ପାର୍କରେ ଲୋକଙ୍କୁ ଭେଟିଲେ ମନ୍ମଥ ରାଉତରାୟ

Above Post Content

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ବିଜେଡ଼ି ପ୍ରାର୍ଥୀ ମନ୍ମଥ ରାଉତରାୟ ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଗୁରୁବାର ସକାଳେ ଫରେଷ୍ଟ ପାର୍କରେ ପହଞ୍ଚିଥିଲେ ମନ୍ମଥ । ସେଠାରେ ବୁଲି ବୁଲି ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଯୁବକମାନଙ୍କୁ ସାକ୍ଷାତ କରିଥିଲେ ମନ୍ମଥ । କେବଳ ସେତିକି ନୁହେଁ, ଆର୍ଶିବାଦ ନେଇ ଭୋଟ ବି ମାଗିଥିଲେ ।

Middle post content

ଲୋକଙ୍କ ସହ ଖେଳିଲେ ବ୍ୟାୟାମ କଲେ

After 2nd paragraph post ads

ପ୍ରାର୍ଥୀ ଘୋଷଣା ପରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ମନ୍ମଥ ରାଉତରାୟ । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସହ ମିଶି ଫରେଷ୍ଟ ପାର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ । ବୁଲି ବୁଲି ବରିଷ୍ଠ ନାଗରିକ ଠାରୁ ଆରମ୍ଭ କରି ଯୁବକ ମାନଙ୍କୁ ଭେଟି ସମର୍ଥନ ଲୋଡିଛନ୍ତି । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପ ଅର୍ପଣ କରିଛନ୍ତି । ଟ୍ରାକ ପ୍ୟାଣ୍ଟରେ ଲୋକଙ୍କ ସହ ଖେଳିବା ସହିତ ବ୍ୟାୟମ ମଧ୍ୟ କରିଛନ୍ତି । ବରିଷ୍ଠ ନାଗରିକମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗକୁ ନେବା ପାଇଁ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇଛନ୍ତି । ଲୋକଙ୍କ ଭଲ ପାଇବା, ସମର୍ଥନ ଓ ବିକାଶ ଧାରା ବିପୁଳ ବିଜୟ ଦେବ ବୋଲି କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami