ପ୍ରକାଶ ପାଇଲା ୨୦୨୩ର ଶ୍ରେଷ୍ଠ ସିନେମା ତାଲିକା

Above Post Content

ମୁମ୍ବାଇ: ପୃଥିବୀର ବିଭିନ୍ନ ସିନେମା, ଟିଭି ଧାରାବାହିକ ଓ ସେଲିବ୍ରିଟିମାନଙ୍କ ସମ୍ପର୍କରେ ତାଲିକା ପ୍ରକାଶ କରୁଥିବା ସଂସ୍ଥା ଇଣ୍ଟରନେଟ୍ ମୁଭି ଡାଟାବେସ୍ (ଆଇଏମ୍‌ଡିବି) ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ଜାନୁୟାରୀ ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ୧୦ଟି ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି । ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ ଏହି ତାଲିକାରେ ଶାହରୁଖଙ୍କ ‘ଯବାନ’ ଶୀର୍ଷରେ ରହିଛି । ତାହା ପଛକୁ ଶାହରୁଖ ଅଭିନୀତ ଅନ୍ୟତମ ହିନ୍ଦୀ ଚଳଚ୍ଚିତ୍ର ‘ପଠାନ’ ଦ୍ୱିତୀୟ ସ୍ଥାନ ଦଖଲ କରିଛି । ତୃତୀୟରେ ଅଛି କରଣ ଜୋହର ନିର୍ଦ୍ଦେଶିତ ତଥା ରଣବୀର ସିଂହ ଓ ଆଲିଆ ଭଟ୍ଟ ଅଭିନୟ କରିଥିବା ‘ରକି ଔର ରାନୀ କି ପ୍ରେମ କାହାନୀ’ ।

Middle post content

ବାଜି ମାରିନେଲେ ଶାହାରୁଖ

After 2nd paragraph post ads

ଚତୁର୍ଥ ସ୍ଥାନରେ ନିର୍ଦ୍ଦେଶକ ଲୋକେଶ କନକରାଜଙ୍କ ତାମିଲ ସିନେମା ‘ଲିଓ’ ରହିଛି । ଯାହାର ନାୟକ ବିଜୟ ଓ ନାୟିକା ତୃଷା ରହିଛନ୍ତି । ତାହା ପଛରେ ପଙ୍କଜ ତ୍ରିପାଠୀ ଓ ଅକ୍ଷୟ କୁମାର ଅଭିନୀତ ହାସ୍ୟ ରସାତ୍ମକ ହିନ୍ଦୀ ଫିଲ୍ମ ‘ଓଏମ୍‌ଜି-୨’ । ସେହିପରି ରଜନୀକାନ୍ତ ଅଭିନୀତ ତାମିଲ ଫିଲ୍ମ ‘ଜେଲର’ ଷଷ୍ଠ ଲୋକପ୍ରିୟ ସିନେମା ବିବେଚିତ ହୋଇଛି । ସେହିପରି ସପ୍ତମ ସ୍ଥାନରେ ରହିଛି ସନ୍ନି ଦେଓଲ ଅଭିନୀତ ‘ଗଦର-୨’, ଅଷ୍ଟମରେ ଅଦା ଶର୍ମାଙ୍କ ଅଭିନୟ ଫିଲ୍ମ ‘ଦି କେରଳ ଷ୍ଟୋରି’ ଏବଂ ନବମରେ ରଣବୀର କପୁର ଓ ଶ୍ରଦ୍ଧା କପୁର ଅଭିନୀତ ହାସ୍ୟ ରସାତ୍ମକ ହିନ୍ଦୀ ଫିଲ୍ମ ‘ତୁ ଝୁଠି ମେଁ ମକ୍କାର’ ରହିଛି । ଆଇଏମ୍‌ଡିବି ଦ୍ୱାରା ପ୍ରସ୍ତୁତ ଏହି ତାଲିକାର ଦଶମରେ ରହିଛି ହିନ୍ଦୀ ଫିଲ୍ମ ‘ଭୋଲା’ । ୨୦୧୯ର ତାମିଲ୍ ଫିଲ୍ମ ’କୈଥି’ରୁ ରିମେକ୍ ହୋଇଥିବା ଏହି ସିନେମାରେ ଅଜୟ ଦେବଗନ୍‌ଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ୧୦ଟି ଫିଲ୍ମ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ତାଲିକାରେ ଶାହାରୁଖଙ୍କ ଅଭିନିତ ଫିଲ୍ମ ବାଜି ମାରି ନେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami