ଘୋଷଣା ହେଲା ଓସ୍କାର ପୁରସ୍କାର: ଶ୍ରେଷ୍ଠ ଚଳଚ୍ଚିତ୍ର ‘ଓପେନ୍‌ହାଇମର’

Above Post Content

ନୂଆଦିଲ୍ଳୀ: ୯୬ତମ ଓସ୍କାର ପୁରସ୍କାର କାଲିଫର୍ନିଆର ଲସ୍ ଆଞ୍ଜେଲସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ହଲିଉଡ୍ ଫିଲ୍ମ ‘ଓପେନ୍‌ହାଇମର’ ୧୩ଟି ବର୍ଗରେ ମନୋନୀତ ହୋଇ ୭ଟି ପ୍ରମୁଖ ପୁରସ୍କାର ଜିତିଛି । ଶ୍ରେଷ୍ଠ ସିନେମା ଭାବେ ‘ଓପେନ୍‌ହାଇମର’ ଓସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ଜିତିଛନ୍ତି ‘ଓପେନ୍‌ହାଇମର’ ସିନେମାର ନିର୍ଦ୍ଦେଶକ ଖ୍ରୀଷ୍ଟୋଫେର ନୋଲାନ୍ । ଶ୍ରେଷ୍ଠ ଅଭିନେତା ପାଲଟିଛନ୍ତି ଏହି ଫିଲ୍ମରେ ଅଭିନୟ କରିଥିବା କିଲିୟାନ୍ ମର୍ଫି । ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ପୋର ଥିଙ୍ଗ୍‌ସ’ର ଏମା ଷ୍ଟୋନ୍‌ଙ୍କୁ ବିବେଚନା କରାଯାଇଛି । ଶ୍ରେଷ୍ଠ ସହ ଅଭିନେତା ଭାବେ ସେହି ‘ଓପନ୍‌ହାଇମେରର ରୋବର୍ଟ ଡୋନି ଜୁନିୟରଙ୍କ ନାମ ଘୋଷଣା କରାଯାଇଛି । ଶ୍ରେଷ୍ଠ ସହ ଅଭିନେତ୍ରୀ ପାଲଟିଛନ୍ତି ‘ଦ ହୋଲ୍ଡ୍‌ଓର୍ଭସ’ର ଦା ଭିନେ ଜୟ ରାନ୍‌ଡୋଲ୍‌ଫ୍ ।ଶ୍ରେଷ୍ଠ ଅରିଜିନାଲ୍ ସ୍କ୍ରିନ୍‌ପ୍ଲେ ପୁରସ୍କାର ମିଳିଛି ‘ଆନାଟୋମି ଅଫ୍ ଏ ଫେଲ୍‌’କୁ । ଶ୍ରେଷ୍ଠ ଆଡ୍‌ପ୍‌ଟେଡ୍ ସ୍କ୍ରିନ୍‌ପ୍ଲେ ପୁରସ୍କାର ପାଇଛି ‘ଆମେରିକାନ୍ ଫିକ୍ସନ’ ।

Middle post content

ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ‘ଦ ବୟ ଆଣ୍ଡ୍ ଦ ହେରୋନ’

After 2nd paragraph post ads

ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ଭାବେ ‘ଦ ବୟ ଆଣ୍ଡ୍ ଦ ହେରୋନ୍‌’ର ନାମ ଘୋଷିତ ହୋଇଛି । ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ପାଲଟିଛି ‘ୱାର ଇଜ୍ ଓଭର! ଇନ୍‌ସ୍ପାଏଡର ବାୟ ଦ ମ୍ୟୁଜିକ୍ ଅଫ୍ ଜନ୍ ଆଣ୍ଡ ୟୋକୋ’ । ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ୍ ମିଳିଛି ‘ପୋର ଥିଙ୍ଗ୍‌ସ’କୁ । ସେହିପରି ଶ୍ରେଷ୍ଠ ଲାଇଭ୍ ଆକ୍ସନ୍ ସର୍ଟ ଭାବେ ‘ଦ ୱାଣ୍ଡରଫୁଲ୍ ଷ୍ଟୋରି ଅଫ୍ ହେନେରି ସୁଗାର’, ଶ୍ରେଷ୍ଠ ମେକ୍‌ଅପ୍ ଆଣ୍ଡ୍ ହେୟାରଷ୍ଟାଇଲିଂରେ ‘ପୋର ଥିଙ୍ଗ୍‌ସ’, ଶ୍ରେଷ୍ଠ ଅରିଜିନାଲ୍ ସ୍କୋରରେ ‘ଓପନ୍‌ହାଇମର’, ଶ୍ରେଷ୍ଠ ସାଉଣ୍ଡ୍ ଭାବେ ‘ଦ ଜୋନ୍ ଆଫ୍ ଇଣ୍ଟ୍ରେଷ୍ଟ୍‌’, ଶ୍ରେଷ୍ଠ ସିନେମାଟ୍ରୋଗ୍ରାଫି ଭାବେ ‘ଓପନହାଇମର’, ଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଚର ଫିଲ୍ମରେ ‘ଦ ଲାଷ୍ଟ୍ ରିପ୍ୟାୟାର ସପ୍‌’, ଶ୍ରେଷ୍ଠ ଫିଲ୍ମ ଏଡିଟିଂରେ ‘ଓପନ୍‌ହାଇମର’, ଶ୍ରେଷ୍ଠ ଇଣ୍ଟରନେସ୍‌ନାଲ୍ ଫିଚର ଫିଲ୍ମ ଭାବେ ‘ଦ ଜୋନ୍ ଅଫ୍ ଇଷ୍ଟେଷ୍ଟ୍‌’, ଶ୍ରେଷ୍ଠ ଅରିଜିନାଲ୍ ଗୀତରେ ‘ହ୍ୱାଟ୍ ୱାଜ୍ ଆ ମେଡ୍ ଫର’, ଶ୍ରେଷ୍ଠ ପ୍ରଡକ୍ସନ ଡିନାଇନ୍‌ରେ ‘ପୋର ଥିଙ୍ଗ୍‌ସ ଓ ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସରେ ‘ଗଡ୍‌ଜିଲା ମାଇନସ୍ ୱାନ୍‌’ର ନାମ ଘୋଷଣା ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami