ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇଲେ, କ୍ଷମା ମାଗିଲେ ସୁରେଶ ଗୋପୀ

Above Post Content

ମୁମ୍ବାଇ: ମହିଳା ସାମ୍ବାଦିକଙ୍କ କାନ୍ଧରେ ହାତ ପକାଇବା ମାଲାୟାଲମ ସୁପରଷ୍ଟାର ତଥା ବିଜେପି ନେତା ସୁରେଶ ଗୋପୀଙ୍କୁ ମହଙ୍ଗା ପଡ଼ିଛି । ଏଥିପାଇଁ ସେ ସଂପୃକ୍ତ ମହିଳା ସାମ୍ବାଦିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

Middle post content

ସାମ୍ବାଦିକ ସଂଘ କରିଥିଲେ ବିରୋଧ

After 2nd paragraph post ads

ସୁରେଶ କହିଛନ୍ତି ଯେ, ମୋର ଏ ପ୍ରକାରର ଆଚରଣକୁ ନେଇ ମହିଳା ସାମ୍ବାଦିକ କ୍ଷୋଭ ପ୍ରକାଶ ଥିବାରୁ ମୁଁ ଏହାକୁ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରୁଛି । ଯଦି ମୋର ଆଚରଣ ତାଙ୍କର ଭାବନାକୁ ଆଘାତ ଦେଇଛି ବା କୌଣସି ପ୍ରକାରର ପ୍ରଭାବିତ କରିଛି, ତେବେ ତାଙ୍କ ନିକଟରେ ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଗୋପୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରିବା ବେଳେ ମହିଳା ସାମ୍ବାଦିକଙ୍କ କାନ୍ଧରେ ଦୁଇଥର ନିଜ ହାତକୁ ରଖି ଦେଇଥିଲେ । ସୁରେଶଙ୍କ ଏପରି ଆଚରଣଙ୍କୁ ମହିଳା ସାମ୍ବାଦିକା ଜଣକ ସହଜରେ ଗ୍ରହଣ କରିପାରି ନ ଥିଲେ । ପରବର୍ତ୍ତୀ ସମୟରେ ଗୋପୀଙ୍କର ଏ ପ୍ରକାରର ଅନୁପଯୁକ୍ତ ଆଚରଣକୁ ନେଇ ସାମ୍ବାଦିକ ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିବା ସହ ବିରୋଧ କରିଥିଲେ । ପରେ ସୁରେଶ ସାମ୍ବାଦିକାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଏଥିସହ ସିପିଆଇ(ଏମ୍‌) ଓ ଏହାର ଯୁବ ଶାଖା ସୁରେଶଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବରିଷ୍ଠ ନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ । କଂଗ୍ରେସ ବିଧାୟକ ରମେଶ ଚେନ୍ନିଥାଲା ମତ ବ୍ୟକ୍ତ କରି କହିଛନ୍ତି ଯେ ଏଭଳି ପରିସ୍ଥିତିକୁ ଏଡ଼ାଇବା ସବୁବେଳେ ଭଲ ଏବଂ ଏବେ ଗୋପୀ କ୍ଷମା ପ୍ରାର୍ଥନା କରିଥିବାରୁ ଏହି ମାମଲାକୁ ଏହି ଠାରେ ବନ୍ଦ ରଖିବା ଉଚିତ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami