ପ୍ରଥମ ଦିନରେ ଇତିହାସ ରଚିଲା ଆନିମଲ, ଭାଙ୍ଗିଲା ପଠାନ ରେକର୍ଡ

Above Post Content

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁର ତାଙ୍କ ଅଭିନିତ ଫିଲ୍ମ ଆନିମଲକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଜବରଦସ୍ତ ପ୍ରତିକ୍ରିୟା ପାଇଛି । ଫିଲ୍ମଟି ଶୁକ୍ରବାର ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି । ପ୍ରଥମ ଦିନରେ ଏହା ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି । ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ କେବଳ ଦେଶରେ ନୁହେଁ, ବିଶ୍ୱବ୍ୟାପୀ ମଧ୍ୟ ଏକ ବମ୍ପର ରୋଜଗାର କରିଛି । ଏହା ଶାହାରୁଖଙ୍କ ପଠାନକୁ ବି ପଛରେ ପକାଇ ଦେଇଛି । ବହୁତ ସମୟ ପରେ ରଣବୀରଙ୍କର ଏହି ଫିଲ୍ମ ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି । ପ୍ରଶଂସକମାନେ ପ୍ରକୃତରେ ରଣବୀରଙ୍କ ରୋମାଣ୍ଟିକରୁ ହିଂସ୍ର ରୂପକୁ ପସନ୍ଦ ବି କରୁଛନ୍ତିି ।

Middle post content

ଋଷି କପୁର ବେଶୀ ଖୁସି ହୋଇଥାନ୍ତେ

After 2nd paragraph post ads

ଫିଲ୍ମଟି କେବଳ ଘରୋଇ ବଜାରରେ ନୁହେଁ, ବିଦେଶ ବଜାରରେ ମଧ୍ୟ ସକରାତ୍ମକ ପ୍ରତିକ୍ରିୟା ପାଇଛି । ଫିଲ୍ମର ନିର୍ମାତା ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ, ସାରା ବିଶ୍ୱରେ ଆନିମଲ ୧୧୬ କୋଟିର ଦମ୍‌ଦାର ଓପନିଙ୍ଗ୍ କରିଛି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ନୀତୁ କପୁର ପୁଅର ସଫଳତା ଦେଖିବା ପରେ ଅତ୍ୟନ୍ତ ଭାବପ୍ରବଣ ହେବା ସହ କାନ୍ଦି ପକାଇଛନ୍ତି । ଏହି ବିଶେଷ ମୁହୂର୍ତ୍ତରେ ସେ ତାଙ୍କ ସ୍ୱାମୀ ଋଷି କପୁରଙ୍କୁ ମନେ ପକାଇଛନ୍ତି । ନୀତୁ କପୁର ନିଜ ଇନଷ୍ଟାଗ୍ରାମରେ ଫିଲ୍ମ ଆନିମଲରେ ରଣବୀର କପୁରଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଣବୀର ଲମ୍ବା କେଶ, କଳା ଚଷମା ଏବଂ ନୀଳ ଟି-ସାର୍ଟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି , ଆଜି ଯଦି ରଣବୀରଙ୍କ ପିତା ଋଷି କପୁର ବଞ୍ଚିଥାନ୍ତେ, ତେବେ ପୁଅର ଏହି ସଫଳତାକୁ ନେଇ ବେଶୀ ଖୁସି ହୋଇଥାନ୍ତେ । ଖାଲି ସେତିକି ନୁହେଁ, ଆନିମଲ ରଣବୀରଙ୍କ ଅନ୍ୟ ଫିଲ୍ମର ରେକର୍ଡ ଭାଙ୍ଗି ନାହିଁ । ଏହା ତାଙ୍କ ପିତାଙ୍କ ଫିଲ୍ମର ରେକର୍ଡକୁ ମଧ୍ୟ ଭାଙ୍ଗିଛି । ଏହି ଫିଲ୍ମରେ ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ରଶ୍ମିକା ମନ୍ଦନା, ଅନିଲ କପୁର, ଶକ୍ତି କପୁର, ସୁରେଶ ଓବରାଏ, ପ୍ରେମ ଚୋପ୍ରା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami