ଐଶ୍ୱର୍ଯ୍ୟାଙ୍କ ପରେ ନିନା ଗୁପ୍ତାଙ୍କୁ ଥଟ୍ଟା କଲେ ପାକ କ୍ରିକେଟର

Above Post Content

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଥଟ୍ଟା କରିବା ପରେ ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଥଟ୍ଟା କରିଛନ୍ତି ପାକ୍ କ୍ରିକେଟର । ଏପରି ମନ୍ତବ୍ୟକୁ ନେଇ ବଲିଉଡ଼ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ଗତ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କ ନାମକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହି ବୟାନ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଶେଷରେ ସେ କ୍ଷମା ମାଗିଥିଲେ । ସେହିଭଳି ସମାନ ଘଟଣା ଆଉ ଜଣେ ଅଭିନେତ୍ରୀଙ୍କ ସହ ଘଟିଛି । ଅଭିନେତ୍ରୀ ନିନା ଗୁପ୍ତା ତଥା ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଓ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜ ଥଟ୍ଟା କରିଛନ୍ତି ।

Middle post content

କ୍ରିକେଟରଙ୍କୁ କଡ଼ା ଜବାବ ଦେଲେ ମସାବା

After 2nd paragraph post ads

ପାକିସ୍ତାନର ଟେଲିଭିଜନ ସୋ’କୁ ଅତିଥି ଭାବେ ଆସିଥିବା ଜଣେ ମହିଳା ଅଭିନେତ୍ରୀ ନିନା ଗୁପ୍ତା ଓ ତାଙ୍କ ପୂର୍ବତନ ସ୍ୱାମୀଙ୍କ ମଜାକ ଉଡ଼ାଇ କହିଥିଲେ, ‘ଯିଏ ନିଜକୁ ମଲଇକା-ଏ-ଆଲିଆ ଭାବିଥାଏ ତାଙ୍କୁ ମିଳିଥାଏ ମିଷ୍ଟର କାଲିଆ । ଅତିଥିଙ୍କ ଏହି ଅଭଦ୍ରାମୀ ସାଏରିକୁ ଶୁଣିବା ପରେ ରମିଜ ରାଜା ପରିହାସ କରି ହସିଥିଲେ ।ପ୍ରଶଂସକଙ୍କୁ ରମିଜ ରାଜାଙ୍କ ଏଭଳି ସ୍ୱଭାବ ଆଦୌ ପସନ୍ଦ ଆସିନାହିଁ । ବାପା ଓ ମା’ଙ୍କୁ ଥଟ୍ଟା କରିବା ଘଟଣାକୁ ନେଇ ଝିଅ ମସାବା ଗୁପ୍ତା ରମିଜ ରାଜାଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ମୋ ବାପା, ମା’ ଓ ମୋ ଭିତରେ ଯେଉଁ ଗୁଣ ଅଛି ତାହାର ୧ ପ୍ରତିଶତ ବି ତୁମ ମଧ୍ୟରେ ନାହିଁ । ଟେଲିଭିଜନରେ ମୋ ମା’ଙ୍କୁ ଓ ରଙ୍ଗଭେଦଭାବକୁ ନେଇ ଥଟ୍ଟା କରିବା ଘଟଣା ତୁମକୁ ମହଙ୍ଗା ପଡ଼ିବ । ମୁଁ ତୁମକୁ ଛାଡ଼ିବି ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami