ଭାଇରାଲ୍ ଭିଡ଼ିଓ ପରେ କ୍ଷମା ମାଗିଲେ ନାନା ପାଟେକର

Above Post Content

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ନାନା ପାଟେକର ଜଣେ ଯୁବକଙ୍କୁ ଚାପୁଡା ମାରୁଥିବାର ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି । ପରେ ସେ ଏକ ଭିଡ଼ିଓ କରି ଘଟଣା ସମ୍ପର୍କରେ ସଫେଇ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି । ଆଉ କହିଛନ୍ତି ଯେ, ଏହା ମୋ ଅଜାଣତରେ ହୋଇଛି । ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ସୁଟିଂ କରିଥିଲି । ହେଲେ ମୋତେ ଜଣାନଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରିନଥାନ୍ତି । ଘଟଣା ଜାଣିବା ପରେ ଆମେ ତାଙ୍କୁ ଖୋଜିଥିଲେ ବି ପାଇଲୁନି । ଯଦିଓ ଏହା ଏକ ଭୁଲ ବୁଝାମଣା । ଦୟାକରି ଆମକୁ କ୍ଷମା କରନ୍ତୁ । ମୋ ସହ ବହୁ ଲୋକ ଫଟୋ ଉଠେଇଛନ୍ତି, ମୁଁ କେବେବି ଏମିତି ବ୍ୟବହାର କାହାସହ କରିନି ବୋଲି କହିଛନ୍ତି ନାନା ପାଟେକର ।

ନାନା ପାଟେକର ଦେଲେ ସଫେଇ

After 2nd paragraph post ads
Middle post content

ବର୍ତ୍ତମାନ ନିର୍ଦ୍ଦେଶକ ଅନୀଲ ଶର୍ମାଙ୍କ ଫିଲ୍ମ ‘ଜର୍ଣ୍ଣି’ର ସୁଟିଂ ବାରାଣାସୀରେ ଚାଲିଛି । ଯେଉଁଥିରେ ନାନା ପାଟେକର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ଜଣେ ବାଳକ ନାନାଙ୍କ ସହ ସେଲଫି ନେବାକୁ ଆସିଥିଲା ବେଳେ ଅଚାନକ ଅଭିନେତା ତାଙ୍କୁ ଚାପୁଡ଼ା ମାରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଖୁବ୍ ଟ୍ରୋଲ୍ କରିଛନ୍ତି ନେଟିଜେନ୍ସ । ଯାହା ପରେ ନାନା ପାଟେକର ଏହି ଘଟଣାରେ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ।ନାନା ପାଟେକର ନିଜେ ଏକ ଭିଡିଓ ଜାରି କରି ସୁଟିଂ ସେଟରେ ପ୍ରକୃତରେ କ’ଣ ଘଟିଥିଲା ସେନେଇ ପ୍ରକାଶ କରିଛନ୍ତି ।

ମୋ ସହ ଅନେକ ସେଲଫି ନେଇଛନ୍ତି

ଏହି ଭିଡିଓରେ ନାନା ପାଟେକର କହିଛନ୍ତି, ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ମୁଁ ଏକ ଯୁବକଙ୍କୁ ଚାପୁଡା ମାରିଛି । ଯଦିଓ ଏହି ସିନ୍ ଆମ ଚଳଚ୍ଚିତ୍ରର ଏକ ଅଂଶବିଶେଷ । ଏହି ଘଟଣା ପୂର୍ବରୁ ଆମେ ଏକ ରିହର୍ସଲ୍ କରିଥିଲୁ, ଯେଉଁଥିରେ ମୁଁ ଟୋପି ପିନ୍ଧି ଛିଡା ହୋଇଥାଏ ଏବଂ ଜଣେ ଯୁବକ ମୋତେ କମେଣ୍ଟମାରିବା ସହ ଏ ବୁଢା ଟୋପି ବିକ୍ରି କରିବୁ କି ପଚାରୁଛି । ଯାହାପରେ ମୁଁ ତାକୁ ପିଟିବାସହ ଏମିତି ବଦମାସି କରନି ବୋଲି କହୁଥାଏ । ଏହିଭଳି ଆମର ପ୍ରଥମ ରିହର୍ସଲ ସରିଯାଇଥିବା ବେଳେ ନିର୍ଦ୍ଦେଶକ ପୁଣିଥରେ ରିହର୍ସଲ କରିବାକୁ କହିଥିଲେ ।ଦୁର୍ଭାଗ୍ୟବଶତଃ ଠିକ୍ ସେହି ସମୟରେ ସମ୍ପୃକ୍ତ ଯୁବକ ସେଲଫି ନେବାକୁ ଆସିଥିଲେ । ଆଉ ମୁଁ ତାଙ୍କୁ ଟିମ୍ ମେମ୍ବର ଭାବି ଆକ୍ସନ ଆରମ୍ଭ କରିଥିଲି । ହେଲେ ମୋତେ ଜଣା ନ ଥିଲା ଯେ ସେ ଆମ ଟିମ୍ ମେମ୍ବର ନୁହେଁ ବୋଲି, ନଚେତ୍ ମୁଁ ଏଭଳି କରି ନ ଥାନ୍ତି । ଯଦିଓ ଏହା ଏକ ଭୁଲ ବୁଝାମଣା । ଦୟାକରି ଆମକୁ କ୍ଷମା କରନ୍ତୁ । ମୋ ସହ ବହୁ ଲୋକ ଫଟୋ ଉଠେଇଛନ୍ତି, ମୁଁ କେବେବି ଏମିତି ବ୍ୟବହାର କାହାସହ କରିନି ବୋଲି କହିଛନ୍ତି ଅଭିନେତା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami