଜନ ପ୍ରଧାନ । କ୍ରିଏଟିଭ୍ ପ୍ରଯୋଜକ ଅଛନ୍ତି ସତୀଶ ତ୍ରିପାଠୀ । ‘ପ୍ରଚଣ୍ଡ’ରେ ପ୍ରକୃତିଙ୍କ ସହିତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ପୀତବାସ, ମନୋଜ ମିଶ୍ର, ଜୟଜୀତ ଦାସ, ଅନନ୍ତ ମହାଦେବନ ଓ ଅତୁଲ ଶ୍ରୀବାସ୍ତବ । ଫିଲ୍ମଟିକୁ ନେଇ ପ୍ରକୃତି ବେଶ୍ ଖୁସି ଅଛନ୍ତି ।

ସାଇକଲୋଜିକାଲ୍ ଥ୍ରିଲର

ଅବଶ୍ୟ ପ୍ରକୃତି ‘ପ୍ରଚଣ୍ଡ’ର କାହାଣୀ ବିଷୟରେ କିଛି ସୂଚନା ଦେଇ ନାହାନ୍ତି । ତେବେ ଶୁଣିବାକୁ ମିଳୁଛି ଯେ ‘ସାଇକଲୋଜିକାଲ୍ ଥ୍ରିଲର କୁହା ଯାଉଥିବା ଏ ଫିଲ୍ମର କେନ୍ଦ୍ରରେ ଅଛନ୍ତି ଦୁଇଭାଇ- ବିରୁ ଓ ନିରୁ । ଏ ଦୁଇଭାଇଙ୍କ ମନରେ ଗୋଟିଏ ଧାରଣା ରହିଛି ଯେ ସବୁ ଭଗବାନଙ୍କର ଇଚ୍ଛା । ମଣିଷ କେବଳ ଈଶ୍ୱରଙ୍କ ଇଚ୍ଛାର ପ୍ରତିଫଳନ । ଅର୍ଥାତ୍ ଈଶ୍ୱର ଯାହା କରୁଛନ୍ତି, ମଣିଷ ତାହା ହିଁ କରୁଛି ବା ତାଙ୍କ ଆଦେଶ ପାଳନ କରୁଛି । ତେଣୁ ସେମାନେ ନିଜର ଅପକର୍ମ ପାଇଁ ମଧ୍ୟ ଅବସୋସ ନକରି ଭାବୁଛନ୍ତି- ଇଏ ଭଗବାନଙ୍କର ଇଚ୍ଛା । କାହାଣୀଟା ଆକର୍ଷଣୀୟ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami