ମୁଣ୍ଡରେ ଏହି ତେଲ ଲଗାନ୍ତି ମେଗାଷ୍ଟ।।ର ଅମିତାଭ ବଚ୍ଚନ

Above Post Content

ମୁମ୍ବାଇ: ପରିବାରରେ ମହିଳାଙ୍କ ଛୋଟ କେଶ ପସନ୍ଦ କରନ୍ତି ନାହିଁ । ଯଦି ଘରେ କେହି କେଶ କାଟିଦେଲେ ରାଗନ୍ତି ବଲିଉଡ ସୁପରଷ୍ଟାର ବିଗ୍‌ବି ଅମିତାଭ ବଚ୍ଚନ । ଏହା କହିଛନ୍ତି ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ । ନବ୍ୟା ନଭେଲି ନନ୍ଦା ତାଙ୍କ ପୋଡକାଷ୍ଟର ‘ହ୍ୱାଟ୍ସ ଦ ହେଲ୍ ନବ୍ୟା ସିଜିନ ୨’ର ଏକ ନୂଆ ଏପିସୋଡ ସହିତ ଫେରିଛନ୍ତି । ଏହି ପୋଡକାଷ୍ଟରେ ସେ ତାଙ୍କ ଆଇ ଜୟା ବଚ୍ଚନ ଏବଂ ମା’ ଶ୍ୱେତା ବଚ୍ଚନଙ୍କ ସହ ସୌନ୍ଦର୍ଯ୍ୟ ଟିପ୍ସ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ବାର୍ତ୍ତାଳାପ ସମୟରେ ଶ୍ୱେତା ତାଙ୍କ ପିତା ତଥା ହିନ୍ଦୀ ସିନେମା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଏହି ମଜାଦାର କଥା ପ୍ରକାଶ କରିଥିଲେ ।

Middle post content

ସୋରିଷ ତେଲ ଲଗାଇବାକୁ ପସନ୍ଦ କରନ୍ତି ଅମିତାଭ

After 2nd paragraph post ads

ଶ୍ୱେତା ଆହୁରି କହିଛନ୍ତି ଯେ, ପରିବାରରେ ପ୍ରତ୍ୟେକ ମହିଳା ଲମ୍ବା କେଶ ରଖିବା ନେଇ ପିତା ପସନ୍ଦ କରନ୍ତି । ପିଲାଦିନେ ନିଜ କେଶକୁ ଛୋଟ କରିଦେଲେ ସେ ରାଗୁଥିଲେ । ସେ ଲମ୍ବା କେଶକୁ ପସନ୍ଦ କରନ୍ତି, ଯେତେବେଳେ ଆମ ମଧ୍ୟରୁ କେହି ତାଙ୍କ କେଶ କାଟନ୍ତି ସେତେବେଳେ ସେ ଏହାକୁ ପସନ୍ଦ କରନ୍ତି ନାହିଁ । ପୋଡକାଷ୍ଟ ସମୟରେ ନବ୍ୟା ନଭେଲି ମଧ୍ୟ ଅମିତାଭ ବଚ୍ଚନ କ’ଣ ବ୍ୟବହାର କରିବାକୁ ପସନ୍ଦ କରନ୍ତି ବୋଲି ପଚାରିଥିଲେ । ଏହା ଉପରେ ଜୟା ବଚ୍ଚନ ଉତ୍ତର ଦେଇଥିଲେ ଯେ ସୋରିଷ ତେଲ । ଅମିତାଭ ବଚ୍ଚନ ସୋରିଷ ତେଲ ବ୍ୟବହାର କରିବାକୁ ପସନ୍ଦ କରନ୍ତି । କାରଣ ଏହା ଶରୀର ପାଇଁ ଏକ ମଶ୍ଚରାଇଜର ଅଟେ । ୟୁପିରେ ଏହା ତାଙ୍କର ଏକ ବିଶେଷ ଅଭ୍ୟାସ ଜୟା କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami