ପରିଣୀତି ମାଆ ହେବା ନେଇ ଚର୍ଚ୍ଚା

Above Post Content

ମୁମ୍ୱାଇ: ଏବେ ବଲିଉଡ଼ରେ ଗୋଟିଏ ପରେ ଗୋଟିଏ ଖୁସି ଖବର ଶୁଣିବାକୁ ମିଳିଛି । ପ୍ରଥମେ ଅଭିନେତ୍ରୀ ୟାମି ଗୌତମ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୀପିକା ପାଦୁକୋନଙ୍କ ଗର୍ଭବତୀ ହେବାର ଖବର ମଧ୍ୟ ନିଶ୍ଚିତ କରିଥିଲେ । ଏବେ ପରିଣୀତି ଚୋପ୍ରା ଗର୍ଭବତୀ ଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ପରିଣୀତିଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଗର୍ଭବତୀ ଥିବା ନେଇ ସନ୍ଦେହ କରାଯାଉଛି । ପରିଣୀତିଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସନ୍ଦେହ କରିଛନ୍ତି ।

ବିମାନବନ୍ଦରରେ ନଜର ଆସିଲେ ପରିଣୀତି

After 2nd paragraph post ads
Middle post content

କିଛି ଦିନ ପୂର୍ବରୁ ବିମାନ ବନ୍ଦରରେ ନଜର ଆସିଥିଲେ ପରିଣୀତି । ସେ ପୂରାପୁରି କୁଲ୍ କାଜୁଆଲ ଲୁକ୍‌ରେ ନଜର ଆସିଥିଲେ । ବିମାନବନ୍ଦର ଲୁକ୍ ପାଇଁ ଅଭିନେତ୍ରୀ ଏକ ଡିପ୍ ନେକ୍‌ର ମ୍ୟାକ୍ସି ଡ୍ରେସ ପିନ୍ଧିଥିଲେ । ଏହା ଉପରେ ସେ ଏକ ଡେନିମ୍ ଜ୍ୟାକେଟରେ ଦେଖିବାକୁ ମିଳିଥିଲେ । କିନ୍ତୁ ତାଙ୍କ ପୋଷାକ ଦେଖି ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ପରିଣୀତି ତାଙ୍କ ବେବି ବମ୍ପ ଲୁଚାଇବା ପାଇଁ ଏପରି ଢିଲା ପୋଷାକ ପିନ୍ଧିଛନ୍ତି । କିଛି ପ୍ରଶଂସକ କହିଛନ୍ତି ଯେ ବୋଧ ହୁଏ ପରିଣୀତିଙ୍କ ଓଜନ ବଢିଯାଇଛି । ଆଉ ଜଣେ ଲେଖିଛନ୍ତି ନା ସେ ଗୁଡନ୍ୟୁଜ୍ ଦେବେ । ଅଭିନେତ୍ରୀଙ୍କ ଏହି ଲୁକ୍ ତାଙ୍କ ଗର୍ଭଧାରଣ ଗୁଜବ ପ୍ରଚାରର କାରଣ ପାଲଟିଛି । ସମସ୍ତେ କମେଣ୍ଟ ଦେବା ଆରମ୍ଭ କରି ପଚାରିଥିଲେ ଯେ ‘ପରିଣୀତି ଗର୍ଭବତୀ କି?’ ଏତିକି ନୁହେଁ ପୋଷାକ ସହିତ ତାଙ୍କର ଧୀରେ ଚାଲିବା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ସମୟରେ ଅଭିନେତ୍ରୀଙ୍କ ମୁହଁରେ ସୁନ୍ଦର ହସ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ଏହି ଭିଡିଓ ବହୁତ ଚର୍ଚ୍ଚାରେ ଅଛି । ହେଲେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ଯେ ପରିଣୀତି ଏବଂ ରାଘବ ପିତାମାତା ହେବାକୁ ଯାଉଛନ୍ତି । ଏହି ଗୁଜବ ଉପରେ ଦମ୍ପତିଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami