ପ୍ରଥମ କରୱାଚୌଥ ପାଳିଲେ ପରିଣୀତି-ରାଘବ

Above Post Content

ମୁମ୍ବାଇ: ‘କରୱା ଚୌଥ’ ପାଳନ କଲେ ବଲିଉଡର ନବ ବିବାହିତ ଯୋଡ଼ି ପରିଣୀତି ଚୋପ୍ରା-ରାଘବ ଚଢା । ବିବାହ ପରେ ପରିଣୀତି ଓ ରାଘବଙ୍କ ପ୍ରଥମ କରୱା ଚୌଥ ହୋଇଥିବାରୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି । ବେଶ ରୋମାଣ୍ଟିକ ହୋଇ ସେମାନେ ବ୍ରତର ସମସ୍ତ ନିୟମ ପାଳନ କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

ରୋମାଣ୍ଟିକ ହୋଇ ବ୍ରତର ନିୟମ କଲେ ପାଳନ

After 2nd paragraph post ads
Middle post content

ପ୍ରଥମ ‘କରୱା ଚୌଥ’ ପାଳନ ପାଇଁ କିଛି ଦିନ ପୂର୍ବରୁ ଉଭୟେ ପ୍ରସ୍ତୁତି ଚଳାଇଥିଲେ । ଏହି ସ୍ୱତନ୍ତ୍ର ଦିନରେ ପରିଣୀତି ଲାଲ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ରାଘବ ପିନ୍ଧିଥିଲେ ହଳଦିଆ ରଙ୍ଗର କୁର୍ତ୍ତା । ଏଥିରେ ଉଭୟେ ବହୁତ ସୁନ୍ଦର ଲାଗୁଛନ୍ତି । ପୂଜା ଶେଷ ହେବା ପରେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ପରିଣୀତି ଏବଂ ରାଘବ ଏକାଧିକ ଫଟୋ ପୋଷ୍ଟ କରିଛନ୍ତି । ଫଟୋଗୁଡ଼ିକ ଭାଇରାଲ ହେଉଛି । ସମସ୍ତେ ଏହି ଯୋଡ଼ିକୁ ପସନ୍ଦ କରିବା ସହ କାହା ନଜର ନ ଲାଗୁ ବୋଲି ପ୍ରତିକ୍ରିୟା ଦେଉଛନ୍ତି । ସେପ୍ଟେମ୍ବର ୨୪ ତାରିଖରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଥ୍‌ôଲା । ବିବାହ ପରେ ରାଘବ ଓ ପରିଣୀତି ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି, ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

ଅଭିନେତା କଲେ ଉପବାସ

ସାଧାରଣତଃ କରୱା ଚୌଥ ହେଉଛି ଏକ ବ୍ରତ, ଯାହାକୁ ସ୍ତ୍ରୀମାନେ ତାଙ୍କ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପାଳନ କରନ୍ତି । ସ୍ତ୍ରୀମାନେ ଦିନସାରା ଉପବାସ କରନ୍ତି ଏବଂ ରାତିରେ ଚାନ୍ଦ ଦେଖିବା ପରେ ସ୍ୱାମୀଙ୍କ ହାତରୁ ପାଣି ପିଇ ଉପବାସ ଭାଙ୍ଗନ୍ତି । କିନ୍ତୁ ଏହି ଧାରାରେ ଏବେ ପରିବର୍ତ୍ତନ ଘଟିଛି । ପରିବର୍ତ୍ତନର ପଥିକୃତ୍ ହେଉଛନ୍ତି ବଲିଉଡ୍‌ର ଅନେକ ତାରକା । ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀ ପାଇଁ ବ୍ରତ ରଖୁଛନ୍ତି । ଦିନ ସାରା ଉପାସ ରହି ରାତିରେ ସ୍ତ୍ରୀ ହାତରୁ ପାଣି ପିଇ ବ୍ରତ ଭାଙ୍ଗୁଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami