ପ୍ରଶଂସକଙ୍କ ସହ ଫଟୋ ପୋଜ ଦେଇ ହୃଦୟ ଜିତିଲେ ମଲାଇକା

Above Post Content

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଅଣ୍ଟାରେ ହାତ ରଖିଲେ ପ୍ରଶଂସକ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓ ଦେଖିବା ପରେ ମଲାଇକାଙ୍କ ଏପରି ଆଚରଣଙ୍କୁ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରିଛନ୍ତି ।

ଖୁସିର ସହକାରେ ଫଟୋ ପୋଜ ଦେଲେ ମଲାଇକା

After 2nd paragraph post ads
Middle post content

ଆଜିକାଲି ବଲିଉଡ ଅଭିନେତ୍ରୀ ମଲାଇକା ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲାଜା ୧୧’ରେ ଜଣେ ଜଜ ଭାବରେ ନଜର ଆସିଛନ୍ତି । ଏହି ସମୟରେ ଶୋ’ର ସେଟରୁ ମଲାଇକାଙ୍କର ଏକ ସୁନ୍ଦର ଭିଡିଓ ସାମ୍ନାକୁ ଆସିଛି । ଏହି ସମୟରେ ସେ ଏକ ଲାଲ ରଙ୍ଗର ପୋଷାକ ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ମଲାଇକା ଆରୋରା ଅନେକ ସମୟରେ ତାଙ୍କ ୱାକକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବାର ଦେଖାଯାଏ । କିନ୍ତୁ ନିକଟରେ ଅଭିନେତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ହୃଦୟ ଜିତିଛି । ଅଭିନେତ୍ରୀ ଜଣେ ଭିନ୍ନକ୍ଷମ ପ୍ରଶଂସକଙ୍କ ସହ ଅତି ସ୍ନେହପୂର୍ଣ୍ଣ ଭାବରେ ଏକ ଫଟୋ କ୍ଲିକ କରୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ଯେତେବେଳେ ଜଣେ ଭିନ୍ନକ୍ଷମ ପ୍ରଶଂସକ ତାଙ୍କ ଫଟୋ କ୍ଲିକ କରିବାକୁ ମଲାଇକା ନିକଟକୁ ଆସନ୍ତି, ସେତେବେଳେ ସେ ଅଭିନେତ୍ରୀଙ୍କ ଅଣ୍ଟାରେ ହାତ ରଖିଥା’ନ୍ତି । କିନ୍ତୁ ଅଭିନେତ୍ରୀ ଏଥିରେ କୌଣସି ଆପତ୍ତି ଉଠାଇ ନଥିଲେ ଏବଂ ପ୍ରଶଂସକଙ୍କ ସହିତ ଖୁସିର ସହକାରେ ଫଟୋ ପୋଜ ଦେଇଥିଲେ । ତେବେ ଫଟୋ କ୍ଲିକ ହେବା ପରେ ତାଙ୍କର ଜଣେ ଅଙ୍ଗରକ୍ଷୀ ତାଙ୍କ ପାଖକୁ ଆସି ପ୍ରଶଂସକଙ୍କ ହାତକୁ ମଲାଇକାଙ୍କ ଅଣ୍ଟାରୁ ବାହାର କରି ଦେଇଥିଲେ ।

ମଲାଇକାଙ୍କୁ ପ୍ରଶଂସା କଲେ ପ୍ରଶଂସକ

ବଲିଉଡ କୁଇନଙ୍କର ଏହି ମଧୁର ଅଙ୍ଗଭଙ୍ଗୀକୁ ଦେଖି ୟୁଜର୍ସ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ଅଭିନେତ୍ରୀଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି । କମେଣ୍ଟ ଦେବାବେଳେ ଜଣେ ୟୁଜର ଲେଖିଛନ୍ତି, ‘ଆଜି ପରେ କେହି ତାଙ୍କ ବିଷୟରେ ଖରାପ କଥା କହିବେ ନାହିଁ ।’ ଅନ୍ୟ ଜଣେ ଲେଖିଛନ୍ତି, ତୁମେ କୌଣସି ପ୍ରତିକ୍ରିୟା ଦେଇ ନାହଁ, ଏହା ବହୁତ ଭଲ କରିଛନ୍ତି ମ୍ୟାମ । ତୃତୀୟ ୟୁଜର ଲେଖିଛନ୍ତି ‘ଗୋଲଡେନ ହାର୍ଟ ବାଲି ମଲାଇକା…’ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami