ଫିଲ୍ମ ସୁଟିଂ ବେଳେ ଶ୍ରୀତମ ଆହତ; ଭାଙ୍ଗିଗଲା ହାତ

Above Post Content

କଟକ: ଆହତ ହେଲେ ଅଭିନେତା ଶ୍ରୀତମ ଦାସ । ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଛନ୍ତି । ଫଳରେ ତାଙ୍କର ହାତ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ଶ୍ରୀତମଙ୍କ ଅନେକ ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଘୋଡ଼ାରୁ ଖସି ପଡ଼ିଲେ ଶ୍ରୀତମ

After 2nd paragraph post ads
Middle post content

ଅଭିନେତା ଶ୍ରୀତମଙ୍କ ବାଙ୍କୀରେ ଫିଲ୍ମ ‘ନବ କଳେବର’ ସୁଟିଂ ଚାଲିଥିଲା । ସେଟ୍‌ରେ ଏକ ଘୋଡ଼ା ଉପରେ ବସି ଶ୍ରୀତମଙ୍କ ସୁଟିଂ କରୁଥିଲେ । ସୁଟିଂ ଚାଲିଥିବା ବେଳେ ଅସାବଧାନତା ଯୋଗୁ ସେ ଘୋଡ଼ା ଉପରୁ ତଳକୁ ଖସି ପଡ଼ିଥିଲେ । ସେଥିରେ ତାଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷା ପରେ ତାଙ୍କର ଡ଼ାହାଣ ହାତ ଭାଙ୍ଗିଯାଇଥିବା ଜଣାଯାଇଛି । ଆଜି ତାଙ୍କର ହାତରେ ଅସ୍ତ୍ରୋପଚାର କରାଯିବ । ତାଙ୍କ ଶରୀରର ଅନ୍ୟ ଅଙ୍ଗରେ ଆଘାତ ଲାଗି ଥିଲେ ବି ସେ ବିପଦମୁକ୍ତ ଥିବା କୁହାଯାଉଛି ।

ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତନ୍ତି

ଶ୍ରୀତମ ଦାସ ଜଣେ ଜଣାଶୁଣା ଅଭିନେତା ଓ ନିର୍ଦ୍ଦେଶକ । କଟକରେ ଜନ୍ମ ଗ୍ରହଣ କରିଥିବା ଶ୍ରୀତମ ୬୦ରୁ ଉର୍ଦ୍ଧ ଓଡ଼ିଆ ଫିଲ୍ମ ଅଭିନୟ କରିସାରିଛନ୍ତି । ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ସେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଛନ୍ତି । ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିଥିଲେ । ଏଥିସହିତ ସେ ଭାରତୀୟ ଜନତା ପାର୍ଟିରେ ମଧ୍ୟ ସାମିଲ ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami